ଭୁବନେଶ୍ବର, ୧/୭ : ବିଏମସିରେ ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଆସିଲା ରତ୍ନାକର ସାହୁଙ୍କ ପ୍ରତିକ୍ରିୟା । ସେ କହିଛନ୍ତି , ଆଜି ଓଏଏସ ମହାସଂଘର ବିଏମସିରେ ବୈଠକ ହୋଇଥିଲା । ଆଇନ ତା ପଦକ୍ଷେପ ନେବ । ମୁଁ ଗତକାଲି କମିଶନରଙ୍କୁ ସବୁ କହିଥିଲି ଆଜି ଆସି କି ଦେଖା ହେଇଛି । ବିଏମସିରେ ସମସ୍ତେ ମତେ ସହଯୋଗ କରୁଛନ୍ତି । ବିଏମସି ମୋର ପରିବାର ଭଳି । ଏଠି ଛୋଟରୁ ବଡ଼ କର୍ମଚାରୀ ସମସ୍ତେ ସମସ୍ତଙ୍କୁ ସହଯୋଗ କରୁଛନ୍ତି। ମୋର ଆଇନ ଉପରେ ଭରସା ଅଛି । ଆଇନରୁ ଉର୍ଦ୍ଧ୍ବରେ କେହି ନାହାଁନ୍ତି । ତା ଉପରକୁ କେହି ଯାଇପାରିବେନି। ଗତକାଲି ଅଭିଯୋଗ ଶୁଣାଣିବେଳେ ମୋ ସହ ଏହା ଘଟିଲା । ମୋର ଦୃଢ଼ ବିଶ୍ୱାସ ଆଇନ ଉପରେ। ମତେ ନ୍ୟାୟ ମିଳିବ । ପୋଲିସ ଉପରେ ଭରସା ଅଛି । ସେମାନେ ତାଙ୍କ ଟାଇମ୍ ନେଉଛନ୍ତି । ମୋ ବିରୋଧରେ ଯାହା ଅଭିଯୋଗ ଆସୁଛି ସବୁ ଭିତ୍ତିହୀନ।
ସୂଚନାଯୋଗ୍ୟ ଯେ, ସୋମବାର ବିଏମ୍ସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା। ଅତିରିକ୍ତ କମିଶନର ରତ୍ନାକର ସାହୁ ଅଭିଯୋଗ ଶୁଣାଣି କରୁଥିଲେ। ଜଣେ କର୍ପୋରେଟରଙ୍କ ୫ରୁ ୬ ଜଣ ସହଯୋଗୀ ହଠାତ୍ ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ଉଠାଇନେବାକୁ ଉଦ୍ୟମ କରିବା ସହ ମାଡ଼ ମାରିଥିଲେ। ଏହି ନେଇ ତୁରନ୍ତ ଖାରବେଳନଗର ଥାନାକୁ ସୂଚନା ଦିଆଯାଇଥିଲା ।