ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

‘ପଞ୍ଚାୟତ ସିଜନ୍‌-୪’ରେ କିସିଙ୍ଗ୍‌ ସିନ୍‌ ପାଇଁ ମନା କରିଥିଲେ ରିଙ୍କି, ବଦଳିଥିଲା କାହାଣୀ

Published By : Krishna Priya | July 3, 2025 8:52 AM

ମୁମ୍ବାଇ ୦୩/୦୭: ଆମାଜନ୍‌ ପ୍ରାଇମ୍‌ରେ ପ୍ରସାରିତ ‘ପଞ୍ଚାୟତ’ ସିରିଜ୍‌ ଜରିଆରେ ଲୋକପ୍ରିୟତା ପାଇଛନ୍ତି ସାନ୍‌ଭିକା ଓରଫ୍‌ ରିଙ୍କି । ‘ପଞ୍ଚାୟତ ସିଜନ୍‌-୪’କୁ ନେଇ ସେ ଏକ ମଜାଦାର କଥା ଗଣମାଧ୍ୟମକୁ କହିଛନ୍ତି । ସିରିଜ୍‌ରେ ସଚିବଜୀ ଭୂମିକା ନିର୍ବାହ କରିଥିବା ଜିତେନ୍ଦ୍ର କୁମାରଙ୍କ ସହ ଚୁମ୍ବନ ଦୃଶ୍ୟକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଚୁମ୍ବନ ନ କରିବାକୁ ସେ ଅନୁରୋଧ କରିବା ପରେ କାହାଣୀରେ ପରିବର୍ତ୍ତନ କରାଗଲା ଏବଂ ସେହି ଦୃଶ୍ୟକୁ ହଟାଗଲା । ଚୁମ୍ବନ ଦୃଶ୍ୟ କରିବା ତାଙ୍କ ପାଇଁ ସହଜ ନ ଥିଲା ବୋଲି ସାନ୍‌ଭିକା ଗଣମାଧ୍ୟମକୁ କହିଛନ୍ତି । 

ସେ କହିଛନ୍ତି, କାହାଣୀ ବର୍ଣ୍ଣନା ସମୟରେ କେହି କିଛି କହିଲେ ନାହିଁ । କିନ୍ତୁ ନିର୍ଦ୍ଦେଶକ ଅକ୍ଷତଙ୍କ ସହ ବାର୍ତ୍ତାଳାପ ସମୟରେ ଏ ବିଷୟରେ ଜଣାପଡ଼ିଲା । ଏହା ପୂର୍ବରୁ କିନ୍ତୁ ସିନ୍‌ ଭିନ୍ନ ଥିଲା । ଏକ ପାରିବାରିକ ଶୋ’ ଭାବେ ପଞ୍ଚାୟତ ଘରେ ଘରେ ପରିଚିତି ପାଇଥିବାରୁ ଚୁମ୍ବନ ଦୃଶ୍ୟର ସୁଟିଂ ପୂର୍ବରୁ ଚିନ୍ତା କରିବାକୁ ସାନ୍‌ଭିକା ଦୁଇ ଦିନ ସମୟ ନେଲେ । ଶେଷରେ ସେ ଏହାକୁ ପ୍ରତ୍ୟାଖ୍ୟାନ କଲେ । ଗତ ସପ୍ତାହ ଆମାଜନ୍‌ରେ ରିଲିଜ୍‌ ହୋଇଛି ପଞ୍ଚାୟତର ସିଜନ୍‌-୪ । ଏହାକୁ ଦେଖିବା ପରେ ସମୀକ୍ଷକ ଓ ଦର୍ଶକ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.