ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭାରତରେ ରିଲିଜ୍‌ ହେବନି ଦିଲଜୀତଙ୍କ ଫିଲ୍ମ, ପାକ୍‌ ଅଭିନେତ୍ରୀଙ୍କ ପାଇଁ ଅଟକିଲା ‘ସରଦାର ଜୀ-୩’

Published By : Krishna Priya | June 24, 2025 7:51 AM

ମୁମ୍ବାଇ ୨୪/୦୬: ଭାରତରେ ରିଲିଜ୍‌ ହେବନି ପଞ୍ଜାବୀ ସୁପର୍‌ଷ୍ଟାର ଦିଲଜୀତ ଦୋସାଂଝଙ୍କ ଫିଲ୍ମ ‘ସରଦାର ଜୀ-୩’ । ଫିଲ୍ମରେ ପାକିସ୍ତାନ ଅଭିନେତ୍ରୀ ହନିୟା ଆମିରଙ୍କ ସମେତ ଅନ୍ୟ ପାକିସ୍ତାନୀ କଳାକାରଙ୍କ ଉପସ୍ଥିତି ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୭ ତାରିଖରେ ଫିଲ୍ମ କେବଳ ବିଦେଶରେ ମୁକ୍ତିଲାଭ କରିବ । ଦିଲଜୀତ ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ଶେୟାର କରି ଲେଖିଛନ୍ତି ‘ସରଦାର ଜୀ୩’ ଜୁନ୍‌ ୨୭ରେ ବିଦେଶରେ ମୁକ୍ତିଲାଭ କରୁଛି ।

ଭାରତରେ ଫିଲ୍ମର ଟ୍ରେଲର୍‌କୁ ୟୁଟ୍ୟୁବ୍‌ରେ ବ୍ଲକ୍‌ କରାଯାଇଛି । ଫିଲ୍ମରେ ଦିଲଜୀତଙ୍କ ସହ ପାକ୍‌ କଳାକାର ହନିୟା, ନାସିର ଚିନ୍ୟୋଟି, ଡାନିଏଲ ଖ୍ୱାର ଓ ସଲୀମ ଅଲବେଲା ନଜର ଆସିବେ । ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକ୍‌ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା । ଫେଡେରେସନ ଅଫ୍‌ ୱେଷ୍ଟର୍ନ ସିନେ ଏମ୍‌ପ୍ଲଇଜ୍‌ (ଏଫ୍‌ଡବ୍ଲ୍ୟୁଆଇସିଇ) ଫିଲ୍ମ ବିରୋଧରେ ସେନ୍ସର ବୋର୍ଡ (ସିବିଏଫ୍‌ସି)କୁ ଚିଠି ଲେଖି ଫିଲ୍ମକୁ ପ୍ରମାଣପତ୍ର ନ ଦେବାକୁ ଦାବି କରିଛି । 

ଏଫ୍‌ଡବ୍ଲ୍ୟୁଆଇସିଇ ଅନୁସାରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ କୌଣସି ଭାରତୀୟ ଫିଲ୍ମରେ ପାକିସ୍ତାନୀ କଳାକାରଙ୍କୁ ସାମିଲ କରାଯାଇ ପାରିବ ନାହିଁ । ଏଫ୍‌ଡବ୍ଲ୍ୟୁଆଇସିଇର ଅଧ୍ୟକ୍ଷ ବିଏନ୍‌ ତିୱାରୀ ଏକ ଗଣମାଧ୍ୟମକୁ କହିଛନ୍ତି, ‘ସରଦାର ଜୀ-୩’କୁ ଭାରତରେ ରିଲିଜ୍‌ ହେବାକୁ ଦିଆଯିବନି । ପାକ୍‌ କଳାକାରଙ୍କ ସହ କାମ କରୁଥିବା ନିର୍ମାତା-ନିର୍ଦ୍ଦେଶକଙ୍କୁ ବ୍ୟାନ୍‌ କରାଯିବ । ଦିଲଜୀତ ଭାରତରେ ପ୍ରଦର୍ଶନ କରିପାରିବେ ନାହିଁ । ‘ସରଦାର ଜୀ-୩’ ଏକ ହରର୍‌ କମେଡି ଫିଲ୍ମ । ଏଥିରେ ହନିୟା ଓ ଦିଲଜୀତ ଏକ ବଙ୍ଗଳାରେ ଆତ୍ମାକୁ ହଟାଇବାର ମିଶନରେ ଅଛନ୍ତି । ଫିଲ୍ମରେ ନୀରୁ ବାଜୱା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ବ୍ରିଟେନରେ ଫିଲ୍ମର ସୁଟିଂ ହୋଇଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଲୋକଙ୍କର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଅନେକ ୟୁଜର ଦିଲଜୀତଙ୍କ ଉପରେ ଦେଶଦ୍ରୋହୀର ଅଭିଯୋଗ ଆଣିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.