ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଏୟାର ଇଣ୍ଡିଆ ନାଁରେ ସାଂଘାତିକ ଅଭିଯୋଗ; କ୍ଷତିପୂରଣ ଆଳରେ ମୃତକଙ୍କ ପରିବାର ସହ ଖେଳୁଛି ଏୟାରଲାଇନ୍ସ

Published By : Ankita S | July 5, 2025 8:55 AM

ନୂଆଦିଲ୍ଲୀ,୦୫/୦୭: ଅଡୁଆରେ ପଡ଼ିଛି ଏୟାର ଇଣ୍ଡିଆ । ଏଆଇ ନାଁରେ ସାଂଘାତିକ ଅଭିଯୋଗ ଆସିଛି । କ୍ଷତିପୂରଣ ଦେବା ନାଁରେ ମିଛ କାଗଜପତ୍ରରେ ଦସ୍ତଖତ କରିବାକୁ ମୃତକଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏହା ସହିତ କ୍ଷତିପୂରଣ ଦେବାକୁ ସଠିକ୍ ଭାବେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ହେଲେ ଏୟାର ଇଣ୍ଡିଆ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ଏୟାର ଇଣ୍ଡିଆ ଉପରେ କ'ଣ ଅଭିଯୋଗ ? ୪୦ରୁ ଅଧିକ ପୀଡ଼ିତ ପରିବାର ଏୟାର ଇଣ୍ଡିଆ ନାମରେ ଅଭିଯୋଗ ଆଣିଛନ୍ତି । କ୍ଷତିପୂରଣ ଦେବାକୁ ମୃତକଙ୍କ ପରିବାରକୁ ଅନାବଶ୍ୟକ ତଥ୍ୟ ବିବରଣୀ ମାଗୁଛି । ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟ ନଦେଲେ ଧମକା ଯାଉଛି । ଏ ନେଇ ଅଭିଯୋଗକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଭାରତୀୟ ଓ ବ୍ରିଟିଶର ରହିଛନ୍ତି ।  ବ୍ରିଟେନ୍ର ଏକ ନାମୀ ଲ' ଫାର୍ମ ଷ୍ଟିୱାଟ ଏହି ୪୦ଜଣ ପରିବାରଙ୍କ ଅଭିଯୋଗ ଆଧାରରେ ଏୟାରଇଣ୍ଡିଆ ବିରୋଧରେ ମାମଲା ଲଢୁଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛି ଏୟାରଇଣ୍ଡିଆ । ଅଭିଯୋଗକୁ ଭିତ୍ତିହୀନ କହି ଏୟାରଲାଇନ୍ସ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦେଶକୁ ମର୍ମାହତ କରିଛି । ଖୁବଶୀଘ୍ର ମୃତକଙ୍କ ପରିବାରକୁ ଘୋଷଣା ମୁତାବିକ କ୍ଷତିପୂରଣ ଦିଆଯିବ । ପ୍ରଚାର ହେଉଥିବା ଖବରରେ କୌଣସି ସତ୍ୟତା ନାହିଁ ।


କ୍ଷତିପୂରଣ ଦେବା ନେଇ ଟାଟା କରିଥିଲା ଘୋଷଣା- ୧୨ ଜୁନ୍‌ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଫ୍ଲାଇଟ୍ ଏଆଇ-୧୭୧ କ୍ରାସ୍ ହୋଇଥିଲା । ଜଣେ ଯାତ୍ରୀଙ୍କୁ ଛାଡି କ୍ରୁ ସଦସ୍ୟଙ୍କ ସମେତ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଟାଟା ମୃତକଙ୍କ ପରିବାରକୁ ଏକ କୋଟି ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଥିଲା । ଆହତଙ୍କୁ ୨୫ ଲକ୍ଷ ଦେବାକୁ ଘୋଷଣା କରିଥିଲା । ଏହା ସହିତ ୫୦୦ କୋଟି ଟଙ୍କାର ଟ୍ରଷ୍ଟ ସ୍ଥାପନ କରିବାକୁ କହିଥିଲା । ଟ୍ରଷ୍ଟ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୁନର୍ବାସ ପରି ସେବା ପ୍ରଦାନ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.