ଚଣ୍ଡିଖୋଲ,୨୬/୬ : ବହୁ ଚର୍ଚ୍ଚିତ ଆତଙ୍କବାଦୀ ଲିଙ୍କ ଘଟଣାରେ ଇଶାନ ବୁଖାରୀକୁ ୫ବର୍ଷ ଜେଲ ଦଣ୍ଡା ଦେଶ ଦେଲେ ଚଣ୍ଡିଖୋଲ ଜେଏମଏଫସି କୋର୍ଟ। ୨୦୨୩ମସିହାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ମିଲତନଗରରୁ ଇଶାନ ବୁଖାରିଙ୍କୁ ଆତଙ୍କବାଦୀ ଲିଙ୍କ ଘଟଣାରେ ଏସଟିଏଫ୍ ଗିରଫ କରିଥିଲା।
ଯାଜପୁର ଜେଲ୍ ପରେ ଚୌଦ୍ଵାର ଜେଲକୁ ପଠାଇ ଦିଆଯାଇଥିଲା । ପରେ ଇଶାନବୁଖାରି ଫ୍ରଡ ଓ ଚିଟିଂ ଘଟଣା ବିଭିନ୍ନ ଟଙ୍କା ହେରଫର୍ ଘଟଣାରେ ସଂପୃକ୍ତି ସାମ୍ନାକୁ ଆସିଥିଲା। ଏ ନେଇ ଇଶାନ ବୁଖାରୀଙ୍କ ମାମଲାର ଶୁଣାଣି କରି ଚଣ୍ଡିଖୋଲ ଜେଏମଏଫସି କୋର୍ଟ ବିଚାରପତି ଶ୍ରୀମୟୀ ନନ୍ଦ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଇପିସି ଧାରା ୪୧୯,୪୬୫,୪୬୮,୪୭୧,୬୬(ଡି) ଆଇଟି ଆକ୍ଟରେ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି।