ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

୧୨୯କେଜି ଗଞ୍ଜେଇ ଜବତ କଲା ମନମୁଣ୍ଡା ପୁଲିସ

Published By : Gurupada Nath | June 26, 2025 6:26 PM

ମନମୁଣ୍ଡା,୨୬/୬ : ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅନ୍ତର୍ଗତ ତିର୍ଚିପଡ଼ା ଅଞ୍ଚଳରେ ଗଞ୍ଜେଇ ଚୋରା କାରବାର ଚାଲିଥିବାବେଳେ ପୁଲିସ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ମୁକ୍ତ ଅଭିଯାନ ଚଳାଉଥିବା ପୁଲିସ ଏହାକୁ ଗୁରୁତର ସହ ନେଇଥିଲା । ଆଇଆଇସି ଅଞ୍ଜଳି ବିଶ୍ଵାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ପୁଲିସ ଟିମ୍ ଆଜି ସକାଳେ ଉକ୍ତ ଅଞ୍ଚଳରେ ଚଢଉ କରିଥିଲା। 

ଏକ ନିଛାଟିଆ ଜାଗାରେ  ୩ଟି ବସ୍ତା ଦେଖିବାକୁ ପାଇ ପୁଲିସ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। ପୁଲିସ ଆସିବା ଦେଖି ମାଫିଆମାନେ ଫେରାର ହୋଇଯାଇଥିଲେ। ଗଞ୍ଜେଇ ଓଜନ କରିବାରୁ ତାହା ୧୨୯କେଜି ହୋଇଥିଲା। ଏ ନେଇ ଥାନାରେ କେଶ ନଂ ୧୯୯/୨୫ରେ ଏକ ମାମଲା ରୁଜୁ କରାଯାଇ ପୁଲିସ ଏହାର ତଦନ୍ତ ଚଳାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.