ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କେଜ୍ରିଓ୍ବାଲଙ୍କ ବଡ଼ ଘୋଷଣା: ବିହାରରେ ଏକାକୀ ନିର୍ବାଚନ ଲଢିବ ଆମ ଆଦମୀ ପାର୍ଟି, ଏବେ କାହା ସହ ଆମର ମେଣ୍ଟ ନାହିଁ...

Published By : Harapriya Biswal | July 3, 2025 2:49 PM

ନୂଆଦିଲ୍ଲୀ,୩।୭: ଆମ ଆଦମୀ ପାର୍ଟିର ସଂଯୋଜକ ଓ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବୁଧବାର କରିଛନ୍ତି ବଡ଼ ଘୋଷଣା। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଗୁଜରାଟରେ ପାର୍ଟିର ବିସ୍ତାର ଓ କଂଗ୍ରେସ-ବିଜେପି ଉଭୟ ଦଳକୁ ଟାର୍ଗେଟ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଆମର କଂଗ୍ରେସ ସହ କୌଣସି ମେଣ୍ଟ ନାହିଁ ଓ ଆଗାମୀ ବିଧାନସଭା ନିର୍ବାଚନରେ ଆପ୍ ଏକାକୀ ମୈଦାନକୁ ଓହ୍ଲାଇବ। 

କେଜ୍ରିସ୍ବାଲ ଘୋଷଣା କରିଛନ୍ତି, ବିହାରରେ ଆମ ଆଦମୀ ପାର୍ଟି ନିର୍ବାଚନ ଲଢିବ। ଇଣ୍ଡିଆ ବ୍ଲକ କେବଳ ଲୋକସଭା ନିର୍ବାଚନ ପାଇଁ ଥିଳା। ଏବେ ଆମର କାହା ସହ କୌଣସି ପ୍ରକାର ମେଣ୍ଟ ନାହିଁ। ଭିସାଭଦର ଉପ-ନିର୍ବାଚନରେ ଆମେ କଂଗ୍ରେସଠାରୁ ଅଲଗା ଭାବରେ ଲଢି ତିନି ଗୁଣା ଅଧିକ ଭୋଟରେ ଜିତିଛୁ। ଏହା ଜନତାଙ୍କ ସିଧାସଳଖ ବାର୍ତ୍ତା ଯେ, ଏବେ ବିକଳ୍ପ ଆମ ଆଦମୀ ପାର୍ଟି ରହିଛି। କେଜ୍ରିଓ୍ବାଲଙ୍କ କହିବା ଅନୁସାରେ, ଆମର କଂଗ୍ରେସ ସହ କୌଣସି ମେଣ୍ଟ ନାହିଁ, ତେଣୁ ଭିସାଭଦରରେ ଆମେ ଅଲଗା ଲଢିବୁ। ଗୁଜରାଟରେ ନିର୍ବାଚନ ଲଢିବୁ ଓ ଜିତିବୁ। ଦିଲ୍ଲୀରେ ପରାଜୟ ନେଇ କହିଛନ୍ତି ଜିତିବା ହାରିବା ଏଭଳି ଲାଗି ରହିଥାଏ। ତେବେ ପଞ୍ଜାବରେ ଆମର ସରକାର ପୁଣିଥରେ ଗଠନ ହେବ।

କେଜ୍ରିଓ୍ବାଲ କହିଛନ୍ତି, ଗତ ୩୦ ବର୍ଷରେ ଗୁଜରାଟରେ ବିଜେପି ସରକାର ରହିଛି। ଏହି ରାଜ୍ୟକୁ ବରବାଦ କରିବାରେ ବିଜେପି କୌଣସି ବାଟ ଛାଡିନି। ସୁରାଟରେ ଯେଉଁ ବନ୍ୟା ଆସିଥିଲା, ତାହା ମାନବକୃତ ବନ୍ୟା ଓ ବିଜେପିର ଭ୍ରଷ୍ଟାଚାରୀ ଫଳ। ଯୁବକଙ୍କୁ ରୋଜଗାର ମିଳିୁନି। କୃଷକଙ୍କୁ ୟୁରିୟା ମିଳୁନି। ସବୁ ବର୍ଗ ବିଜେପି ଉପରେ ଏବେ ଅସନ୍ତୁଷ୍ଟ। ତଥାପି ବିଜେପି ଲଗାତାର ଜିତୁଛି, କାରଣ ଲୋକଙ୍କ ପାଖରେ ବିକଳ୍ପ ନାହିଁ। ସବୁ ଲୋକ ଜାଣନ୍ତି ବିଜେପିର ପକେଟରେ କଂଗ୍ରେସ ରହିଛି। ତେଣୁ ଲୋକଙ୍କର କଂଗ୍ରେସ ଉପରେ ଭରସା ନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.