ଫିରିଙ୍ଗିଆ, ୨୬/୬ : କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ବାଇକ୍ ସହ ବିଭିନ୍ନ ଦାମୀ ଗାଡ଼ି ରୀତିମତ ଭାବେ ଚୋରି ହେଉଛି l ଚୋରି ଭୟରେ ଲୋକେ ବାହାରେ ଗାଡ଼ି ରଖିବା ମଧ୍ୟ ଅସୁରକ୍ଷିତ ମଣୁଛନ୍ତି l ଫିରିଙ୍ଗିଆ ପୋଲିସ ଜଣେ କୁଖ୍ୟାତ ବାଇକ ଚୋରକୁ ଧରିବାରେ ସଫଳ ହୋଇଥିବାବେଳେ ୪ଟି ବିଭିନ୍ନ କମ୍ପାନୀର ବାଇକ ମଧ୍ୟ ଜବତ କରି ବାଇକ ଚୋରକୁ କୋର୍ଟ ଚାଲାଣ କରିଛି l
ସୂଚନା ଅନୁସାରେ, ଫିରିଙ୍ଗିଆ ଥାନାରେ ବାଇକ୍ ଚୋରି ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା । ଏହାର ତଦନ୍ତ କରି ଚୋରି କରିଥିବା ବ୍ୟକ୍ତି ଓ ଚୋରି ବାଇକକୁ ଜବତ କରିଥିବାବେଳେ ସମ୍ପୃକ୍ତ ବାଇକ ଚୋର ନାମରେ ଜିଲ୍ଲା ଓ ଜିଲ୍ଲା ବାହାରେ ଏକାଧିକ ମାମଲା ଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି l ତେବେ ବାଇକ ଚୋର ଜଣକ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ନାଗପୁର ଗାଁର କ୍ରିଷ୍ଣା ଦାଶ ବୋଲି ଜଣା ପଡ଼ିଛି l ପୋଲିସ ତଦନ୍ତ ପରେ ବିଭିନ୍ନ ଜାଗାରେ ରଖିଥିବା ୪ଟି ବାଇକ ଜବତ କରିଥିବାବେଳେ ଫିରିଙ୍ଗିଆ ଥାନାରେ ମାମଲା ରୁଜୁ କରି ବାଇକ ଚୋର କ୍ରିଷ୍ଣା ଦାଶକୁ କୋର୍ଟ ଚାଲାଣ କରିଥିବା ତଦନ୍ତ କାରି ଅଧିକାରୀ ପ୍ରମୋଦ ପ୍ରଧାନ ଓ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି l