ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମାଲକାନଗିରି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ହେରାପଚଂମି, ମା’ ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିଲେ ଜଗନ୍ନାଥଙ୍କ ରଥ

Published By : Gurupada Nath | July 1, 2025 9:14 PM

ମାଲକାନଗିରି, ୧/୭ : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହା ଆଡ଼ମ୍ବର ସହ ଶ୍ରୀଜିଉଙ୍କ ହେରାପଚଂମୀ ଉତ୍ସବ ପାଳିତ ହୋଇଯାଇଛି । ସନ୍ଧ୍ୟାରେ ହେରା ପଚଂମୀ ଦେଖିବା ପାଇଁ ମଲକାନଗିରି ସହରସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସନ୍ଧ୍ୟା ୫ଟାରେ ଶ୍ରୀଜିଉଙ୍କ ପହଡ଼ ଖୋଲିବା ପରେ ଭକ୍ତମାନେ ମାହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଜଗନ୍ନାଥ ମନ୍ଦିରରେ ପାର୍ଶ୍ଵ ଦେବାଦେବୀଙ୍କ ପୁଜା ଅର୍ଚନା ଆଳତୀ ପରେ ଶ୍ରୀ ମହାଲକ୍ଷ୍ମୀଙ୍କୁ ଏକ ବିମାନରେ ବସାଇ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚାମନ୍ଦିର ଆଡ଼ପ ମଣ୍ଡପରେ ଥିବା ଜଗନ୍ନାଥଙ୍କୁ ଦର୍ଶନ କାରଇବା ପାଇଁ ଅଣାଯାଇଥିଲା । ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଁଚି ଜଗନ୍ନାଥଙ୍କୁ ମା’ଲକ୍ଷ୍ମୀ ଦର୍ଶନ କରି ରୋଷ ପ୍ରକାଶ କରିଥିଲେ । ଜଗନ୍ନାଥଙ୍କ ବଡ଼ପଣ୍ଡା ଓ ମା’ଲକ୍ଷ୍ମୀ ପଣ୍ଡାଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ଓ ଲକ୍ଷମୀଠାକୁରାଣୀଙ୍କ ଗୁଣଗାନ ସହିତ କଥାକଟା କଟି ପ୍ରତିଯୋଗୀତା ହୋଇଥିଲା ।

ଶ୍ରୀଜଗନ୍ନାଥଙ୍କୁ ଲକ୍ଷ୍ମୀ ଠାକୁରାଣୀଙ୍କ ଦର୍ଶନ ସମୟରେ ଦେଢଶୁର ବଳଭଦ୍ରଙ୍କ ମୁଖକୁ ଘୋଡ଼ାଇ ଦିଆଯାଇଥିଲା । ଏହି ପ୍ରତିଯୋଗୀତା ସରିବା ପରେ ବିଦାୟବେଳେ ଶ୍ରୀଜଗନ୍ନାଥଙ୍କ ବଡ଼ପଣ୍ଡାଙ୍କୁ ରଥରେ ବାନ୍ଧି ଦେଇ ରଥର କିଛି ଅଶଂକୁ ଭାଙ୍ଗି ଦେଇ ମା’ଲକ୍ଷ୍ମୀ ବଡ଼ଦେଉଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ମନୋଲୋଭା ଦୃଶ୍ୟ ଦେଖିବା ପାଇଁ ଅନେକ ଭକ୍ତ ଶ୍ରୀଗୁଣ୍ଡାଚା ମନ୍ଦିର ନିକଟରେ ଭିଡ ଜମାଇଥିଲେ । ମା’ଲକ୍ଷ୍ମୀଙ୍କ ଫେରି ଯିବା ପରେ ଶ୍ରୀଜିଉଙ୍କ ନିକଟରେ ଜୟ ଵଜରଙ୍ଗ ବାଲି କଳା ସଂସ୍କୃତି ସଂଗଠନ ପକ୍ଷରୁ ପ୍ରବଚନ ଓ ଭଜନସମାରୋହ ହୋଇଥିଲା । ପୁରି ଶ୍ରୀମନ୍ଦିର ରିତିନିତି ଅନୁସାରେ ସମସ୍ତ ପ୍ରକାର ପ୍ରଥା ଚଳି ଆସୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଭିନ୍ନ ପରମ୍ପରା କେଉଁ ଆବାହମାନକାଳରୁ ପ୍ରଚଳିତ ହୋଇ ଆସୁଛି । ହେରା ପଚଂମିରେ ଲକ୍ଷ୍ମୀ ଠାକୁରାଣୀ ମାଉସୀ ମା’ମନ୍ଦିର ପ୍ରବେଶ କରି ଶ୍ରୀମନ୍ଦିରକୁ ତିନି ଠାକୁରଙ୍କୁ ଫେରାଇ ନେବାକୁ ଆସି ରଥ ଭାଙ୍ଗୁଥିବାରୁ ଶ୍ରୀଜିଉଙ୍କ କୌଣସି ଅବତାର ହୋଇନଥାଏ । 

ତେଣୁ ହେରା ପଚଂମୀ ଆଗ ଦିନ ଶ୍ରୀଜିଉଙ୍କୁ ବାମନ ଓ ପର୍ଶୁରାମ ଅବତାର ବେଶରେ ସଜ୍ଜିତ କରାଯାଇଥାଏ ବୋଲି ପୂଜକ ସନ୍ତୋଷ ନନ୍ଦ କହିଛନ୍ତି । ମାଉସୀ ମା’ ମନ୍ଦିର ନିକଟରେ ଶ୍ରୀଜଗନ୍ନାଥଙ୍କ ପ୍ରିୟ ମିଷ୍ଟାନ୍ନଆରିଶା, କାକରା, ଛେନାଗଜା, ମାଲପୁଆ, ରଶାବଳୀ, ଖୀରା, ନାନାପ୍ରକାର ମିଷ୍ଟାନ ଭୋଗ ବିକ୍ରିର ବ୍ୟବସ୍ଥା ହୋଇଛି । ଭକ୍ତମାନେ ଶ୍ରୀଜିଉଙ୍କ ପ୍ରୀୟ ମିଷ୍ଟାନ୍ନ ଭୋଗ ଗୋଟିଏ ସ୍ଥାନରେ ପାଇ  ଆନନ୍ଦର ସହ ନେବା ପାଇଁ ଭିଡ଼ ଜମାଇଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.