ନୂଆଦିଲ୍ଲୀ,୩।୭: ରାଜଧାନୀ ଦିଲ୍ଲୀରେ ୧ ଜୁଲାଇରୁ ଲାଗୁ ହୋଇଥିବା ‘ଏଣ୍ଡ ଅଫ୍ ଲାଇଫ୍ ଭେଇକିଲ’ (ଇଏଲଭି) ନିୟମ ଅନୁସାରେ ବାହନକୁ ଜବତ କରିବା ଉପରେ ବର୍ତ୍ତମାନ ରୋକ ଲଗାଇ ଦିଆଯାଇ ପାରେ। ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସୀରସା ରାଜଧାନୀରେ ଲାଗୁ କରାଯାଉଥିବା ଇଏଲ୍ଭି ନିୟମକୁ ନେଇ CAQM (Commission for Air Quality Management) କୁ ଔପଚାରିକ ପତ୍ର ଲେଖି ଏହି ପ୍ରମୁଖ ସମସ୍ୟାକୁ ସାମନାକୁ ଆଣିବ। ଏହାପରେ ସମୀକ୍ଷା କରିବାର ଦାବି କରିଛନ୍ତି।
ସରକାର କହିଛନ୍ତି, ବର୍ତ୍ତମାନ ଦିଲ୍ଲୀରେ ଏହି ନିୟମକୁ ଲାଗୁ କରିବା ସମ୍ଭବ ନୁହେଁ, କାରଣ ଏହାଦ୍ବାରା ଜନତାଙ୍କୁ ଅସୁବିଧା ହେଉଥିଲା ଓ ବ୍ୟବହାରିକ କଠିନତା ସାମାନକୁ ଆସିଥିଲା। ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି ଯେ ପର୍ଯ୍ୟନ୍ତ ପୁରା ଏନ୍ସିଆରରେ ଏହି ନିୟମ ସମାନ ରୂପରେ ଲାଗୁ ହୋଇନି, ସେ ପର୍ଯ୍ୟନ୍ତ ଦିଲ୍ଲୀରେ ଏଭଳି ପ୍ରଭାବୀ ଭାବରେ ଲାଗୁ କରାଯିବନି। ତେବେ ନିୟମ ଲାଗୁ ହେବ କି ନାହିଁ ତେବେ ଏହାର ଅନ୍ତିମ ନିଷ୍ପତ୍ତି ବର୍ତ୍ତମାନ CAQM କୁ କରିବାକୁ ହେବ।
ଉଲ୍ଲେଖନୀୟ ଯେ, ପୁରୁଣା ବାହନର ଜବତକୁ ନେଇ ଦିଲ୍ଲୀ ସରକାର ଘେରି ହୋଇଯାଇଥିଲେ। ବିରୋଧି ଦଳ ଏହା ଉପରେ ଲଗାତାର ପ୍ରଶ୍ନ ଉଠାଇବା ସହ ରେଖା ସରକାରଙ୍କୁ ଟାର୍ଗେଟ କରିଥିଲେ। ଅନ୍ୟପକ୍ଷେ ଦିଲ୍ଲୀ ସରକାର ପ୍ରଦୂଷଣ କମ୍ କରିବା ପାଇଁ ଏହି ନିୟମକୁ ଜରୁରୀ କରିଥିଲେ। କିନ୍ତୁ ଏବେ ତା’ର ଅଭାବ କହି ନିଜେ ବ୍ୟାକଫୁଟ୍ରେ ନଜର ଆସିଛନ୍ତି।