ପ୍ରମୂଖ ଖବର
  • ବାଜିବ ଘଣ୍ଟ ଘଣ୍ଟା, ଡାକିବ ଡାହୁକ, ପହଣ୍ଡିରେ ବିଜେ କରିବେ ହଟିଆ ଠାକୁର
  • ||
  • ସାଆନ୍ତଙ୍କ ଅପେକ୍ଷାରେ ସୁସଜ୍ଜିତ ତିନି ରଥ, ସକାଳ ସାଢେ ୯ଟାରୁ ପହଣ୍ଡି, ସାଢେ ୪ଟାରୁ ରଥଟଣା
  • ||
  • ଭାବ ଭକ୍ତିରେ ଉଛୁଳୁଛି ବଡ଼ଦାଣ୍ଡ, ସକାଳୁ ସକାଳୁ ଲୋକାରଣ୍ୟ ଶ୍ରୀକ୍ଷେତ୍ର
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ବ୍ରହ୍ମାଣ୍ଡପତି, ଅପେକ୍ଷାରେ ରଥ-ଭକ୍ତ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଡେଲାଙ୍ଗ ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ଅଭିଯୋଗ, ୪ ଦିନ ପରେ ବି ମିଳୁନି ପତ୍ତା

Published By : Prameya | June 24, 2025 1:29 PM

ଡେଲାଙ୍ଗ,୨୪/୦୬: ଡେଲାଙ୍ଗ ଅଞ୍ଚଳରେ ଦୁଇ ଜଣ ନାବାଳିକା ନିଖୋଜ  ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଗତ ଶୁକ୍ରବାର  ଦୁଇ ନାବାଳିକା ସାଇକେଲ୍‌ ଯୋଗେ ଡେଲାଙ୍ଗ ଷ୍ଟେସନ ବଜାରକୁ ଆସି ଆଉ  ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ବଜାର ନିକଟରୁ ସାଇକେଲ୍‌ ମିଳିଥିଲା । ହେଲେ ଉଭୟଙ୍କ କୌଣସି ସନ୍ଧାନ ନ ମିଳିବାରୁ ତାଙ୍କ ମା' ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଇତିମଧ୍ୟରେ ୪ଦିନ ବିତି ଯାଇଥିଲେ  ସୁଦ୍ଧା କୌଣସି ପତ୍ତା ମିଳୁ ନଥିବାରୁ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.