ଭୁବନେଶ୍ଵର, ୦୫/୦୭ : ପୁରୀ ପୌରପାଳିକାକୁ ମହାନଗର ନିଗମ ଘୋଷଣା କଲେ ହେଲେ ବାଲେଶ୍ଵରକୁ କାହିଁକି ଉପେକ୍ଷା ? ଏମିତି କହି ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ। ସେ କହିଛନ୍ତି ଯେ, ବାଲେଶ୍ୱର ପ୍ରତି ଉପେକ୍ଷା କରାଯାଇଛି। ମଧ୍ୟ ଓଡ଼ିଶାରୁ ଭୁବନେଶ୍ୱର, କଟକ ଏବଂ ପୁରୀକୁ ମହାନଗର ନିଗମ ଭାବରେ ପରିଗଣିତ କରାଯାଇଛି। ସେହିଭଳି ପଶ୍ଚିମ ଓଡ଼ିଶାରେ ସମ୍ବଲପୁର ରାଉରକେଲା ଅନ୍ୟପଟେ ଦକ୍ଷିଣ ଓଡ଼ିଶାରୁ ବ୍ରହ୍ମପୁରକୁ ମଧ୍ୟ ମହାନଗର ନିଗମ ମାନ୍ୟତା ମିଳିସାରିଛି। ତେବେ ଉତ୍ତର ଓଡ଼ିଶାରୁ ବାଲେଶ୍ୱରକୁ କାହିଁକି ଏତେ ଅବହେଳା ପଦର୍ଶନ କରଯାଉଛି।
କଂଗ୍ରେସ ନେତା ନବଜ୍ୟୋତି କହିଛନ୍ତି ଯେ, ବାଲେଶ୍ୱର ଏକ ସଂସ୍କୃତି ଏବଂ ବାଣିଜ୍ୟିକ କ୍ଷେତ୍ର ଭାବରେ ପରିଚିତ। ତେବେ କାହିଁକି ବାଲେଶ୍ୱରକୁ ମହାନଗର ନିଗମର ମାନ୍ୟତା ଦିଆଯାଇ ନାହିଁ। ବାଲେଶ୍ୱର ବିଧାୟକ ଏବଂ ସାଂସଦ ଉଭୟ ବିଜେପି ଦଳର। ତାହେଲେ ସେମାନେ ତାଙ୍କର ଉତ୍ତର ଦାଇତ୍ୱ କାହିଁକି ତୁଲାଉ ନାହାଁନ୍ତି। ତେଣୁ ଆମର ସରକାରଙ୍କୁ ପ୍ରଶ୍ନ ବାଲେଶ୍ୱରକୁ କେବେ ମହାନଗର ନିଗମର ମାନ୍ୟତା ମିଳିବ।
ସୂଚନା ଥାଉକି, ସରକାର ପୁରୀକୁ ମହାନଗର ନିଗମ ଘୋଷଣା କରିଛନ୍ତି। ଏହାସହ ପୁରୀରେ ଜଗନ୍ନାଥ ମ୍ୟୁଜିୟମ ପ୍ରତିଷ୍ଠା ହେବା ନେଇ କହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ବାହୁଡ଼ା ଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।