ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଆସୁଛି ଶ୍ରାବଣ ସୋମବାର, ଜମିଲାଣି ବୋଲବମ୍‌ ସାମଗ୍ରୀର ବେପାର: ଆସନ୍ତା ୧୧ରେ ପ୍ରଥମ ପାଳି

Published By : Prameya | July 5, 2025 12:35 PM

ଭୁବନେଶ୍ୱର,୦୫/୦୭: ଆରମ୍ଭ ହେବ  ଶ୍ରାବଣ ମାସ । ଆସନ୍ତା ୧୧ତାରିଖରେ ଶ୍ରାବଣର  ପ୍ରଥମ ସୋମବାରରେ ଜଳ ଲାଗି କରିବେ ଭକ୍ତ। ଶୈବ ପୀଠରେ ଶୈବ ବୋଲବମ୍‌ଙ୍କ ଭକ୍ତ ଭିଡ଼  ଲାଗିବ । ମାନସିକଧାରୀଙ୍କ ମନସ୍କାମନା ପୂରଣ  ହେବ । ଶ୍ରାବଣ ମହାଦେବଙ୍କ ପ୍ରିୟ ମାସ। ଶୈବଭକ୍ତ ବି ଏହିମାସକୁ ଅପେକ୍ଷା କରିଥାନ୍ତି ।  ମହାଦେବଙ୍କ ପାଖରେ ଜଳ ଲାଗି କରିବାକୁ  ହେଲେ ଏହି ମାସତମାମ କାଷ୍ଠା ଉପବାସରେ ରହିବାକୁ ପଡ଼ିଥାଏ ବୋଲି କହିଛନ୍ତି ଜାଗମରା  ଜଗନ୍ନାଥ ମନ୍ଦିରର ପଣ୍ଡିତ ବିଭୂତି ରଞ୍ଜନ ତ୍ରିପାଠୀ ।  ଜୁଲାଇ୧୧ରୁ ଆରମ୍ଭ ହୋଇ ୪ ପାଳି ସୋମବାର  ପାଣି ଢ଼ଳା ଯିବ । କିଏ ପୁରୀ ଲୋକନାଥଙ୍କ ପାଖକୁ  ଯିବେ ତ ଆଉ କିଏ ଶ୍ରୀଲିଙ୍ଗରାଜ ମନ୍ଦିରକୁ  ଆସିବେ ଜଳ ଲାଗି କରିବାକୁ ।  

ଆରମ୍ଭ ହୋଲଣି ବେପାର 

ବୋଲବମ୍‌ ବେଳେ ଭକ୍ତ ମାନଙ୍କ ପୋଷାକ,  ବାହୁଙ୍ଗା, ଢାଳ, ଫୁଲ, ବାହୁଙ୍ଗାରେ ଲାଗୁଥିବା  ପ୍ଲାଷ୍ଟିକ ଶିବ, ସାପ, ଲିଙ୍ଗ ପରି ଅନେକ ଜିନିଷର  ପସରା ବଜାରରେ ମେଲିଲାଣି । ଏଥିପାଇଁ ଏକ  ନମ୍ବର ହାଟରେ ବୋଲବମ୍‌ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବଜାର ଖୋଲିଗଲାଣି । ଦୋକାନୀ ମାନସ କୁହନ୍ତି,  ବୋଲବମ୍‌ ସାମଗ୍ରୀର ଦାମ୍‌ ପୂର୍ବ ବର୍ଷଠାରୁ ୫ରୁ  ୧୦ ଟଙ୍କା ବୃଦ୍ଧି ପାଇଛି । ବାଉଁଶ ବାହୁଙ୍ଗା ଗୁଡ଼ିକ ୪୦ଟଙ୍କାରୁ ଆରମ୍ଭ । ମୋଟାଇ ହିସାବରେ ଦାମ୍‌  ଅଲଗା ଅଲଗା ରହିଛି ।  ଖାଲି ବେତ ବାହୁଙ୍ଗା ୬୫୦ଟଙ୍କାରୁ ଆରମ୍ଭ, ୬ପ୍ରକାରର ମାଳି( ତୁଳସୀ, କାଠି, ରୁଦ୍ରାକ୍ଷ,  ମୋତି ପରି ମାଳି) ଦାମ୍‌ ୩୦ଟଙ୍କାରୁ ଆରମ୍ଭ ହୋଇ  ୮୦ଟଙ୍କା ଯାଏ ବିକ୍ରି ହେଉଛି । କପଡ଼ା ୨୦ଟଙ୍କା(୫ଟା  ଭେରାଇଟି ବାଘଛାଲ, ହନୁମାନ ରଙ୍ଗ, ଗୋଲାପୀ,  ଲାଲ ଆଦି ରଙ୍ଗରେ ଓଁ ଲେଖା ହୋଇଛି) । ଧୁପଦାନୀ,  ସାପ ହଳ, ଲିଙ୍ଗ, ଶିବ ହଳ ଗୁଡ଼ିକ ୧୦ ଓ ୨୦  ଟଙ୍କା । ପ୍ଲାଷ୍ଟିକ ଗଡ଼ୁ ୩୫ଟଙ୍କା, ପିତଳ ଘଣ୍ଟି ହାର  ୪୦ରୁ ୫୦ଟଙ୍କା ରହିଛି । 

ବାଉଁଶ ସଜାଇବା ହେଲେ  ଏହାର ଦାମ୍‌ ଭିନ୍ନ ରହିବ ବୋଲି ମାନସ କହିଛନ୍ତି ।  ୧୫ ପ୍ରକାରର ଠାକୁର ଭୋଗ ୫୦ଟଙ୍କାରୁ ଆରମ୍ଭ । ଗଙ୍ଗାଜଳ, ଚୁଆ ତେଲ, ମହୁ, ହରିଡ଼ା, ବାହାଡ଼ା,  ଚନ୍ଦନ, ସିନ୍ଦୁର, ପଞ୍ଚଶସ୍ୟ, ତମ୍ବାପାତ୍ର ବିକ୍ରି ହେଉଛି ।  ମଥାରେ ବାନ୍ଧିବାକୁ ଫିତା ୧୫ଟଙ୍କା, ପିତଳ ଢ଼ାଳ  ୧୫୦ରୁ ୪୦୦ଟଙ୍କା, ପ୍ଲାଷ୍ଟିକ କଳସ ୨ଟାକୁ ୪୦ଟଙ୍କା,  ଘଣ୍ଟି ୨୦ଟଙ୍କାରୁ ଆରମ୍ଭ, ଶିକା ୬୦ଟଙ୍କା, ଲେସ୍‌ ଓ ହାତ ଫିତା ଗୋଟିଏ ୧୫ଟଙ୍କା, ବୋଲବମ୍‌ ଯିବା  ବେଳେ ମୋବାଇଲ ରଖିବା ବ୍ୟାଗ ୬୦ଟଙ୍କାରେ  ବିକ୍ରି ହେଉଛି । ଏହି ସିଜିନ୍‌ ଦୋକାନ ଶ୍ରାବଣ  ମାସ ଶେଷ ଯାଏ ଖୋଲା ରହିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.