ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ସିଂହବାହିନୀ ମାଲିକଙ୍କ ଉପରେ ବର୍ଷିଲେ ନାଣ୍ଡୁ ବାବୁ, ଅଡ଼ିଓ ଭାଇରାଲ୍ ନେଇ ରଖିଲେ ପ୍ରତିକ୍ରିୟା

Published By : Gurupada Nath | June 26, 2025 4:34 PM

ଚଣ୍ଡିଖୋଲ,୨୬/୬ : ପୁଣି ବଢିଲା ଯାତ୍ରା ବିବାଦ । ଯାତ୍ରା ସିଂହବାହିନୀ ମାଲିକଙ୍କ ଉପରେ ବର୍ଷିଲେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ ।   ତୁଳସୀ ଗଣନାଟ୍ୟରେ ଚରିତ୍ର ଅଭିନେତା କୁନାଙ୍କୁ ଏଗ୍ରିମେଣ୍ଟ କରାଯିବା ସହ ଷ୍ଟାର କାଷ୍ଟ ଘୋଷଣା କରାଯାଇଥିଲେ ସୁଦ୍ଧା ଯାତ୍ରା ସିଂହବାହିନୀ ମାଲିକ ନିଜ ଯାତ୍ରା ପାର୍ଟିକୁ କେମିତି ନେଲେ ବୋଲି ପ୍ରଶ୍ନ କରିଛନ୍ତି । ଯାତ୍ରା ସଂଘ ଭାଙ୍ଗିବାକୁ ଚାହୁଛନ୍ତି ସିଂହବାହିନୀ ମାଲିକ । କିନ୍ତୁ ଯାତ୍ରା ସଂଘ ଏକ ଅଛି ରହିବ । 

ଯାତ୍ରା ହିରୋଇନ୍ ତମସା ମିଶ୍ରଙ୍କୁ ତୁଳସୀ ଗଣନାଟ୍ୟ ନିଜ ପାର୍ଟିକୁ ଆଣିବା ଘଟଣାରେ ଯେଉଁ ଅଡ଼ିଓ ଭାଇରାଲ ହୋଇଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ । ସେ କହିଛନ୍ତି, ଯାତ୍ରା ପାର୍ଟିକୁ ତମସାଙ୍କୁ ଆଣିବା ପାଇଁ କଥା ହେଇଥିଲେ, ସେଥିରେ କୌଣସି ଅସୁବିଧା ନାହିଁ । ମୁଁ ପୂର୍ବରୁ ତମସାଙ୍କ ସହ କଥା ହେଇଥିଲି । ବରଂ ସିଂହବାହିନୀ ମାଲିକ ମୋ ପାର୍ଟିରୁ ଆର୍ଟିଷ୍ଟ ନେଇ ନିଜ ପାର୍ଟିରେ ରଖିଛନ୍ତି । ବିଭିନ୍ନ ପାର୍ଟି ଭାଙ୍ଗିବାକୁ ଚାହୁଁଛନ୍ତି ସିଂହବାହିନୀ ମାଲିକ। ପୀୟୂଷ ତ୍ରିପାଠୀଙ୍କୁ ନେଇ ଯେଉଁ ବିବାଦ ଚାଲିଛି ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ । ସେ କହିଛନ୍ତି ପୀୟୂଷ ତୁଳସୀ ଗଣନାଟ୍ୟରେ ୨୦୨୯ପାଇଁ ଏଗ୍ରିମେଣ୍ଟ କରିଥିଲେ । କିନ୍ତୁ ପୀୟୂଷ ମନା କରିବାରୁ ସେ ବିବାଦକୁ ନ ଯାଇ ପୀୟୂଷକୁ ଛାଡ଼ି ଦେଇଥିଲେ । ସିଂହବାହିନୀ ମାଲିକ ଯାତ୍ରା ସଂଘ ନୀତି ନିୟମ ଭିତରେ ରୁହନ୍ତୁ । ନିଜେ ଭାଙ୍ଗି ଯିବେ ବରଂ ସଂଘ ଭଙ୍ଗିବନି ବୋଲି କହିଛନ୍ତି ମାଲିକ ଅନନ୍ତ ନାରାୟଣ ଧଳ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.