ପ୍ରମୂଖ ଖବର
  • କେନ୍ଦୁଝର : ଗଛ ତଳେ ବସିଥିଲେ, ବଜ୍ରପାତରେ ଚାଳିଗଲା ଦମ୍ପତିଙ୍କ ଜୀବନ
  • ||
  • ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍
  • ||
  • ବାରିପଦା : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ପୁଅକୁ ଗୁଳି, ମାଆକୁ ଛୁରାମାଡ
  • ||
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ମମି ମୁଁ ବିଷ ଖାଇଦେଇଛି; ଠିକଣା ପଠେଇଛି, ବଡି ନେଇଯିବ’, ଆତ୍ମହତ୍ୟା ପୂର୍ବରୁ ୧୮ ବର୍ଷୀୟ ଯୁବକଙ୍କ କୋହଭରା ଅଡିଓ ମେସେଜ୍

Published By : Swapna Ray | June 23, 2025 12:13 PM

ପୁଣେ, ୨୩।୬: ମମି, ମୁଁ ମୋ ମୋବାଇଲ ଭାଙ୍ଗିଦେବି, ଆଉ କିଛି ବି ପ୍ରମାଣ ରହିବନି । ମୁଁ ମରିବାକୁ ଚାହେଁ । ମୁଁ ବିଷ ଖାଇଦେଇଛି । ମୁଁ ଲୋକେସନ୍ ପଠଉଛି, ମୋ ମରଶରୀର ନେଇଯିବ । ମହାରାଷ୍ଟ୍ର ପୁଣେର ଜଣେ ୧୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ସୁଇସାଇଡ୍ କରିବା ପୂର୍ବରୁ ଯୁବକ ଜଣକ ଏକ ଅଡିଓ ରେକର୍ଡ କରିଥିଲେ । ଯେଉଁଥିରେ ସେ ଏଭଳି କିଛି ଭଏସ୍ ମେସେଜ୍ ଦେଇଛନ୍ତି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ସଞ୍ଜୟ କୁମାର ବିନୋଦକୁମାର ରାଜପୁତ୍ ବୋଲି ଜଣାପଡ଼ିଛି । 

ଦେହୁରୋଡ୍ ପୋଲିସର କହିବାନୁସାରେ, ଯୁବକ ଜଣକ ଡିପ୍ରେସନ୍‌ରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଜୁନ୍‌ ୧୭ରେ ଦେହୁରୋଡ୍ ଥାନାରେ ସଞ୍ଚୟ କୁମାର ନିଖୋଜ ଥିବା ମାମଲା ରୁଜୁ ହୋଇଥିଲା । ଶନିବାର ସଞ୍ଚୟଙ୍କ ମୃତଦେହ ଘୋରବଡ଼େଶ୍ୱର ପାହାଡ଼ର ତଲହଟିରୁ ଉଦ୍ଧାର ହୋଇଥିଲା । ମୃତଦେହ ପାଖରୁ ବିଷ ଔଷଧ ମିଳିଛି । ପୋଲିସ ଯାଞ୍ଚ କରିବା ସମୟରେ ଜଣାପଡ଼ିଥିଲା ଯେ, ସଞ୍ଜୟ କୁମାର ବିଷ ଖାଇ ଆତ୍ମହତ୍ୟା କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଏହା ଜଣାପଡ଼ିଥିଲା । 

ଅଡିଓ-ଭିଡିଓର ଯାଞ୍ଚ କରୁଛି ପୋଲିସ :

ସଞ୍ଜୟ କୁମାର ନିଜ ପରିବାର ସହ ପିମ୍ପରି-ଚିଞ୍ଚୱାଡ଼ା ଅଞ୍ଚଳରେ ରହୁଥିଲେ । ତାଙ୍କ ପରିବାର ସଦସ୍ୟ କହିବାକୁ ଗଲେ ବାପା, ମାଆ ଓ ଦୁଇ ଭଉଣୀ । ଆତ୍ମହତ୍ୟା ପୂର୍ବରୁ ସେ ପଠାଇଥିବା ଅଡିଓରେ ସେ ନିଜ ଭଉଣୀମାନଙ୍କ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି ଓ ଉଭୟ ଭଉଣୀଙ୍କୁ ଉଚ୍ଚ ଶିକ୍ଷା ଦେବା ଲାଗି ବାପାମାଆଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ସୁଇସାଇଡ୍‌ର ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି । ଯେଉଁଥିରେ ସଞ୍ଜୟ କୁମାର ଡିପ୍ରେସନ୍‌ରେ ଥିବା ନଜର ଆସୁଛନ୍ତି । ସଞ୍ଜୟ ଅନଲାଇନ୍ ବିଷାକ୍ତ ଔଷଧ ଅର୍ଡର କରିଥିଲେ । ଯାହା ପରେ ସେ ଏଭଳି ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ପୋଲିସ ସଞ୍ଜୟ ଆତ୍ମହତ୍ୟା କରିବା ପୂର୍ବରୁ ରେକର୍ଡ କରିଥିବା ଅଡିଓ ଓ ଭିଡିଓର ତଦନ୍ତ ଜାରି ରଖିଛି । ତେବେ ସଞ୍ଚୟ କେଉଁ କାରଣରୁ ଡିପ୍ରେସନ୍‌ରେ ଥିଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.