ସାଲେଭଟା,୧/୭ : ରେଳ ଧାରଣାରେ ପଡ଼ି ରହିଛି ଅଜଣା ମୃତଦେହ । ଏଭଳି ଏକ ଦୃଶ୍ୟ ନଜରକୁ ଆସିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଅଙ୍ଗ ନଦୀ ଠାରେ । ସୂଚନା ଅନୁସାରେ ସମ୍ବଲପୁର ରେଳ ମଣ୍ଡଳ ବଲାଙ୍ଗୀର ଜିଲ୍ଲା ଖଲିଆପାଲି ଓ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ରେଳ ଷ୍ଟେସନ ମଝି ଅଙ୍ଗ ନଦୀ ପାଖରେ ଏକ ମୃତଦେହ ପଡ଼ିଥିବା ଖବର ପ୍ରଚାରିତ ହୋଇଥିଲା ।
ଏହାପରେ ତାକୁ ସ୍ଥାନୀୟ ଲୋକେ ଦେଖି ଥିଲେ। କେହି ମାରି ରେଳ ଧାରଣା ମଝିରେ ଫିଙ୍ଗି ଆତ୍ମହତ୍ୟା ରୂପ ଦେଇଥିବା ଚର୍ଚ୍ଚା ହେଉଛି । ଖବର ଲେଖା ହେବା ସୁଦ୍ଧା ମୃତକର ପ୍ରକୃତ ପରିଚୟ ମିଳିପାରି ନାହିଁ।