ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି

Published By : Prameya | July 1, 2025 2:49 PM

ଭୁବନେଶ୍ୱର,୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ବିଜେପିର ଆକ୍ସନ୍। ସୋମବାର ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ନିମ୍ନଲିଖିତ ୫ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନିଲମ୍ବନ କରିଛନ୍ତି । ସେମାନେ ହେ‌ଲେ  ୨୯ ନମ୍ବର ଓ୍ବାର୍ଡ କର୍ପୋରେଟର ଅପରୂପ ନାରାୟଣ ରାଉତ (ଜୀବନ ),  ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ,ସଚିକାନ୍ତ ସ୍ୱାଇଁ ଏବଂ ସଂଜୀବ ମିଶ୍ର ନିଲମ୍ବିତ ହୋଇଛନ୍ତି। 

ସୋମବାର ବିଏମ୍‌ସି  ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା ।  ମେୟରଙ୍କ ପ୍ରକୋଷ୍ଠକୁ ଲାଗିଥିବା ପ୍ରକୋଷ୍ଠରେ ଅତିରିକ୍ତ  କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ  ଶୁଣୁଥିଲେ । ବିଏମ୍‌ସିର ଅନ୍ୟ ବରିଷ୍ଠ ଅଧିକାରୀମାନେ ବି ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ । ଅଚାନକ୍‌  ବିଜେପି କର୍ପୋରେଟର ଜୀବନଙ୍କ ସହ ୬ରୁ ୭  ଜଣ ଦୁର୍ବୃତ୍ତ ଅଭିଯୋଗ ପ୍ରକୋଷ୍ଠକୁ ପଶିଥିଲେ । ସ୍ୱଚ୍ଛ  ସୁପରଭାଇଜରଙ୍କ ଉପରେ ହୋଇଥିବା ତଦନ୍ତର  ରିପୋର୍ଟ ବଦଳାଇବାକୁ ଦାବି କରିଥିଲେ । କିନ୍ତୁ ଅତିରିକ୍ତ  କମିଶନର ଶ୍ରୀ ସାହୁ ଏଥିରେ ହସ୍ତକ୍ଷେପ କରିବେନି ବୋଲି କହିଥିଲେ । ଏହାକୁ ନେଇ ପ୍ରତିକ୍ରିୟାଶୀଳ ହେବା  ସହ ତାଙ୍କୁ ବିଜେପିର କାର୍ଯ୍ୟକର୍ତ୍ତାମାନେ ଆକ୍ରମଣ  କରିଥିଲେ । ଅଭିଯୋଗ ପ୍ରକୋଷ୍ଠରୁ କାର୍‌ ଯାଏ ପ୍ରାୟ  ୫୦ ମିଟର ଘୋଷାଡ଼ି ଘୋଷାଡ଼ି ନେଇଥିଲେ । ମଝିରେ  ମୁହଁକୁ ଗୋଇଠା ଓ ବିଧା ମାରିଥିଲେ । ଏଥିରେ  ଶ୍ରୀ ସାହୁଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ  ଲାଗିଥିଲା । ତାଙ୍କୁ ଏକ କାର୍‌ରେ ପୂରାଇବା ବେଳେ  ମେୟର ଓ ଅନ୍ୟ କର୍ପୋରେଟର ଧାଇଁ ଆସିବାରୁ ଆକ୍ରମଣକାରୀ ତାଙ୍କୁ ଛାଡ଼ି ପଳାଇଥିଲେ । ଅତିରିକ୍ତ  କମିଶନରଙ୍କୁ ଆକ୍ରମଣ ପରେ ଦୁର୍ବୃତ୍ତମାନେ ମେୟର  ସୁଲୋଚନା ଦାସଙ୍କୁ ଘେରି ଗାଳିଗୁଲଜ ମଧ୍ୟ କରିଥିଲେ । 

