ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

‘ତାରକ ମେହତା କା ଉଲ୍‌ଟା ଚଷମା’, ଜେଠାଲାଲ ହେବାକୁ ମନା କରିଥିଲେ ୫ ଅଭିନେତା....

Published By : Prameya | July 2, 2025 1:37 PM

ମୁମ୍ବାଇ ୦୨/୦୭: ଜୁଲାଇ ୨୮, ୨୦୦୮ରେ  ସୋନି ସବ୍‌ ଚ୍ୟାନେଲରେ  ଆରମ୍ଭ ହୋଇଥିଲା ‘ତାରକ  ମେହତା କା ଉଲ୍‌ଟା ଚଷମା’ର ପ୍ରସାରଣ । ସେହିଦିନଠୁ ନିରବଚ୍ଛିନ୍ନ ଭାବେ ଏ ଧାରାବାହିକ  ଲୋକଙ୍କୁ ମନୋରଞ୍ଜନ ଯୋଗାଇ ଆସିଛି । ଦିଲ୍ଲୀପ  ଯୋଶୀ ଏ ସିରିଏଲର ଜେଠାଲାଲ ଚରିତ୍ର ନିର୍ବାହ କରୁଛନ୍ତି ।  କିନ୍ତୁ ଦିଲ୍ଲୀପଙ୍କ ପୂର୍ବରୁ ଏ ଚରିତ୍ର ପାଇଁ ନିର୍ମାତା ରାଜପାଲ ଯାଦବ,  ଅଲ୍ଲୀ ଅସଗର, କିକୁ ସାରଦା, ଏହସାନ କୁରେଶି ଓ  ଯୋଗେଶ ତ୍ରିପାଠୀଙ୍କୁ ଯୋଗାଯୋଗ କରିଥିଲେ  ହେଁ ବିଭିନ୍ନ କାରଣରୁ ସେମାନେ ମନା  କରିଦେଇଥିଲେ।

ସୋନି ସବ୍‌  ଚ୍ୟାନେଲରେ ଗତ  ସତର ବର୍ଷରୁ ଅଧିକ  ସମୟ ଧରି ପ୍ରସାରିତ  ହୋଇଆସୁଛି ହାସ୍ୟରସ  ଆଧାରିତ ଧାରାବାହିକ  ‘ତାରକ ମେହତା କା  ଉଲ୍‌ଟା ଚଷମା’ । ଗୁଜରାତି  ନାଟ୍ୟକାର ତାରକ ଜାନୁଭାଇ  ମେହତାଙ୍କ ଲିଖିତ ‘ଦୁନିଆ ନେ ଉନ୍ଧା  ଚଷମା’ ଆଧାରରେ ହିନ୍ଦୀ ଭାଷାରେ ପ୍ରସ୍ତୁତ  ହୋଇଛି ଏହି ଧାରାବାହିକ । ଏହାରି ମଧ୍ୟରେ ଏହି  ସିରିଏଲର ୪୪୩୧ରୁ ଅଧିକ ଏପିସୋଡ ପ୍ରସାରିତ  ହୋଇ ଖୁବ୍‌ ଲୋକପ୍ରିୟତା ସାଉଁଟିଛି । ଏଥିରେ ଅଭିନୟ କରିଥିବା  ସମସ୍ତ କଳାକାର ମଧ୍ୟ ଘରେ ଘରେ ପରିଚିତି ହାସଲ କରିଛନ୍ତି । ଏହି ଧାରାବାହିକର ମୁଖ୍ୟ ଚରିତ୍ରଗୁଡ଼ିକ ମଧ୍ୟରୁ ଜେଠାଲାଲ ଚମ୍ପକଲାଲ  ଘଡ଼ା ଅନ୍ୟତମ । ଅଭିନେତା ଦିଲ୍ଲୀପ ଯୋଶୀ ଏହି ଚରିତ୍ରରେ  ଅଭିନୟ କରୁଛନ୍ତି । 

ଦିଲ୍ଲୀପ ଏହା ପୂର୍ବରୁ କିଛି ହିନ୍ଦୀ ସିନେମା  ଓ ସିରିଏଲରେ ଅଭିନୟ କରିଥିଲେ ହେଁ ଜେଠାଲାଲ ଚରିତ୍ର  ହିଁ ତାଙ୍କୁ ସର୍ବାଧିକ ସଫଳତା ଓ ଦର୍ଶକୀୟ ସମର୍ଥନ ଦେଇଛି ।  ଏହି ଚରିତ୍ର ତାଙ୍କର ଜୀବନ ବଦଳାଇ ଦେଇଛି । ଦିଲ୍ଲୀପ ନିଜର  ଏକ୍ସପ୍ରେସନ, କମିକ୍‌ ଟାଇମିଙ୍ଗ୍‌ ଓ ନିଆରା ଅଭିନୟ ବଳରେ ଏହି  ଚରିତ୍ରକୁ ଏଭଳି ଲୋକପ୍ରିୟ କରିପାରିଛନ୍ତି । ତେବେ ଦିଲ୍ଲୀପ ଏ  ଚରିତ୍ରରେ ଅବତୀର୍ଣ୍ଣ ହେବା ପୂର୍ବରୁ ସୋ’ର ନିର୍ମାତା  ୫ ଜଣ ନାଁକରା କଳାକାରଙ୍କୁ ଏହି ଚରିତ୍ରରେ  ନେବାକୁ ଚାହିଁଥିଲେ । କିନ୍ତୁ ସେମାନେ  କେହି ଏଥିପାଇଁ ରାଜି ହୋଇନଥିଲେ ।  ଜେଠାଲାଲ ଚରିତ୍ର ପାଇଁ ନିର୍ମାତା ସର୍ବପ୍ରଥମେ  କମେଡିଆନ ରାଜପାଲ ଯାଦବଙ୍କ ସହ  ଯୋଗାଯୋଗ କରିଥିଲେ । ରାଜପାଲଙ୍କ କମିକ୍‌  ଟାଇମିଙ୍ଗ୍‌ ପାଇଁ ଏ ଅଫର୍‌ ମିଳିଥିଲା । କିନ୍ତୁ  ରାଜପାଲ ଏଥିରେ ରାଜି ହୋଇନଥିଲେ ।  

