କୋଣାର୍କ,୧/୭ : କୋଣାର୍କ ଓ ଏହାର ଆଖପାଖ ଅଂଚଳରେ ବ୍ରାଉନସୁଗର କାରବାର ହେଉଥିବା ଅଭିଯୋଗ ହୋଇଆସୁଛି । ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଆଇଆଇସି ପାର୍ଥ ସାରଥି ରାଉତଙ୍କ ନେତୃତ୍ୱରେ ଏକ ଟିମ୍ କୋଣାର୍କରେ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ।
କୋଣାର୍କ ମାଧିପୁର ଛକ ନିକଟରୁ ମାନସ ସେଠଙ୍କ ପାଖରୁ ୫୩ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା । ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ । କୋଣାର୍କ ଅବକାରୀ ଥାନା କେଶ ନଂ ୪୭/୨୫ରେ ମାନସଙ୍କୁ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି। ଏହି ଚଢ଼ଉରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ପୃଷେଟ, ସବିତା ସାହୁ,ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ। ଅବକାରୀ ବିଭାଗ ଓ ପୁଲିସ ବ୍ରାଉନସୁଗର କାରବାର କରୁଥିବା ବେପାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।