ଏହି ଖବର ପ୍ରଚାର ପରେ ରାଜଧାନୀ ହୁଲସ୍ତୁଲ ହୋଇଥିଲା । ବିଏମ୍‌ସି କର୍ମଚାରୀଙ୍କ ସହ ବିଜେଡି  ରାସ୍ତାକୁ ଓହ୍ଲାଇଥିଲେ । ରାଜଧାନୀ ବିଜେଡିର ସବୁ  ନେତା ଏକାଠି ହୋଇ ଏହାର ପ୍ରତିବାଦ କରିଥିଲେ ।  ଜନପଥ ରାସ୍ତାକୁ ଅବରୋଧ କରି ଅଭିଯୁକ୍ତଙ୍କ ଗିରଫ  ଦାବି କରିଥିଲେ ଦୀର୍ଘ ସମୟ ଧରି ରାସ୍ତା ବନ୍ଦ ଯୋଗୁ ଜନପଥରେ  ଅସମ୍ଭାଳ ଭିଡ଼ ହୋଇଥିଲା । ପଥଚାରୀମାନେ ସମସ୍ୟା  ଭୋଗିଥିଲେ । ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ  ପହଞ୍ଚି ବୁଝାସୁଝା କରିଥିଲେ । କିନ୍ତୁ ରାସ୍ତା ଅବରୋଧରୁ ନ ହଟିବାରୁ ପୁଲିସ ବିଜେଡି ନେତାଙ୍କୁ ଉଠାଇ ନେଇଥିଲା । 

ଅତିରିକ୍ତ କମିଶନର ଶ୍ରୀ ସାହୁ ଏତଲାରେ  ଦର୍ଶାଇଛନ୍ତି, ୬ରୁ ୭ଜଣ ଅଜଣା ଯୁବକ ଅଭିଯୋଗ  ପ୍ରକୋଷ୍ଠକୁ ଧସେଇ ପଶିଥିଲେ । ମୋ ସାମ୍ନାରେ ବସି  ପଚାରିଥିଲେ, ତୁମେ ଜଗନ୍ନାଥ ପ୍ରଧାନଙ୍କ ସହ କଥା  ହୋଇଛ? ହଁ ଆଜି ମୁଁ ତାଙ୍କ ସହ କଥା ହୋଇଥିଲି ବୋଲି  ସତ କହିଥିଲି। ଏହାପରେ ସେମାନେ ମୋ ଉପରେ  ମରଣାନ୍ତକ ଆକ୍ରମଣ ଆରମ୍ଭ କରି ଦେଇଥିଲେ ।  ମୋ ମୁହଁରୁ ରକ୍ତ ବାହାରୁଥିଲେ ବି ସେମାନେ ମାଡ଼  ମାରିବା ବନ୍ଦ କରିନଥିଲେ । ମୋବାଇଲ ଛଡ଼ାଇ  ନେଇ ହ୍ୱାଟସଆପ୍‌ରେ ଅଶ୍ଲୀଳ ଷ୍ଟାଟସ୍‌ ଦେଇଥିଲେ ।।

ଶ୍ରୀ ସାହୁଙ୍କ ଏତଲା ଅନୁସାରେ, ବିଜେପି  କର୍ପୋରେଟର ଅପରୂପ ନାରାୟଣ ରାଉତ, ବିଜେପି  ନେତା ରଶ୍ମି ମହାପାତ୍ର ଓ କାର୍ଯ୍ୟକର୍ତ୍ତା ଦେବାଶିଷ  ପ୍ରଧାନକୁ ପୁଲିସ ଗିରଫ କରିଥିଲା । ସେମାନଙ୍କ ନାଁରେ  ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା  ୧୦୯ (ହତ୍ୟା ଉଦ୍ୟମ), ୩୩୩ (ଆଘାତ),  ୧୩୨ (ସରକାରୀ ଅଧିକାରୀଙ୍କୁ ଡ୍ୟୁଟି ବେଳେ  ଆକ୍ରମଣ), ୧୨୧(୧)(ଲୋକ ସେବକଙ୍କୁ ଆକ୍ରମଣ  କରି ଗଭୀର ଆଘାତ), ୧୨୧(୨) (ନିଜ ଇଚ୍ଛାରେ  ଲୋକ ସେବକଙ୍କୁ ଆକ୍ରମଣ କରି ଗଭୀର ଆଘାତ),  ୩୫୧(୨)(ଅପରାଧିକ ଭୟ ଦେଖାଇବା), ୬୨ (ଆଜୀବନ ଜେଲଦଣ୍ଡ ପାଇଁ ଅପରାଧ),  ୧୪୦(୨)(ହତ୍ୟା ଉଦ୍ଦେଶ୍ୟରେ ଅପହରଣ ପାଇଁ ଉଦ୍ୟମ), ୫୪ (ସଂଗଠିତ ଅପରାଧ), ୬୧(୨)  (ଅପରାଧିକ ଷଡ଼ଯନ୍ତ୍ର) ଭଳି ସଙ୍ଗୀନ ଦଫା ଲାଗିଛି । ଘଟଣାରେ ସମ୍ପୃକ୍ତ ଆଉ ୪ଜଣ ଫେରାର  ଅଛନ୍ତି । ସେମାନଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ  ସ୍ଥାନରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.