ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ

Published By : Prameya | July 2, 2025 7:40 AM

ପୁରୀ,୦୨/୦୭: ଭାଇଭଉଣୀଙ୍କୁ  ସାଙ୍ଗରେ ନେଇ ଘୋଷଯାତ୍ରାରେ ଯାଇ ଗୁଣ୍ଡିଚାମନ୍ଦିର ଜନ୍ମବେଦିରେ ବିଜେ  ହୋଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।  ବଡ଼ଦେଉଳରେ ଧର୍ମପତ୍ନୀଙ୍କୁ ଛାଡ଼ି  ଆସିଛନ୍ତି ଠାକୁରେ । ଏଣୁ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ  ମଙ୍ଗଳବାର ହେରାପଞ୍ଚମୀରେ ଗୁଣ୍ଡିଚା ମନ୍ଦିରରେ ବିଜେ ହୋଇ ଠାକୁରଙ୍କ  ଖବର ନେଇଛନ୍ତି । ସେବକ ଓ ଦାସୀଙ୍କ ଗହଣରେ ବିଳମ୍ବିତ ରାତିରେ ମହାଲକ୍ଷ୍ମୀ  ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ  ପହଞ୍ଚି ନନ୍ଦିଘୋଷ ରଥକୁ ଭାଙ୍ଗିଲେ ।  ରଥରେ ଲାଗିଥିବା ହଂସପଟାର ଏକ  ଅଂଶକୁ ସେବକଙ୍କ ଦ୍ୱାରା ଭଙ୍ଗା ଗଲା ।  ପରେ ମହାପ୍ରଭୁଙ୍କ ଆଜ୍ଞମାଳ ପାଇ  ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ  ଫେରିଥିଲେ ମା’ଲକ୍ଷ୍ମୀ ସାଆନ୍ତାଣି ।  

ଭଣ୍ଡାର ଘରେ ବିଜେ ହୋଇଥିବା  ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ସ୍ୱତନ୍ତ୍ର  ମାଜଣା ଓ ବନକଲାଗି କରାଯାଇ  ନୂତନ ପାଟବସ୍ତ୍ର ଓ ସ୍ୱର୍ଣ୍ଣାଳଙ୍କାରରେ ସୁଶୋଭିତ କରାଯାଇଥିଲା । ସେବକ  ଓ ଭକ୍ତଙ୍କ ଗହଣରେ ଶ୍ରୀମନ୍ଦିରରୁ  ବାହାରି ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ଘରେ  ବିଜେ ହୋଇଥିଲେ । ଗୁଣ୍ଡିଚା ଘର  ସମ୍ମୁଖରେ ପହଞ୍ଚିବାରେ ଠାକୁରାଣୀଙ୍କୁ  ପ୍ରସାଦ ଲାଗି, ବନ୍ଦାପନା, ଚାମର ଓ  ଆଲଟ ସେବା ଅର୍ପଣ କରାଯାଇଥିଲା ।  ଘଷା, ବିଡ଼ିଆ, ଦହିପଟି ମଣୋହି  କରାଯାଇଥିଲା । ଇତି ମଧ୍ୟରେ  ଆଡ଼ପ ମଣ୍ଡପରେ ସନ୍ଧ୍ୟାଧୂପ ନୀତି  ହେଉଥାଏ । ରଥ ନିକଟରୁ ମା'ଲକ୍ଷ୍ମୀ  ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନର  ଜୟବିଜୟ ଦ୍ୱାରଠାରେ ପହଞ୍ଚିଥିଲେ ।  ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ  ଲାଗି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ ଲାଗି  କରିଥିଲେ । ଏହାପରେ ବିଧି ମୁତାବକ  ମହାପ୍ରଭୁଙ୍କ ଦ୍ୱାର ବନ୍ଦ ହୋଇଥିଲା ।  ନୀତି ସାରି ଠାକୁରାଣୀ ରାଗ ତମତମ  ହୋଇ ଶ୍ରୀଗୁଣ୍ଡିଚା ଘର ନାକଚଣା  ଦ୍ୱାର ଦେଇ ବାହାରିବା ସମୟରେ  ଠାକୁରାଣୀଙ୍କୁ ଦହିପଟି ମଣୋହି ଓ  ବନ୍ଦାପନା କରାଯାଇଥିଲା । ତେବେ  ରାତିକୁ ଗୁଣ୍ଡିଚା ଘରେ ମହାପ୍ରଭୁଙ୍କ  ନୀତିରେ ସାମାନ୍ୟ ସୁଧାର ଆସିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.