ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାରେ କୋରାପୁଟ ଡିଭିଜନର ହାଲ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି : ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | July 5, 2025 6:02 PM

ସୁନାବେଡ଼ା/କୋରାପୁଟ, ୫।୭ -  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କୋରାପୁଟ ଗସ୍ତରେ ସୁନାବେଡ଼ା ସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍) ପରିଦର୍ଶନ  କରିଛନ୍ତି। ଏଥି ସହ ଆୟୋଜିତ ଏକ ବୈଠକରେ ଯୋଗଦେଇ ହାଲର ପ୍ରତିନିଧି ଦଳକୁ ବିଭିନ୍ନ ପ୍ରସ୍ତାବମାନ ଦେଇଛନ୍ତି ।

 ଏମଆଇଜି ଓ ସୁଖୋଇ ସିରିଜ୍ ବିମାନ ପାଇଁ ଇଞ୍ଜିନ ଓ ଯନ୍ତ୍ରାଂଶ ନିର୍ମାଣ କରୁଥିବା ହାଲ୍ ବିଶ୍ୱରେ ସ୍ୱତନ୍ତ୍ର ଗୌରବ ଅର୍ଜନ କରିଛି । ଏଭିଓନିକ୍ସ, ଏରୋସ୍ପେସ୍, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ଏହାର ବର୍ଦ୍ଧିତ କ୍ଷମତାକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ପ୍ରଧାନ କୋରାପୁଟରେ ଥିବା ସୁବିଧା ଅନୁସାରେ ହାଲ୍ ଆଧାରିତ ଏକ ସୁଦୃଢ଼ ଏମଏସଏମଇ କ୍ଲଷ୍ଟର ବିକଶିତ କରିବା ପାଇଁ ନେତୃତ୍ୱକାରୀ ଟିମକୁ ପରାମର୍ଶ ଦେଇଛନ୍ତି । ଏହା ସ୍ଥାନୀୟ ଲୋକମାନଙ୍କ ପାଇଁ ବୃହତ ନିଯୁକ୍ତି ଏବଂ ଉଦ୍ୟମିତା ସୁଯୋଗ ସୃଷ୍ଟି କରିବ । ଏହା ଦ୍ୱାରା ସ୍ଥାନୀୟ ବ୍ୟବସାୟ ମଧ୍ୟ ବୃଦ୍ଧି କରାଇବାରେ ସହାୟକ ହେବ ।

ସେ କହିଥିଲେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ାର ସ୍କୁଲଗୁଡ଼ିକରେ ହାଲ୍ ଷ୍ଟେମ ଲ୍ୟାବ (ବିଜ୍ଞାନ,  ପ୍ରଯୁକ୍ତିବିଦ୍ୟା,  ଇଞ୍ଜିନିୟରିଂ ଏବଂ  ଗଣିତ ଶିକ୍ଷା ପରୀକ୍ଷାଗାର) ବିକାଶ କରିବା ଉପରେ କାମ କରିବା ଉଚିତ୍ ।  ହାଲ୍ ଆଇଆଇଟି ମାଡ୍ରାସ ସହ ମିଶି ଏରୋସ୍ପେସ୍, ପ୍ରତିରକ୍ଷା ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଡିପ୍ଲୋମା/ୟୁଜି ପାଠ୍ୟକ୍ରମ ପ୍ରଦାନ କରିବା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା, କୋରାପୁଟ ସହିତ ମଧ୍ୟ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ସେ କହିଥିଲେ, ଏହି ପଦକ୍ଷେପଗୁଡ଼ିକ ସ୍କୁଲ ସ୍ତରରେ ଇନୋଭେସନକୁ ପ୍ରୋତ୍ସାହିତ କରିବ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଉନ୍ନତ ଜ୍ଞାନ ସହିତ ପ୍ରତିଭାବାନ ମାନବ ସମ୍ବଳ ତିଆରି କରିବାରେ ସହାୟକ ହେବ ।  

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ସାମାଜିକ-ଆର୍ଥିକ ବିକାଶକୁ ଆଗେଇ ନେବା, ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାରେ କୋରାପୁଟ ଡିଭିଜନର ହାଲ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ମଧ୍ୟ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ହାଲ୍ ସାମାଜିକ ଦାୟିତ୍ୱ ପଦକ୍ଷେପ(ସିଏସଆର) ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ କ୍ରୀଡା, ଦକ୍ଷତା ବିକାଶ, ଶିକ୍ଷା ଓ  ସବୁଜ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରୁଅଛି । ଏହି ପରିଦର୍ଶନ କାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୋକାଲ୍ ଫର୍ ଲୋକାଲ ଆହ୍ୱାନ କ୍ରମେ କୋରାପୁଟ କଫି, କୋଟପାଡ ହସ୍ତତନ୍ତ ଏବଂ ଜିଲ୍ଲାର ଆଦିବାସୀ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ପ୍ରଧାନ ହାଲର ପ୍ରତିନିଧିଟିମକୁ ପରାମର୍ଶ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.