ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଯେଉଁମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କୁ ଭଗବାନ ଦଣ୍ଡିତ କରିବେ : ଆଇନ ମନ୍ତ୍ରୀ

Published By : Rasmita Pradhan | July 2, 2025 12:59 PM

ଭୁବନେଶ୍ଵର, ୦୨/୦୭ : ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ନେଇ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଯେଉଁମାନେ ଅକର୍ମା ଲୋକ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି । ସେମାନେ ଅଧିକ କଥା କହୁଛନ୍ତି । ବିରୋଧୀ କେମିତି ରଥଯାତ୍ରା ପରିଚାଳନା କରୁଥିଲେ, ଅତୀତରେ ଓଡ଼ିଶାବାସୀ ଜାଣିଛନ୍ତି । ତାଙ୍କ ସମୟରେ କ'ଣ ଘଟଣା ଘଟୁଥିଲା ସମସ୍ତେ ଦେଖିଛନ୍ତି । ଏ ବାବଦରେ ବେଶି କିଛି କହିବାର ନାହିଁ । ରଥଯାତ୍ରାକୁ ନେଇ କୌଣସି ରାଜନୈତିକ ସମାଲୋଚନା କିମ୍ବା ରାଜନୀତି ବାତାବରଣ ତିଆରି କରିବାକୁ ଆମେ ଚାହୁଁନାହୁଁ । କୌଣସି ରାଜନୈତିକ ଟିପ୍ପଣୀ ଦେବାକୁ ଚାହୁଁନି ବୋଲି କହିଲେ ଆଇନ ମନ୍ତ୍ରୀ । 

ପୃଥ୍ଵୀରାଜ କହିଛନ୍ତି ଯେ, ଯେଉଁମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କୁ ଭଗବାନ ଦଣ୍ଡିତ କରିବେ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ହେଉ । ଜଗନ୍ନାଥଙ୍କ ଆଶୀର୍ବାଦରେ ହିଁ ରଥଯାତ୍ରାର ସଂପୂର୍ଣ୍ଣ ପ୍ରକ୍ରିୟା ଭଲରେ ଭଲରେ ଶେଷ ହେବ । ଲୋକଙ୍କ ପାଇଁ ଯାହା ଆବଶ୍ୟକ ସବୁ ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ମଧ୍ୟ ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସେବାୟତମାନଙ୍କ ସହ ମଧ୍ୟ ଭେଟି ଆଲୋଚନା ହୋଇଛି । ତେଣୁ କୌଣସି ସମସ୍ୟା ହେବ ନାହିଁ ବୋଲି ପୁରା ବିଶ୍ୱାସ ଅଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.