ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ

Published By : Prameya | July 5, 2025 8:45 AM

ପୁରୀ,୦୫/୦୭: ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ପାଗ ଅନୁକୂଳ ଥିବାରୁ ବାହୁଡ଼ା ଓ ସୁନାବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରିଛି ପୁଲିସ । ସେଥିଲାଗି ଟ୍ରାଫିକ ସୁପରିଚାଳନା  ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ଏସ୍‌ପି ଦାୟିତ୍ୱରେ ରହିଥିବା ଡିଆଇଜି ପିନାକ ମିଶ୍ର ସୂଚନା ଦେଇଛନ୍ତି ।  

ତାଙ୍କ କହିବାନୁଯାୟୀ, ବାହୁଡ଼ାରେ ଅପରିବର୍ତ୍ତିତ ରହିଛି ସୁରକ୍ଷା ବ୍ୟବସ୍ଥା । ରଥଯାତ୍ରାରେ ଯେଉଁ ବ୍ୟବସ୍ଥାବଳୀ ଥିଲା ସେଥିରେ କୌଣସି ପରିବର୍ତ୍ତନ  କରାଯାଇନାହିଁ । ମୁଖ୍ୟତଃ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ କିଭଳି  ଶୃଙ୍ଖଳିତ ଭାବେ ରଥଯାତ୍ରାରେ ସାମିଲ୍‌ ହେବେ ଓ ଠାକୁରଙ୍କୁ ଦର୍ଶନ ସାରି ଫେରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି । ପୁଲିସ ତରଫରୁ  ଜାରି ହୋଇଥିବା ଟ୍ରାଫିକ କଟକଣାକୁ ଶ୍ରଦ୍ଧାଳୁମାନେ ଅନୁସରଣ କରିବାକୁ  ଅନୁରୋଧ କରିଛନ୍ତି ।   

ଯାନଗୁଡ଼ିକ ରଖିବା ନିମନ୍ତେ ୨୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା  କରାଯାଇଛି । ସେଠାରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ପାର୍କିଂ କରିବେ । ଚିହ୍ନଟ ହୋଇଥିବା ପାର୍କିଂ ସ୍ଥାନ ପରିବର୍ତ୍ତେ ଅନ୍ୟ ସ୍ଥାନରେ ଗାଡିକୁ ପାର୍କିଂ କରାଗଲେ ତାହାକୁ ସେଠାରୁ ଟ୍ରାଫିକ ପୁଲିସ ଦ୍ୱାରା ଉଠାଯାଇ ଜବତ କରାଯିବ । ସେଥିଲାଗି ସ୍ୱତନ୍ତ୍ର ଟିମ୍‌ ମୁତୟନ  କରାଯାଇଛି । 

ସେହିଭଳି ଅତ୍ୟଧିକ ଭିଡ଼ ପରିଲକ୍ଷିତ ହେଲେ ଟ୍ରାଫିକ  କଟକଣା ପରିବର୍ତ୍ତନ କରାଯିବ । ସେହିଭଳି ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ୍‌ରୁମ୍‌ରୁ  ବରିଷ୍ଠ ପୁଲିସ ଅଧିକାରୀମାନେ ସହର ସମେତ ପ୍ରବେଶ ପଥକୁ କେତେ  ଗାଡ଼ି ଆସୁଛି କେଉଁ ପାର୍କିଂ ପୂର୍ଣ୍ଣ ହେଲା ପରେ ଅନ୍ୟ କେଉଁ ପାର୍କିଂକୁ ପରିବର୍ତ୍ତନ କରାଯିବ ତାହାକୁ ସେମାନେ ନିୟନ୍ତ୍ରଣ କରିବେ । ଜଣେ ଶ୍ରଦ୍ଧାଳୁ  କିଭଳି ଟ୍ରାଫିକକୁ ହଇରାଣ ହରକତ ନ ହେବ ତାହା ଉପରେ ଗୁରୁତ୍ୱ  ଦିଆଯାଇଛି । ମୋଟ ୨୦୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ  ସେଥିରୁ ୫୦ ପ୍ଲାଟୁନ୍‌ ଟ୍ରାଫିକ୍‌ ଡ୍ୟୁଟି କରିବେ । ସହରକୁ ୧୫ଟି ଡ୍ରୋନ୍‌ ଓ  ୨୯ ସେକ୍ଟରରେ ଜଗିବ ପୁଲିସ । ଡ୍ରୋନ୍‌ ଓ ସିସିଟିଭି ଜରିଆରେ ବାହୁଡ଼ା  ଓ ସୁନାବେଶରେ ସାମିଲ ହୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ନଜର ରଖାଯିବ ।  ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେବ ।

ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌

ବାହୁଡ଼ାରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ପହଣ୍ଡି ସମୟରେ  ସୁରକ୍ଷା ଲାଗି ୨ ଏସ୍‌ପି, ୬ଜଣ ଅତିରିକ୍ତ ଏସ୍‌ପି, ୧୧ ଡିଏସ୍‌ପି, ୧୯ ଇନିସ୍‌ପେକ୍ଟର, ୫୭ ଜଣ ଏସ୍‌ଆଇ/ଏଏସ୍‌ଆଇ, ୪ଜଣ ହାବିଲଦାର,  ୭୧ଜଣ କନେଷ୍ଟବଳ ଓ ୨୧ ପ୍ଲାଟୁନ୍‌ ପୋର୍ସ । ତିନି ରଥ ସୁରକ୍ଷାରେ ୬  ଜଣ ଆଇପିଏସ ଦାୟିତ୍ୱରେ ରହିଥିବା ବେଳେ ସେମାନଙ୍କୁ ସହଯୋଗ  କରିବା ଲାଗି ୧୧ ଜଣ ଅତିରିକ୍ତ ଏସ୍‌ପି, ୧୮ ଜଣ ଡିଏସ୍‌ପି, ୩୨  ଜଣ ଇନିସପେକ୍ଟର, ୧୬୯ ଜଣ ଏସ୍‌ଆଇ/ଏଏସ୍‌ଆଇ, ୧୮ଜଣ  ହାବିଲଦାର, ୪୫ କନେଷ୍ଟବଳ, ୨୪୦ ହୋମଗାର୍ଡ ଓ ୭୨ ପ୍ଲାଟୁନ୍‌ ଫୋର୍ସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.