ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା

Published By : Prameya | July 2, 2025 8:19 AM

ପୁରୀ,୦୨/୦୭: ଘୋଷ ଯାତ୍ରାରେ  ବଡ଼ଦାଣ୍ଡରେ ତିନି ରଥ ଟଣା ହୋଇ ଗୁଣ୍ଡିଚା ଘର  ସମ୍ମୁଖରେ ପହଞ୍ଚିଥିଲା । ଏଣିକି ଠାକୁରଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି । ଶରଧାବାଲିରେ ବୁଧବାର ରଥ  ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ । ଏଣୁ ଦଣିକ୍ଷ  ମୋଡ଼ ପୂର୍ବରୁ ମଙ୍ଗଳବାର ତିନି ରଥ ଯାଞ୍ଚ କରାଯାଇ ଆବଶ୍ୟକ ମରାମତି କରାଯାଇଛି ।  ତାଳଧ୍ୱଜ ରଥର ୩ଟି ଚକରେ ୪ଟି ଲେଖା ପ୍ଲେଟ୍‌  ଲାଗିଛି । ଏଥିସହ ନନ୍ଦିଘୋଷ ରଥର ନାହାକା  ଅଖରେ କ୍ଲାମ୍ପ ଲାଗିଛି । ସେହିଭଳି ଦେବଦଳନ  ରଥର ସ୍ଥିତି ପରଖି ଆବଶ୍ୟକ ମରାମତି ହୋଇଛି । 

ରଥ ଦକ୍ଷିଣ ମୋଡ଼ରେ ଶ୍ରୀଗୁଣ୍ଡିଚା ଘର  ସିଂହଦ୍ୱାର ସମ୍ମୁଖରୁ ରଥତ୍ରୟ ଟଣା ହୋଇ  ନାକଚଣା ଦ୍ୱାରକୁ ଆସିବ । ଏଣୁ ଆଜି ବିଶ୍ୱକର୍ମା, ଭୋଇ ସେବକ, କମାର ସେବକ, ଇଂଜିନିୟରଙ୍କ  ଉପସ୍ଥିତିରେ ରଥ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।  ପ୍ରଶାସନିକ ଧାର୍ଯ୍ୟ ସମୟ ଅନୁସାରେ ଠାକୁରଙ୍କ  ରଥ ଆଜ୍ଞାମାଳ ବିଜେ ରହିଛି ସାଢ଼େ ୧୨ଟାରେ ।  ଏପଟେ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିରେ  ବାଲି ପକାଯାଇଛି। ରଥ ମୋଡ଼ ନେବାରେ  ରାସ୍ତାରେ ପଡ଼ିଥିବା ବାଲି ସାହାଯ୍ୟ କରେ । ବହୁ  ମୋଡ଼ ଖାଇ ରଥତ୍ରୟ ଆଗପଛ ହୋଇ ନାକଚଣା ଦ୍ୱାରେ ପହଞ୍ଚି ଥାଏ । ଦକ୍ଷିଣ ମୋଡ଼ ଅବସରରେ  ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ  ଶେଷରେ ନନ୍ଦିଘୋଷ ରଥ ଟଣାଯିବ । ଆସନ୍ତା ୫  ତାରିଖ ଶନିବାର ବାହୁଡ଼ା ଯାତ୍ରାରେ ଗୁଣ୍ଡିଚା ଘରୁ  ଶ୍ରୀମନ୍ଦିରକୁ ବାହୁଡ଼ିବେ ରଥାରୂଢ ଠାକୁରେ ।  ଦକ୍ଷିଣ ମୋଡ଼ ପରେ ବାହୁଡ଼ା ପୂର୍ବରୁ ପୁଣି ତିନି  ରଥର ସ୍ଥିତି ଯାଞ୍ଚ ହେବ ବୋଲି ଶ୍ରୀମନ୍ଦିର ବରିଷ୍ଠ  ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି ।

ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.