ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଓଡ଼ିଆ ସିନେମା ‘ଡେଲିଭରି ବୟ ୨’ରେ ଭିନ୍ନ ଚରିତ୍ରରେ ନଜର ଆସିବେ ଅର୍ଚ୍ଚିତା, ଘର ଘର ବୁଲି ବାଣ୍ଟିବେ ଖାଦ୍ୟ

Published By : Prameya | July 2, 2025 11:33 AM

ଭୁବନେଶ୍ୱର ୦୨/୦୭: ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ମୁକ୍ତି ପ୍ରତୀକ୍ଷାରେ ଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି  ବୟ ୨’ରେ ଡେଲିଭରି ଗର୍ଲ  'ପଲ୍ଲବୀ' ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ଏ ଫିଲ୍ମରେ ଦେଖିବାକୁ ମିଳିବ  ଘର, ପରିବାର ଓ ସ୍ୱପ୍ନ ପାଇଁ ତାଙ୍କ ସଂଘର୍ଷର କଥା । 

ଅର୍ଚ୍ଚିତା କହିଛନ୍ତି, ଏ ଚରିତ୍ର ତାଙ୍କର  ହୃଦୟ ସହ ଜଡ଼ିତ । ସେ କେବଳ ଗ୍ରାହକଙ୍କୁ ଖାଦ୍ୟ ଯୋଗାଉନାହାନ୍ତି, ଏ ପେସା  ମାଧ୍ୟମରେ ସେ ନିଜ ପରିବାର ପାଇଁ ବୋହି ଆଣୁଛନ୍ତି ଆଶା ଓ ଭରସା । ଡେଲିଭରି  ଗର୍ଲ ଭାବେ କାମ କରି ସେ ପରିବାର ଚଳାଇବା ସହ ବ୍ୟକ୍ତିଗତ ସ୍ୱପ୍ନକୁ ବଞ୍ଚାଇ  ରଖିବା ପାଇଁ ସଂଘର୍ଷ କରୁଛନ୍ତି । ଏହି ଚରିତ୍ରରେ ତାଙ୍କର ଅଭିନୟ ମହିଳାଙ୍କ  ଆତ୍ମବିଶ୍ୱାସ ଓ ମନୋବଳ ବଢ଼ାଇବ ବୋଲି କଥାବାର୍ତ୍ତାବେଳେ କହିଥିଲେ ଅର୍ଚ୍ଚିତା । ଫିଲ୍ମରେ ଅର୍ଚ୍ଚିତାଙ୍କ ସହ-ଅଭିନେତା ଭାବେ ଦେଖିବାକୁ  ମିଳିବେ ଶୈଳେନ୍ଦ୍ର । ଏହି ଦୁଇଜଣ ଡେଲିଭରି ପର୍ସନ୍‌ଙ୍କ କାହାଣୀ  ଦ୍ୱାରା ସମାଜରେ ଖାଦ୍ୟ ଡେଲିଭରି କରୁଥିବା ମହିଳାଙ୍କ ସମସ୍ୟା,  ସଂଘର୍ଷ ଓ ଅଦୃଶ୍ୟ ଦୁଃଖକୁ ସମସ୍ତଙ୍କ ସାମ୍ନାକୁ  ଆଣିବାକୁ ଚେଷ୍ଟା କରାଯାଇଛି । ହସ, ଲୁହ,  ସଂଘର୍ଷ ଓ ସ୍ୱପ୍ନଭରା ଏହି କାହାଣୀ ପରିବାର  ଓ ଦାୟିତ୍ୱକୁ ନେଇ ଦର୍ଶକଙ୍କୁ ଭାବୁକ କରିଦେବ । ଶୈଳେନ୍ଦ୍ର ଓ ଅର୍ଚ୍ଚିତାଙ୍କ  ବ୍ୟତୀତ ଏ ଫିଲ୍ମର ଅନ୍ୟାନ୍ୟ  ଚରିତ୍ରରେ ବୁଦ୍ଧାଦିତ୍ୟ,  ଶ୍ରୀତମ ଦାସ, ପ୍ରିୟମ୍ବଦା,  ପୁପିନ୍ଦର ଓ ସଣ୍ଟୁ ନିଜେ ପ୍ରମୁଖ ଅଭିନୟ  କରିଛନ୍ତି । ଜ୍ୟୋତିରଞ୍ଜନ  ମହାନ୍ତି ଏ ଫିଲ୍ମର ପ୍ରଯୋଜକ  ଥିବାବେଳେ ନିର୍ଦ୍ଦେଶନା  ଦେଇଛନ୍ତି ଅଶ୍ୱିନ ତ୍ରିପାଠୀ । ଫିଲ୍ମର ରିଲିଜ୍‌ ତାରିଖ ଶୀଘ୍ର ଘୋଷଣା  କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.