ରାଜପାଲଙ୍କ ନାସ୍ତିବାଣୀ ଶୁଣି ଅଲ୍ଲୀ ଅସଗରଙ୍କୁ  ନେବା ପାଇଁ ନିର୍ମାତା ଆଗ୍ରହ  ଦେଖାଇଥିଲେ । କିନ୍ତୁ ଅଲ୍ଲୀ ଅସଗର  ସେହି ସମୟରେ ସିନେମା,  ସିରିଏଲ ଅଭିନୟରେ ଏତେ  ବ୍ୟସ୍ତ ଥିଲେ ଯେ, ‘ତାରକ  ମେହତା କା ଉଲ୍‌ଟା  ଚଷମା’ ପାଇଁ ସମୟ  ଦେଇପାରିବେ ନାହିଁ  କହି ଅନିଚ୍ଛା ପ୍ରକାଶ  କରିଥିଲେ । ଉପରୋକ୍ତ  ଦୁଇ କଳାକାର ଅନାଗ୍ରହୀ  ହେବା ପରେ ‘କପିଲ  ଶର୍ମା ସୋ’ର ଅନ୍ୟତମ  କଳାକାର କିକୁ ସାରଦାଙ୍କୁ ଏ  ରୋଲ୍‌ ଯାଚିଥିଲେ ନିର୍ମାତା ଲଳିତ  ମୋଦି । କିନ୍ତୁ ଦୀର୍ଘଦିନ ଧରି ପ୍ରସାରିତ  ହେବାକୁ ଥିବା କୌଣସି ଧାରାବାହିକରେ  ଅଭିନୟ କରିବାକୁ ଇଚ୍ଛା ନଥିବାରୁ କିକୁ ମଧ୍ୟ ଜେଠାଲାଲ ହେବାକୁ ଚାହିଁଲେ ନାହିଁ । କିକୁ ରାଜି ନ ହେବା ପରେ ପ୍ରଯୋଜକ ଷ୍ଟାଣ୍ଡଅପ୍‌  କମେଡିଆନ୍‌ ଏହସାନ କୁରେଶୀଙ୍କୁ ଭେଟି ସବୁ କଥା କହିଥିଲେ ।  କିନ୍ତୁ ଜେଠାଲାଲ ଚରିତ୍ର ଏହସାନଙ୍କ ମନକୁ ପାଇନଥିଲା ଓ ସେ  ଏଥିରେ ଅଭିନୟ କରିବେ ନାହିଁ ବୋଲି ଜଣାଇ ଦେଇଥିଲେ ।  

ଚାରି ଚାରି ଜଣ ମନା କରିବା ପରେ ‘ଭାବିଜୀ ଘର ପର  ହେ’ରେ ହପ୍ପୁ ସିଂହ ଚରିତ୍ର ନିର୍ବାହ କରୁଥିବା ଯୋଗେଶ  ତ୍ରିପାଠୀଙ୍କୁ ସୁଯୋଗ ଦେବାକୁ ଚାହିଁଥିଲେ ଲଳିତ ।  କିନ୍ତୁ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟସ୍ତ ଯୋଗେଶ ମଧ୍ୟ  ‘ତାରକ ମେହତା କା ଉଲ୍‌ଟା ଚଷମା’ ପାଇଁ ସମୟ  ଦେଇପାରିବେ ନାହିଁ କହି ଲଳିତଙ୍କୁ ଫେରାଇ  ଦେଇଥିଲେ । ଶେଷରେ ଦିଲ୍ଲୀପ ଯୋଶୀ ଏହି  ଚରିତ୍ର ପାଇଁ ରାଜି ହୋଇଥିଲେ ଓ କେବଳ  ଦିଲ୍ଲୀପ ନୁହନ୍ତି, ସୋ’ର ପ୍ରତିଟି କଳାକାର  ଚମତ୍କାର ଅଭିନୟ କରି ସୋ’କୁ ସଫଳତା  ପ୍ରଦାନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.