ମୁମ୍ବାଇ,୨୯/୦୬: 'କାଣ୍ଟା ଲାଗା' ଗାର୍ଲ ଶେଫାଳି ଜରିୱାଲାଙ୍କ ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଜୁନ୍ ୨୭ ଗୁରୁବାର ବିଳମ୍ବିତ ରାତିରେ ଶେଫାଳିଙ୍କ ହଠାତ୍ ହୃଦଘାତ ହୋଇଥିଲା । ଯାହାପରେ ତାଙ୍କ ସ୍ୱାମୀ ଅଭିନେତା ପରାଗ ତ୍ୟାଗୀ ତାଙ୍କୁ ମୁମ୍ବାଇର ବେଲଭ୍ୟୁ ମଲ୍ଟି ସ୍ପେଶାଲିଟି ହସ୍ପିଟାଲକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଜଣେ ପୁଲିସ ଅଧିକାରୀ ପିଟିଆଇକୁ କହିଛନ୍ତି, "ପୋଷ୍ଟମର୍ଟମ କରାଯାଇଛି, କିନ୍ତୁ ମୃତ୍ୟୁର କାରଣ ସମ୍ପର୍କରେ ମତାମତ ସଂରକ୍ଷିତ ରଖାଯାଇଛି। ପ୍ରାଥମିକ ସୂଚନା ଆଧାରରେ, ଏହା ଏକ ପ୍ରାକୃତିକ ମୃତ୍ୟୁ ବୋଲି ମନେ ହେଉଛି ଏବଂ ଏଥିରେ କୌଣସି ଭୁଲ୍ ଘଟଣା ନଥିଲା।" ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଶେଫାଳି ଜରିୱାଲାଙ୍କ ଆକସ୍ମିକ ମୃତ୍ୟୁର ତଦନ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଶେଫାଳି ବହୁ ବର୍ଷ ଧରି ଯୁବତୀ ଭଳି ଦିଶିବା ପାଇଁ ଔଷଧ ଖାଉଥିଲେ। ଜୁନ୍ ୨୭ ତାରିଖରେ ଘରେ ପୂଜା ଥିଲା, ଯାହା ଯୋଗୁଁ ଶେଫାଲି ସାରା ଦିନ ଉପବାସ ରଖିଥିଲେ । ଅପରାହ୍ନରେ, ସେ ବାର୍ଦ୍ଧକ୍ୟ ବିରୋଧୀ ଔଷଧର ଇଞ୍ଜେକ୍ସନ ନେଇଥିଲେ । ଯାହା ଫଳରେ ତାଙ୍କୁ ହୃଦଘାତ୍ ହୋଇଥିବା କୁହାଯାଉଛି । ଶନିବାର ସନ୍ଧ୍ୟାରେ ଓଶିୱାରା ହିନ୍ଦୁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଶେଫାଳିଙ୍କ ସ୍ୱାମୀ, ପିତା ସତୀଶ ଜାରିୱାଲା ଏବଂ ସାନ ଭଉଣୀ ଶିବାନୀ ଜରିୱାଲାଙ୍କ ଦ୍ୱାରା ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ମିକା ସିଂ, ବିକାଶ ଗୁପ୍ତା, ଶେହନାଜ ଗିଲ୍, ଭକ୍ତିଆର ଇରାନୀ, ଐଶ୍ୱର୍ଯ୍ୟା ସଖୁଜା ଏବଂ ଅଶୋକ ପଣ୍ଡିତଙ୍କ ସମେତ ଶିଳ୍ପର ଅନେକ ବନ୍ଧୁ ଶ୍ମଶାନରେ ଉପସ୍ଥିତ ଥିଲେ ।