ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଂଗ୍ରେସକୁ ମମତାଙ୍କ ଚ୍ୟାଲେଞ୍ଜ, ଦମ୍‌ ଥିଲେ ବିଜେପିକୁ ବାରାଣସୀରେ ହରାଅ

କୋଲକାତା,୦୩/୦୨: ପଶ୍ଚିମବଙ୍ଗ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନରେ କଂଗ୍ରେସର ବିଜୟ କ୍ଷମତା ଉପରେ ପ୍ରଶ୍ନ  ଉଠାଇଛନ୍ତି । ଆଗାମୀ ଲୋକସଭା ନିର୍ବାଚନରେ  କଂଗ୍ରେସକୁ ରାଜ୍ୟରେ ୨ଟି  ଲୋକସଭା ଆସନ ଛାଡ଼ିଥିବା ମମତା କହିଛନ୍ତି, ସାଧାରଣ  ନିର୍ବାଚନରେ କଂଗ୍ରେସ ଯଦି  ୩୦୦ ଆସନରେ ବି ଲଢ଼େ ତେବେ ୪୦ ଆସନ ଜିତିବା ମଧ୍ୟ କଷ୍ଟକର ହୋଇଯିବ । ବୁଝାପଡ଼ୁନି କଂଗ୍ରେସର ଏତେ  ଗର୍ବ କାହିଁକି । ଯଦି କଂଗ୍ରେସର  ଦମ୍‌ ଅଛି ତେବେ ଉତ୍ତରପ୍ରଦେଶ,  ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜେପିକୁ  ହରାଇ ଦେଖାଉ।ବାରାଣସୀରେ ବିଜେପିକୁ  ପରାଜିତ କରି କଂଗ୍ରେସ ନିଜ ପାରିବାପଣିଆ  ପ୍ରମାଣିତ କରୁ ବୋଲି ମମତା ଏହି ସର୍ବପୁରାତନ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି । 

ମୁର୍ଶିଦାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ମମତା  କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ସେମାନେ  ତାଙ୍କ ରାଜ୍ୟକୁ କାର୍ଯ୍ୟକ୍ରମରେ ଆସିଲେ । କିନ୍ତୁ ଇଣ୍ଡିଆ ମେଣ୍ଟ ସଦସ୍ୟ ହିସାବରେ ବି ଏ ନେଇ  ତାଙ୍କୁ ଜଣାଗଲାନାହିଁ । ପ୍ରଶାସନିକ ସୂତ୍ରରୁ ଏ ବାବଦରେ ଜାଣିବାକୁ ପାଇଥିଲି । ସେହିପରି  ମଣିପୁର ଜଳୁଥିବାବେଳେ କଂଗ୍ରେସ କେଉଁଠି  ଥିଲା । ମହିଳାଙ୍କୁ ଉଲଗ୍ନ ପରେଡ୍‌ କରାଗଲା । ୨  ଶହ ଚର୍ଚ୍ଚ ଜାଳିଦିଆଗଲା । ପଶ୍ଚିମବଙ୍ଗ ସରକାର  ସେଠାକୁ ଟିମ୍‌ ପଠାଇଥିଲେ । କିନ୍ତୁ ଏବେ  ସେମାନେ ସେଠାକୁ ଯାଇ ଟି’  ଷ୍ଟଲରେ ଫଟୋ ଉଠାଉଛନ୍ତି  ବୋଲି ମମତା କଂଗ୍ରେସକୁ  ଜୋରଦାର ଟାର୍ଗେଟ  କରିଛନ୍ତି । 

ଟିଏମ୍‌ସି  ସୁପ୍ରିମୋ କହିଛନ୍ତି,  ଆଗରୁ କଂଗ୍ରେସ ଯେଉଁ  ସ୍ଥାନରୁ ଜିତୁଥିଲା ଏବେ  ସେଠାରୁ ବି ହାରୁଛି । ରାହୁଲଙ୍କ  ନାଁ ନ ନେଇ ସେ କହିଥିଲେ, ଆଜିକାଲି  ଫଟୋଶୁଟ୍‌ର ନୂଆ ପରମ୍ପରା ଦେଖିବାକୁ ମିଳୁଛି ।  ଯିଏ କେବେ ଦିନେ ଚା’ ଷ୍ଟଲକୁ ଯାଇ ନ  ଥିଲେ ସେ ଏବେ ବିଡ଼ି ଶ୍ରମିକଙ୍କ ସହ ବସି  ଫଟୋ ଉଠାଉଛନ୍ତି । 

ପ୍ରକାଶଥାଉ କି, କଂଗ୍ରେସ  ପଶ୍ଚିମବଙ୍ଗରେ ୧୦ରୁ ୧୨ ଲୋକସଭା ଆସନ  ମାଗିଥିଲା । ଟିଏମ୍‌ସିକୁ କଂଗ୍ରେସ କେବଳ ୨ଟି  ସିଟ୍‌ ଛାଡ଼ିଥିଲା । ଏଥିରେ ମମତା ଅସନ୍ତୁଷ୍ଟ  ହୋଇ ଟିଏମ୍‌ସି ଏକାକୀ ନିର୍ବାଚନ ଲଢ଼ିବ ବୋଲି  ଗତ ୨୪ ତାରିଖରେ ଘୋଷଣା କରିଥିଲେ । ଏବେ ଟିଏମ୍‌ସି କଂଗ୍ରେସକୁ କେବଳ ୨ଟି ସିଟ୍‌  ଦେଇପାରିବ ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.