ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଅଗଷ୍ଟରେ ଫ୍ଲୋର୍‌କୁ ଆସିବ ‘କକ୍‌ଟେଲ-୨’, ସୁଟିଂ ଆରମ୍ଭ ପୂର୍ବରୁ ବ୍ରେକ୍‌ ନେଲେ କ୍ରିତି

Published By : Krishna Priya | July 5, 2025 8:49 AM

ନୂଆଦିଲ୍ଲୀ ୦୫/୦୭: ନିକଟରେ ମ୍ୟାଡ୍‌ଡକ ଫିଲ୍ମସ କାର୍ଯ୍ୟାଳୟରେ ନଜର ଆସିଥିଲେ କ୍ରିତି ସାନନ । ଏହା ପରଠୁ ତାଙ୍କର ଅପ୍‌କମିଙ୍ଗ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ସେ ‘ତେରେ ଇଶ୍କ ମେଁ’ର ସୁଟିଂ ଶେଷ କରିଛନ୍ତି । ଏବେ ‘କକ୍‌ଟେଲ୨’ର ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ଅଗଷ୍ଟରେ ଫିଲ୍ମଟି ସୁଟିଂ ଫ୍ଲୋର୍‌କୁ ଓହ୍ଲାଇବ । ଇତିମଧ୍ୟରେ କ୍ରିତି ଏବେ ଛୋଟ ବ୍ରେକ୍‌ ନେଇଛନ୍ତି । ଫିଲ୍ମ ସହ ସଂଶ୍ଳିଷ୍ଟ ଏକ ସୂତ୍ର ଅନୁସାରେ, କ୍ରିତି ଆସନ୍ତା ଅଗଷ୍ଟରେ ‘କକ୍‌ଟେଲ-୨’ର ସୁଟିଂ ଆରମ୍ଭ ପୂର୍ବରୁ ଛୋଟ ବ୍ରେକ୍‌ ନେଇଛନ୍ତି । ହିନ୍ଦୀ ସିନେ ଇଣ୍ଡଷ୍ଟ୍ରିର ସବୁଠୁ ଡିମାଣ୍ଡିଂ ଆକ୍ଟ୍ରେସ୍‌ ହୋଇଥିବାରୁ ଗୋଟିଏ ଫିଲ୍ମର ସୁଟିଂ ସରୁ ସରୁ ତାଙ୍କୁ ଆଉ ଗୋଟିଏରେ କାମ ଆରମ୍ଭ କରିବାକୁ ପଡୁଛି ।

ନିକଟରେ ଧନୁଷଙ୍କ ସହ ଫିଲ୍ମ ‘ତେରେ ଇଶ୍କ ମେଁ’ର ସୁଟିଂ ଶେଷ କରିବା ଖବର କ୍ରିତି ନିଜ ଇନ୍‌ଷ୍ଟା ପୋଷ୍ଟ୍‌ରେ ଶେୟାର କରିଥିଲେ । ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶିତ ଓ ହିମାଂଶୁ ଶର୍ମାଙ୍କ ଲିଖିତ ଏହି ଫିଲ୍ମ ଏକ ପ୍ରେମ କାହାଣୀ ଉପରେ ପର୍ଯ୍ୟବେସିତ । କ୍ରିତି ଏଥିରେ ମୁକ୍ତି ଭୂମିକାରେ ଅଭିନୟ କରିଛନ୍ତି । ଧନୁଷ-କ୍ରିତିଙ୍କୁ ଏକାଠି ପରଦାରେ ଦେଖିବାକୁ ଫ୍ୟାନ୍‌ ଖୁବ୍‌ ଉତ୍ସାହିତ ଅଛନ୍ତି । ‘କକ୍‌ଟେଲ-୨’ ୨୦୧୩ ମସିହା ହିଟ୍‌ ଫିଲ୍ମ ‘କକ୍‌ଟେଲ’ର ସିକ୍ୱେଲ, ଯେଉଁଥିରେ ସୈଫ୍‌ ଅଲି ଖାନ୍‌, ଦୀପିକା ପାଦୁକୋନ ଓ ଡାଏନା ପେଣ୍ଟି ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସିକ୍ୱେଲରେ କ୍ରିତିଙ୍କ ସହିତ ଶାହିଦ କପୁର ଓ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଅଭିନୟ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.