ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ବିଜୟ ସିଙ୍ଗଲାଙ୍କୁ କ୍ଲିନଚିଟ୍‌, ଆପ୍‌ ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ସୁଖବୀର ସିଂହ ବାଦଲ

Published By : Tapas Panda | June 28, 2025 6:29 PM

Image Courtesy: tv9hindi

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଧାୟକ ଏବଂ ପୂର୍ବତନ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ବିଜୟ ସିଙ୍ଗଲାଙ୍କୁ ଦୁର୍ନୀତି ମାମଲାରେ ପଞ୍ଜାବ ପୁଲିସ କ୍ଲିନଚିଟ୍ ଦେଇଛି। ଏହାକୁ ନେଇ ଶିରୋମଣୀ ଅକାଳୀ ଦଳ ସଭାପତି ସୁଖବୀର ସିଂହ ବାଦଲ ରାଜ୍ୟର ଭଗଓ୍ବନ୍ତ ମାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଆପର ଦିଲ୍ଲୀ ଲବି ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସିଙ୍ଗଲାଙ୍କୁ କ୍ଲିନଚିଟ୍ ଦେବାକୁ ବାଧ୍ୟ କରିଥିଲା। ଏହା ସହିତ ବିରୋଧୀ ନେତାମାନଙ୍କୁ ମାନଙ୍କ ସରକାର ଟାର୍ଗେଟ କରୁଛନ୍ତି ବୋଲି ସୁଖବୀର ବାଦଲ ଅଭିଯୋଗ କରିଛନ୍ତି।

ସୁଖବୀର ସିଂହ ବାଦଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଯେଉଁ ପ୍ରମାଣ ଆଧାରରେ ବିଜୟ ସିଙ୍ଗଲାଙ୍କୁ କ୍ୟାବିନେଟରୁ ବହିଷ୍କାର କରିଥିଲେ ଏବଂ ତାଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ କରିଥିଲେ, ତାହାର କ'ଣ ହେଲା ସେନେଇ ତଥ୍ୟ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଦାବି କରିଥିଲେ ଯେ, ମନ୍ତ୍ରୀ ତାଙ୍କ ସମ୍ମୁଖରେ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି ।

 ଶିରୋମଣୀ ଅକାଳୀ ଦଳ ସଭାପତି କହିଛନ୍ତି, ‘ଆମ ଆଦମୀ ପାର୍ଟିର ଦିଲ୍ଲୀ ଲବି ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବିଜୟ ସିଙ୍ଗଲାଙ୍କୁ କ୍ଲିନଚିଟ୍ ଦେବାକୁ ବାଧ୍ୟ କରିଛି। ଆପ ସରକାର ପ୍ରମାଣ କରିଛି ନିଜର କୌଣସି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ । ସେ କହିଛନ୍ତି ଯେ, ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଏହି ମାମଲାକୁ ରାଜ୍ୟ ବାହାରକୁ ସ୍ଥାନାନ୍ତରିତ କରାଯାଇ ଏକ ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରାଯିବା ଉଚିତ । 

 ଆପ୍‌ ବିଧାୟକ ବିଜୟ ସିଙ୍ଗଲାଙ୍କୁ ଏକ ଦୁର୍ନୀତି ମାମଲାରେ ପଞ୍ଜାବ ପୁଲିସ କ୍ଲିନଚିଟ୍ ଦେଇଛି। ଏହି ମାମଲା ୨୦୨୨ରେ ମୋହାଲିର ଫେଜ୍-8 ପୁଲିସ ଷ୍ଟେସନରେ ରୁଜୁ ହୋଇଥିଲା । ସିଙ୍ଗଲା ସରକାରୀ ଠିକାଦାରୀ ଆବଣ୍ଟନ ବଦଳରେ ଏକ ପ୍ରତିଶତ କମିଶନ ଦାବି କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ପଞ୍ଜାବ ପୁଲିସ ତାର କ୍ଲୋଜର ରିପୋର୍ଟରେ କହିଛି ଯେ, ବିଜୟ ସିଙ୍ଗଲାଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ମିଳିନାହିଁ। କିନ୍ତୁ ତାଙ୍କ ଓଏସଡି (ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି) ଥିବା ପ୍ରଦୀପଙ୍କ ବିରୋଧରେ ତଦନ୍ତ ଜାରି ରହିବ। ସେପଟେ ଅଭିଯୋଗକାରୀ ମଧ୍ୟ ପଞ୍ଜାବ ପୁଲିସର ଏହି କ୍ଲୋଜର ରିପୋର୍ଟରେ ସହମତି ପ୍ରକାଶ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.