ଫୁଲବାଣୀ,୧/୭ : ଭୁବନେଶ୍ୱର ମହାନଗର ନିଗମର ଅଧିକାରୀଙ୍କୁ ଆକ୍ରମଣ ପ୍ରତିବାଦରେ ରାଜ୍ୟ ଓଏଏସ ସଙ୍ଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ଆନ୍ଦୋଳନରେ ସାମିଲ ହୋଇଛି କନ୍ଧମାଳ ଜିଲ୍ଲା ଓଏଏସ ସଙ୍ଘ। ସଙ୍ଘ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ସମସ୍ତ ଓଏଏସ ଅଧିକାରୀ ଆଜି କଳାବ୍ୟାଜ ପରିଧାନ କରିଥିଲେ।
ଜିଲ୍ଲା ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସଠାରେ ଅଧିକାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଏଭଳି ଘଟଣାର ଦୃଢ ନିନ୍ଦା କରାଯାଇଥିଲା। ପରେ ବିଭିନ୍ନ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ମୁଖ୍ଯ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୁଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର ଓ ଅନ୍ୟ ଅଧିକାରୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।