କଣ୍ଟାମାଳ,୨୬/୬ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ରବି ଧାନ କ୍ରୟ ମଣ୍ଡିରେ ଆବଶ୍ୟକ ଟାର୍ଗେଟ ନ ଥିବାରୁ ବର୍ଷାରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଭିଜୁଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଚାଷୀମାନେ କଣ୍ଟାମାଳ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇଥିବା ଦେଖିବାକୁ ମିଳିଛି l
କଣ୍ଟାମାଳ ମଣ୍ଡିରେ ପ୍ରାୟ ୧୬୦୦କ୍ବିଣ୍ଟାଲ୍ ଧାନ ଚାଷୀମାନେ ରଖିଥିବାବେଳେ ଯୋଗାଣ ବିଭାଗ ୫୦୦କ୍ବିଣ୍ଟାଲ ଧାନ କ୍ରୟ ପାଇଁ ଗତକାଲି ଟାର୍ଗେଟ ଦେଇଛି l ଫଳରେ ସମସ୍ତ ଧାନ ବିକ୍ରୟ ହେବାର ସମ୍ଭାବନା ନ ଥିବାରୁ ଚାଷୀ କଣ୍ଟାମାଳ ତହସିଲଦାରଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ l ତହସିଲଦାରଙ୍କୁ ଭେଟି ନ ପାରିବାରୁ ଉତ୍ୟକ୍ତ ଚାଷୀ ମଣ୍ଡିକୁ ଫେରି ସମିତି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।