ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଜନ୍ମବେଦୀରେ ସରିଗଲା ଲୀଳାଖେଳା, ଆଡ଼ପ ମଣ୍ଡପରୁ ବାହୁଡ଼ୁଛନ୍ତି ବାହୁଡ଼ାବ୍ରହ୍ମ

Published By : Rasmita Pradhan | July 5, 2025 11:16 AM

ପୁରୀ, ୦୫/୦୭: ଜନ୍ମବେଦୀରେ ସରିଲା ଲୀଳାଖେଳା। ଆଡ଼ପ ମଣ୍ଡପରୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସଅଳ ଆରମ୍ଭ ହେଲା ପହଣ୍ଡି ଯାତ୍ରା। ପ୍ରଥମେ ଗୁଣ୍ଡିଚା ମନ୍ଦିର ଛାଡ଼ି ଶରଧାବାଲିକୁ ଓହ୍ଲାଇ ଆସିଲେ ଚକ୍ରରାଜ। ଘଣ୍ଟଘଣ୍ଟା ନାଦରେ ଦୁଲୁକିଲା ନାକଚଣା ଦ୍ବାର। ଭକ୍ତମୟ ପରିବେଶରେ ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ରଥାରୂଢ଼ ହେଲେ ମହାପ୍ରଭୁ ସୁଦର୍ଶନ। ପଛକୁ ଧାଡ଼ି ପହଣ୍ଡିରେ ଆସିଲେ ବଡ଼ ଠାକରୁ ବଳଭଦ୍ର। ତାଙ୍କ ପଛକୁ ଆସିଛନ୍ତି ହଳଦୀମୁହିଁ ମା' ସୁଭଦ୍ରା। ଶେଷରେ ଗହଳି ଲଗାଇ ଝୁଲିଝୁଲି ଆସିବେ ହଟିଆ ଠାକୁର। 

ଶୁକ୍ରବାର ରାତିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡ଼ା ନୀତି ଆରମ୍ଭ ହୋଇଥିଲା। ନୀତି ନିର୍ଘଣ୍ଟ ଅନୁସାରେ ବାହୁଡ଼ାରେ ପ୍ରାତଃ ୪ଟାରେ ମଙ୍ଗଳା ଆଳତି ବଢ଼ିବା ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ସହ ଗୋପାଳବଲ୍ଲଭ ବଢ଼ି ଓ ସକାଳ ଧୂପରେ ପୂଜାପଣ୍ଡା ସାଆନ୍ତେ ଠାକୁରମାନଙ୍କୁ ଖେଚୁଡି ଭୋଗ ଅର୍ପଣ କରିଥିଲେ । ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ସେନାପଟା ଲାଗି କରିଥିଲେ। ପରେ ଠାକୁରଙ୍କ ୩ ବାଡ଼ରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ମୁଦିରସ୍ତ ସେବକମାନେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ବଢାଇବା ପରେ ଠାକୁରମାନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.