ପ୍ରମୂଖ ଖବର
  • ନୂଆପଡା : ୨ ବାଇକ ମଧ୍ୟରେ ଧକ୍କା , ନାବାଳିକା ସମତେ ୫ ମୃତ
  • ||
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ ପାଇଁ ଆଇଫୋନ୍‌ ! ଉତ୍ତରପ୍ରଦେଶରେ ଯୁବକଙ୍କୁ ହତ୍ୟା କଲେ ଦୁଇ ନାବାଳକ

Published By : Soubhagya Ranjan | June 28, 2025 7:00 PM

ଲକ୍ଷ୍ନୌ,୨୮/୦୬: ଇଷ୍ଟାଗ୍ରାମ୍‌ ରିଲ୍ସ...ହାଇକ୍ବାଲିଟି ରିଲ୍ପ ପାଇଁ ଆଇଫୋନ୍‌ ଏବଂ ଆଇଫୋନ୍‌ ପାଇଁ ହତ୍ୟା...। ଯେତିକି ଲଜ୍ଜାଜନକ, ସେତିକି ଚିନ୍ତାଜନକ ମଧ୍ୟ। ବିକୃତ, ଅପରିପକ୍ବ ମାନସିକତାର ଏମିତି କେତେ ଯେ ଉଦାହରଣ ପ୍ରତିଦିନ ଦେଖିବାକୁ ମିଳୁଛି ତାହା କଳ୍ପନାର ବାହାରେ। ସାମାଜିକ ଗଣମାଧ୍ୟମର ନିଶାରେ ନିଷ୍ଠୁର ପାଲଟିଯାଉଛନ୍ତି ଅନେକ ଏବଂ ନୀରବି ଯାଉଛନ୍ତି ମଧ୍ୟ ଅନେକ... 

ଏମିତି ଏକ ଘଟଣା ଏବେ ଉତ୍ତରପ୍ରଦେଶର ବହରିଚ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଇଫୋନ୍‌ରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ (ହାଇ କ୍ବାଲିଟି) ରିଲ୍ସ କରିବା ପାଇଁ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁଇଜଣ ନାବାଳକ। ଘଟଣାଟି ଯେତିକି ସମ୍ବେଦନଶୀଳ, ସେତିକି ଉଦବେଗଜନକ ମଧ୍ୟ। ପୁଲିସର ସୂତ୍ରରୁ ଆଧାରିତ ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ପୀଡ଼ିତ ଶଦାବଙ୍କୁ ଭିଡିଓ ତିଆରି କରିବା ବାହାନା କରି, ପ୍ରଲୋଭନ ଦେଖାଇ ଡାକିବା ପରେ ତାଙ୍କର ଗଳା କାଟିବା ସହିତ ମୁଣ୍ଡକୁ ଆକ୍ରମଣ କରିଥିଲେ ଏବଂ ଶଦାବଙ୍କର ଆଇଫୋନ୍ ନେଇ ପଳାଇ ଯାଇଥିଲେ।

ପୀଡ଼ିତ ଶାଦାବ ବେଙ୍ଗାଲୁରୁରେ ରହୁଥିଲେ। ସେ ତାଙ୍କ ମାମୁଁଙ୍କ ବିବାହ ପାଇଁ ତାଙ୍କ ପୈତୃକ ଗାଁକୁ ଫେରିଥିଲେ। ତେବେ ସେଠାରେ ଦୁଇ ଜଣ ୧୪ ବର୍ଷ ଏବଂ ୧୬ ବର୍ଷର ନାବାଳକ ଶଦାବଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଶଦାବଙ୍କ ମୃତଦେହ ଗାଁ ଉପକଣ୍ଠରେ ଥିବା ଏକ ପିଜୁଳି ବଗିଚା ନିକଟରେ ଥିବା ପରିତ୍ୟକ୍ତ ନଳକୂଅ ନିକଟରୁ ଉଦ୍ଧାର କରାଯାଇଥିଲା। ପିଟିଆକୁ ପୁଲିସ ଦେଇଥିବା ପ୍ରତିକ୍ରିୟାରେ କୁହାଯାଇଥିଲା ଯେ,' ଦୁଇ ନାବାଳକଙ୍କୁ ଯେତେବେଳେ ହତ୍ୟା ସମ୍ପର୍କରେ ପଚରାଉଚୁରା କରାଯାଇଥିଲା, ସେମାନେ ଅପରାଧ ସ୍ବୀକାର କରି କହିଥିଲେ ଯେ, ସୋସିଆଲ ମିଡିଆରେ ରିଲ୍ସ କରିବା ପାଇଁ ସେମାନଙ୍କୁ ଏକ ହାଇ କ୍ବାଲିଟି ଫୋନ୍‌ର ଆକଶ୍ୟକତା ଥିଲା। ସେଥିପାଇଁ ସେମାନେ ସଦାବଙ୍କର ଆଇଫୋନ୍‌ ହାତେଇବାକୁ ଲକ୍ଷ ରଖି ଚାରିଦିନ ପୂର୍ବରୁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।'

ଅଭିଯୁକ୍ତମାନଙ୍କୁ ଗୋଣ୍ଡାର ଏକ ବାଳସୁଧାର ଗୃହକୁ ପଠାଯାଇଛି। ପୋଲିସ ହତ୍ୟାରେ ବ୍ୟବହୃତ ଅସ୍ତ୍ର, ଆଇଫୋନ୍ ଏବଂ ରକ୍ତଲାଗିଥିବା ଇଟା ଜବତ କରିଛି। ପୋଲିସର ସୂଚନା ଅନୁଯାୟୀ, ହତ୍ୟା ଜୁନ୍ ୨୦ ତାରିଖରେ ଘଟିଥିଲା ଏବଂ ଶାଦାବଙ୍କ ପରିବାର ଲୋକେ ଜୁନ୍ ୨୧ ତାରିଖରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍) ର ଧାରା ୧୦୩(୧) (ହତ୍ୟା) ଏବଂ ୨୩୮ (ପ୍ରମାଣ ଲୁଚାଇବା) ଅନୁଯାୟୀ ଦୁଇ ନାବାଳକ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ହତ୍ୟା ଅସ୍ତ୍ର ଏବଂ ଅନ୍ୟାନ୍ୟ ପ୍ରମାଣ ଲୁଚାଇବାରେ କିଶୋରମାନଙ୍କୁ ସାହାଯ୍ୟ କରିବା ପାଇଁ ଜୁନ୍ ୨୭ ତାରିଖରେ ଜଣେ ସମ୍ପର୍କୀୟଙ୍କୁ ଗିରଫ କରାଯାଇଥିଲା, ଅନ୍ୟ ଜଣେ ଫେରାର ଅଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.