ଭୁବନେଶ୍ବର, ୧/୭ : ବଦଳିଲା ରାହୁଲ ଗାନ୍ଧୀଙ୍କ ଗସ୍ତ ତାରିଖ। ୯ ନୁହେଁ ୧୧ତାରିଖରେ ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ କେସି ବେନୁଗୋପାଳ ଆସିବେ।
କଂଗ୍ରେସ ପକ୍ଷରୁ ଆହୁତ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ। ବରମୁଣ୍ଡା ପଡ଼ିଆରେ ଦଳୀୟ କାର୍ଯ୍ୟକ୍ରମରେ ହେବେ ସାମିଲ । ଏହାର ପ୍ରସ୍ତୁତି ପାଇଁ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି ବୈଠକ ଶେଷ ହୋଇଛି । ବୈଠକରେ ପିସିସି ସଭାପତିଙ୍କ ସହ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ ।