ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଯାତାୟତରେ ବାଧକ ସାଜିଛି ମାଦେ ପାଙ୍ଗା ନାଳ, ବିପଦପୂର୍ଣ୍ଣ ଯାତାୟତ କରୁଛନ୍ତି ୨ ୱାର୍ଡ଼ ବାସୀ

Published By : Gurupada Nath | June 26, 2025 5:34 PM

ଫିରିଙ୍ଗିଆ, ୨୬/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହି ପଞ୍ଚାୟତର ୨ଟି ୱାର୍ଡର ୧୫୦ଘରରୁ ଅଧିକ ଲୋକଙ୍କ ପାଇଁ ବର୍ତ୍ତମାନ ଯାତାୟତରେ ବାଧକ ସାଜିଛି ମାଦେ ପଙ୍ଗା ନାଳ l ପୂର୍ବରୁ ବର୍ଷା ଦିନ ଆସିଲେ ଏମାନଙ୍କ ପାଇଁ କାଠ ପୋଲ ଭରସା ହେଉଥିବାବେଳେ ପୋଲ ଭାସି ଗଲେ ଏମାନଙ୍କ ପାଇଁ ଯୋଗାଯୋଗ ବିଛିନ୍ନ ହୋଇ ଶିକ୍ଷା, ସ୍ୱାସ୍ଥ୍ୟ ଏମିତି କି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ମଧ୍ୟ ନାହିଁ ନ ଥିବା ଅସୁବିଧା ଭୋଗିବାକୁ ପଡ଼ୁଥିଲା । କିନ୍ତୁ ବାରମ୍ବାର ଦାବି ପରେ ବାଦେ ଦ୍ରାଗା ନାଳ ତଳକୁ ଏକ ପୋଲ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁରୀ ହୋଇ କାର୍ଯ୍ୟ ଚାଲିଥିବାବେଳେ ଏବେ ଆଉ ଗୋଟିଏ ନାଳ ମାଦେ ପାଙ୍ଗା ନାଳ ଯାତାୟତ ପାଇଁ ବାଧକ ସାଜିଛି l

ଏହି ନାଳ ପାଙ୍ଗା ପଞ୍ଚାୟତଠାରୁ କାଲିକୁଟି ଦେଇ ଯାଇଥିବା ରାସ୍ତା ମଝିରେ ପଡୁଛି । ଏହି ନାଳରେ ପ୍ରତିବର୍ଷ ଲୋକେ କାଠ ପୋଲ କରି କିମ୍ବା କାଠକୁ ଗଛ ସହ ଯୋଡ଼ି ବିପଦପୂର୍ଣ୍ଣ ଭାବେ ଯାତାୟତ କରିଥାନ୍ତି l ପ୍ରତିବର୍ଷ ବର୍ଷାରେ ଧୋଇ ହୋଇଯାଏ ପୁଣି ନିଜ ଖର୍ଚ୍ଚରେ କାଠ ଆଣି ପୋଲ ନିର୍ମାଣ କରି ବିଦ୍ୟାଳୟଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଏମିତି କି ପ୍ରତ୍ୟେକ କାର୍ଯ୍ୟ ପାଇଁ କାଠ ପୋଲ ଉପରେ ନିର୍ଭର କରିବାକୁ ପଡ଼ିଥାଏ l ବର୍ତ୍ତମାନ କିଛି ଦିନ ହେବ ବର୍ଷା ଲାଗି ରହିଥିବାରୁ ମାଦେ ପାଙ୍ଗା ନାଳରେ ପ୍ରବଳ ବର୍ଷା ପାଣି ଯାଉଥିବାରୁ ଲୋକେ ବିପଦପୂର୍ଣ୍ଣ ଭାବେ ୨ ଟି ୱାର୍ଡ଼ ୮ ଏବଂ ୯ ନମ୍ବର ୱାର୍ଡ ବାସୀ ମାର୍କାଲି, ସିକେରି, ଡେଡ଼ି ସରୁ, ମାଦେ ପାଙ୍ଗା, ଭୁଟୁ କୂପଡା, ଶ୍ରାହାପେଲି ପଙ୍ଗା, କୁଟି ପାଡା, ଭଳି ୮ରୁ ୧୦ଟି ଗାଁର ଲୋକେ ଯାତାୟତ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି l

ତୁରନ୍ତ ଏହି ମାଦେ ପାଙ୍ଗା ନାଳରେ ଯାତାୟତ ସୁବିଧା ପାଇଁ ପୋଲ ନିର୍ମାଣ କରିବାକୁ ସନ୍ତୋଷ କହଁର, ତ୍ରିଲୋଚନ କହଁର, ବିଭୀଷଣ କହଁର, ପ୍ରଶାନ୍ତ କହଁର, ସତ୍ୟ ବଗର୍ତିଙ୍କ ସହ ସମୂହ ଅଞ୍ଚଳବାସୀ ଦାବି କରିଛନ୍ତି l 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.