ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ହେରାପଞ୍ଚମୀ ବିଧି ପରେ ଲକ୍ଷ୍ମୀ ନାରାୟଣଙ୍କ ଦୁର୍ଲଭ ବେଶ

Published By : Gurupada Nath | July 1, 2025 11:27 PM

ନୀଳଗିରି,୧/୭ : ଆଜି ପବିତ୍ର ହେରାପଞ୍ଚମୀ।ଅଭିମାନିନୀ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିବା ସହ  ଆସନ୍ତାକାଲି  ରଥକୁ ଦକ୍ଷିଣ ମୋଡ଼ କରାଯିବ। ବିଧି ମୁତାବକ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି। ଦୀର୍ଘ ଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ। ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି ମହାଲକ୍ଷ୍ମୀ। 

ସନ୍ଧ୍ୟା ଆରତୀ ପରେ ବିମାନରେ ପଟୁଆର ସହ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପୂଜକ କର୍ପୂର ବନ୍ଦାପନା, ବଳିତା ବନ୍ଦାପନା, ଚାଉଳ ବନ୍ଦାପନା ହୋଇଥିଲା। ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯାଇଥିଲା। ସଂଧ୍ୟା ଧୂପ ଚାଲିଥିବା ବେଳେ ସେହି ସମୟରେ ଟେରା ପଡିବା ପରେ  ରାଗ ଜର୍ଜରିତ ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ମହାପ୍ରଭୁଙ୍କ ରଥ ଭାଙ୍ଗିଥିଲେ।ଏହାପରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ମା ମହାଲକ୍ଷ୍ମୀ ଅଭିମାନରେ ଫେରିଥିବାରୁ ପ୍ରଭୁଙ୍କ ନିର୍ଦ୍ଦେଶରେ ବାହୁଡ଼ା ଯାତ୍ରା ପାଇଁ ବୁଧବାର ଆସିଥିବା ରଥର ଦକ୍ଷିଣମୋଡ଼ କରାଯାଇଥିଲା।ଆଜି ଏହି ଦୁର୍ଲଭ ଦର୍ଶନ ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥିଲେ।ପରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ମଧ୍ୟ ଦର୍ଶନ କରି ଆଶିଷ କାମନା କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.