ମାଥିଲି, ୧/୭ : ମାଲକାନଗିରି ଜିଲ୍ଲା ଖଇରପୁଟରେ ଅଘଟଣ । ନଈ ପାରି ହେବା ସମୟରେ ପାଣିରେ ଭାସି ଗଲେ ଦୁଇ ଯୁବକ । ଅଗ୍ନିଶମ ବାହିନୀ ଦ୍ବାରା ଦୁଇ ମୃତ ଦେହକୁ ଉଦ୍ଧାର କରାଯାଇଛି । ଦୁଇ ମୃତକ ନାଲିଗୁଡା ଗ୍ରାମର ଲବ ଦୋରା ଏବଂ ଶୁକ୍ରି ଫଟକା ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଦୁହେଁ ନିଜର ଚାଷ ଜମିକୁ ଯାଉଥିବାବେଳେ ନଈରେ ଭାସିଯାଇଥିଲେ । ଶ୍ରୋତ ପ୍ରଖର ଥିବାରୁ ତାଙ୍କୁ ଖୋଜିବା ସମ୍ଭବ ପର ହୋଇନଥିଲା । ପରେ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବାହୀନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ ।