ପ୍ରମୂଖ ଖବର
  • ନୂଆପଡା : ୨ ବାଇକ ମଧ୍ୟରେ ଧକ୍କା , ନାବାଳିକା ସମତେ ୫ ମୃତ
  • ||
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ବ୍ରେନ୍ ହାମରେଜ୍‌ରେ ସାକିବ ନାଚନର ମୃତ୍ୟୁ, ଭାରତରେ ଆଇଏସ୍ଆଇଏସ୍‌ର ଥିଲା ମୁଖ୍ୟ

Published By : Harapriya Biswal | June 28, 2025 8:24 PM

ନୂଆଦିଲ୍ଲୀ,୨୮।୬:  ନିଷିଧ ଷ୍ଟୁଡେଣ୍ଟ ଇସଲାମିକ୍ ମୁଭମେଣ୍ଟ ଇନ୍ ଇଣ୍ଡିଆ(ସିମି)ର ପୂର୍ବତନ ପଦାଧିକାରୀ ଓ ପୁନେ ଆଇଏସଆଇଏସ୍‌ ମଡ୍ୟୁଲ କେସ୍‌ର ଅଭିଯୁକ୍ତ ସାକିବ ନାଚନଙ୍କ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୫୭ ବର୍ଷୀୟ ନାଚନଙ୍କ ବ୍ରେନ୍ ହାମରେଜ୍ ହୋଇଥିଲା। ନାଚନଙ୍କୁ ଭାରତରେ ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍‌ର ମୁଖ୍ୟ କୁହାଯାଏ। ମହାରାଷ୍ଟ୍ରର ଥାନେର ପଡଘାରେ ରହୁଥିବା ନାଚନକୁ ଚାରି ଦିନ ପୂର୍ବରୁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୨୦୨୩ ରେ ଏନ୍‌ଆଇଏ ସାରା ଦେଶରେ ଆଇଏସଆଇଏସ୍‌ର ଆତଙ୍କୀଙ୍କୁ ଧରିବା ପାଇଁ ଅଭିଯାନ ଚଳାଇଥିଲା। ଏହି ସମୟରେ ନାଚନକୁ ମଧ୍ୟ ଗିରଫ କରାଯାଇଥିଲା। ନାଚନ ଏହି ସମୟରେ ତିହାର ଜେଲ୍‌ରେ ଥିଲେ। ୨୪ ଜୁନ୍‌ରେ ତାକୁ ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ତା’ର ସ୍ଥିତି ବିଗିଡିବାରେ ଲାଗିଥିଲା। ଡାକ୍ତର କହିଛନ୍ତି,ତାକୁ ବ୍ରେନ୍ ହାମରେଜ୍ ହୋଇଥିଲା। 

ମିଳିଥିବା ସୂଚନା ଅନୁସାରେ, ଶନିବାର ତା’ର ସ୍ଥିତି ଖୁବ୍ ଖରାପ ହୋଇଯାଇଥିଲା। ମଧ୍ୟାହ୍ନ ୧୨ ଟା ବେଳେ ନାଚନର ମୃତ୍ୟୁ ହୋଇଯାଇଥିଲା। ପୋଲିସର କହିବା ଅନୁସାରେ, ପୋଷ୍ଟମର୍ଟମ ପରେ ନାଚନର ଶବ ତା’ର ପରିବାର ଲୋକଙ୍କୁ ଦିଆଯିବ। ରବିବାର ପଦଘା ନିକଟରେ ବୋରିଭଲି ଗାଁରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ନାଚନର ଗିରଫଦାରୀ ପରେ ଏନ୍‌ଆଇଏ କହିଥିଲା ଯେ, ଦେଶରେ ଆଇଏସ୍ଆଇଏସ୍‌ର ଗତିବିଧିକୁ ପ୍ରମୋଟ କରିଥାଏ ଓ ଅନ୍ତର୍ଜାତୀୟ ଆତଙ୍କୀ ସଂଗଠନର ଏକ ସକ୍ରିୟ ସଦସ୍ୟ। ଏନ୍‌ଆଇଏ ଦାବି କରିଥିଲା ଯେ, ସେ ବିସ୍ଫୋରକ ଡିଭାଇସ୍‌କୁ ଟ୍ରେନିଂ ଓ ଏହାକୁ ତିଆରି କରିବାର କାମ ଜାଣିଛି। ସେ ଆତଙ୍କୀଙ୍କୁ ଏହାର ଟ୍ରେନିଂ ଦେଇଥାଏ। ଏନ୍ଆଇଏ କହିଥିଲା ପୁନେ ଆଇଏସ୍ଆଇଏସ୍ ମଡ୍ୟୁଲ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ। ସେଭଳି ନାଚନର ମୃତ୍ୟୁ ପରେ ଭିଓ୍ବଣ୍ଡି ଓ ପଡଘାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ନାଚନର ଅନ୍ତିମ ସଂସ୍କାରରେ ପୁରା ଅଞ୍ଚଳରେ କଡା ନଜର ରଖାଯିବ। ସେ ୨୦୦୨-୦୩ ରେ ମୁମ୍ବାଇ ବ୍ଲାଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏହାପରେ ସେ ସିମି ଭଳି ନିଷିଧ ସଂଗଠନର ନେତା ରହିଥିଲା।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.