ପ୍ରମୂଖ ଖବର
  • ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍
  • ||
  • ବାରିପଦା : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ପୁଅକୁ ଗୁଳି, ମାଆକୁ ଛୁରାମାଡ
  • ||
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଦିବାସୀ ସମୁଦାୟ ଉପରେ ମନ୍ତବ୍ୟ ଦେଇ ବିବାଦରେ ବିଜୟ, ଅଭିନେତାଙ୍କ ନାଁରେ ମାମଲା ରୁଜୁ

Published By : Krishna Priya | June 23, 2025 10:26 AM

ନୂଆଦିଲ୍ଲୀ ୨୩/୦୬: ସାଉଥ ଅଭିନେତା ବିଜୟ ଦେବରକୋଣ୍ଡା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ରଶ୍ମିକାଙ୍କ ସହ ରିଲେସନସିପକୁ ନେଇ ତ ଆଉ କେତେବେଳେ ପ୍ରଫେସନାଲ ଲାଇଫକୁ ନେଇ। କିନ୍ତୁ, ଗତ କିଛି ଦିନ ଧରି ବିଜୟ ତାଙ୍କର ଏକ ବୟାନ ଯୋଗୁଁ ବିବାଦ ମଧ୍ୟକୁ ଟାଣିହୋଇ ଯାଇଛନ୍ତି। ଆଦିବାସୀ ସମୁଦାୟର ଭାବନାକୁ ଆଘାତ ଦେଉଥିବା ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କ ବିରୋଧରେ SC/ST ଆଇନ ଅନୁଯାୟୀ ଏକ ମାମଲା ଦାଖଲ କରାଯାଇଛି । 

ଘଟଣାଟି ଏପ୍ରିଲ ୨୬ର। ଯେତେବେଳେ ବିଜୟ ହାଇଦ୍ରାବାଦରେ 'ରେଟ୍ରୋ' ଫିଲ୍ମର ପ୍ରି-ରିଲିଜ୍ ଇଭେଣ୍ଟରେ ପହଞ୍ଚିଥିଲେ। ଏହି ସମୟରେ ସେ ଆଦିବାସୀ ସମୁଦାୟ ଉପରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହା ସେମାନଙ୍କ ପାଇଁ ଅପମାନଜନକ ଥିଲା। ଏହାପରେ ସାଇବରାବାଦର ରାଇଦୁର୍ଗମ୍ ପୁଲିସ ଷ୍ଟେସନରେ ଅଭିନେତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

ତେବେ ଏହି ମାମଲାରେ ଅଭିନେତା କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- ‘ଏହା ଏବେ ମୋର ନଜରକୁ ଆସିଛି ଯେ ରେଟ୍ରୋ ଅଡିଓ ଲଞ୍ଚ ଇଭେଣ୍ଟ ସମୟରେ ମୋ ଦ୍ୱାରା ଦିଆଯାଇଥିବା ଏକ ମନ୍ତବ୍ୟ କିଛି ସଦସ୍ୟଙ୍କ ମଧ୍ୟରେ ବିବାଦ ଏବଂ ଚିନ୍ତା ସୃଷ୍ଟି କରିଛି। ମୁଁ ଆନ୍ତରିକତାର ସହ ସ୍ପଷ୍ଟ କରିବାକୁ ଚାହୁଁଛି ଯେ କୌଣସି ସମୁଦାୟକୁ, ବିଶେଷକରି ଅନୁସୂଚିତ ଜନଜାତିଙ୍କୁ, ଆଘାତ ଦେବା କିମ୍ବା ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ଯାହାକୁ ମୁଁ ଗଭୀର ଭାବରେ ସମ୍ମାନ କରେ ଏବଂ ଆମ ଦେଶର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ବିବେଚନା କରେ।‘

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.