ପ୍ରମୂଖ ଖବର
  • ନୂଆପଡା : ୨ ବାଇକ ମଧ୍ୟରେ ଧକ୍କା , ନାବାଳିକା ସମତେ ୫ ମୃତ
  • ||
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଏୟାର ଇଣ୍ଡିଆର ବିମାନରେ ମଦ୍ୟପ ଯାତ୍ରୀଙ୍କ ଲଙ୍କାକାଣ୍ଡ ,ଲ୍ୟାଣ୍ଡ କରିବା ମାତ୍ରେ କଷ୍ଟଡିରେ ନିଆଗଲା

Published By : Harapriya Biswal | June 28, 2025 8:45 PM

ନୂଆଦିଲ୍ଲୀ,୨୮।୬:  ଅମୃତସରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ AI454 ରେ ଆଜି ଦେଖିବାକୁ ମିଳିଥିଲା ମଦ୍ୟପ ଯାତ୍ରୀର ଲଙ୍କାକାଣ୍ଡ। ବିମାନ ଅବତରଣ କରିବାର ଠିକ୍ ପୂର୍ବରୁ ଏହି ଘଟଣା ଘଟିଥିଲା, ଯେତେବେଳେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ଫିମେଲ ଷ୍ଟାଫ୍‌ଙ୍କୁ ଖରାପ ଆଚରଣ କରିଥିଲା।

ଏୟାର ଇଣ୍ଡିଆର ସୂଚନା ଅନୁଯାୟୀ, ଯେତେବେଳେ କ୍ୟାବିନ କ୍ରୁ ବିମାନ ଅବତରଣ ପାଇଁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ଜଣେ କ୍ରୁ ସଦସ୍ୟ ଜଣେ ଯାତ୍ରୀଙ୍କୁ ଅନ୍ୟ ଜଣେ ଯାତ୍ରୀଙ୍କ ସହ ପ୍ରବଳ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା। ଅନ୍ୟ ଜଣେ ଯାତ୍ରୀଜଣକ ତୁରନ୍ତ କ୍ରିଉ ସଦସ୍ୟଙ୍କୁ ଜଣାଇଥିଲେ ଯେ ସାମ୍ନାରେ ଥିବା ଯାତ୍ରୀ ଜଣକ ଅଶ୍ଳୀଳ ଭାଷା ବ୍ୟବହାର କରୁଛନ୍ତି ଏବଂ ଖରାପ ବ୍ୟବହାର କରୁଛନ୍ତି। ପରିସ୍ଥିତିକୁ ଆହୁରି ଖରାପ ନ କରିବା ପାଇଁ, କ୍ୟାବିନ କ୍ରୁ ସଦସ୍ୟମାନେ ଉପସ୍ଥିତ ବୁଦ୍ଧି ଦେଖାଇଥିଲେ। ସେମାନେ ଅନ୍ୟ ଯାତ୍ରୀଙ୍କୁ ଅସ୍ଥାୟୀ ଭାବରେ ବିଜନେସ୍‌ କ୍ଲାସକୁ ସ୍ଥାନାନ୍ତରିତ କଲେ ଯାହା ଦ୍ଵାରା ସେ ସୁରକ୍ଷିତ ଏବଂ ଶାନ୍ତ ରହିପାରିବେ। ଏହି ସମୟରେ, କ୍ରୁ ସଦସ୍ୟମାନେ ପାଇଲଟଙ୍କୁ ଏହି ବିଷୟ ବିଷୟରେ ଜଣାଇଥିଲେ।  ତେବେ ମଦ୍ୟପ ଯାତ୍ରୀ ଜଣକ କ୍ରିମ ଫିମେଲ ଷ୍ଟାଫ୍‌ଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିବାର ଅଭିଯୋଗ ରହିଛି।

ବିମାନ ଦିଲ୍ଲୀ ପହଁଞ୍ଚିବା ପରେ, ପାଇଲଟ୍ ଏ ସମ୍ପର୍କରେ ଏୟାରପୋର୍ଟର ସୁରକ୍ଷା ଟିମ୍‌କୁ ସତର୍କ କରାଇ ଦେଇଥିଲେ। ବିମାନ ଲ୍ୟାଣ୍ଡ ହେବାମାତ୍ରେ ର୍ଦୁବ୍ୟବହାର କରିଥିବା ଯାତ୍ରୀକୁ ଏୟାରପୋର୍ଟ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏବେ ଏହି ମାମଲାର ଯାଞ୍ଚ କରାଯାଉଛି। ଏୟାର ଇଣ୍ଡିଆ ନିଜ ବୟାନରେ କହିଛି, କମ୍ପାନୀର ଜିରୋ ଟଲେରାନ୍ସ ପଲିସି ରହିଛି। କୌଣସି ଯାତ୍ରୀଙ୍କୁ ଖରାପ ବ୍ୟବହାର କେବେ ବି ବରଦାସ୍ତ କରାଯିବନି। ଏୟାରଲାଇନ୍ସ ସ୍ପଷ୍ଟ କରିଛି ଯେ, ଯାତ୍ରୀ ଓ କ୍ରୁଙ୍କ ସୁରକ୍ଷା ତାଙ୍କର ପ୍ରାଥମିକତା ଓ ସେ ସମ୍ପର୍କିତ ଅଧିକାରୀଙ୍କ ସହ ପୁରା ସହଯୋଗ କରୁଛନ୍ତି। ବର୍ତ୍ତାମାନ ମାମଲା ସୁରକ୍ଷା ଏଜେନ୍ସିର ଅଧିନରେ ରହିଛି ଓ ଏୟାର ଇଣ୍ଡିଆ ଏହାର ବିସ୍ତାରିତ ଭାବରେ ଯାଞ୍ଚର ଦାବି କରିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.