ପ୍ରମୂଖ ଖବର
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, ୭ରୁ କମିବ ବର୍ଷାର ପରିମାଣ

Published By : Rasmita Pradhan | July 2, 2025 12:37 PM

ଭୁବନେଶ୍ଵର, ୦୨/୦୭ : ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଆଜି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି। ୭ରୁ ବର୍ଷାର ପରିମାଣ ସାମାନ୍ୟ କମିବ। କେତେକ ସ୍ଥାନରେ ବିଜୁଳି ସହ ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି। ଏନେଇ ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ ପୂର୍ବାନୁମାନ କରିଛନ୍ତି। 

ମଡେଲ ଅନୁସାରେ, ଝାଡଖଣ୍ଡ ପାଖରେ ଏକ ଘୂର୍ଣ୍ଣିବଳୟ ରହୁଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ସ୍ଥିତି ଉପୁଜିଛି। ବର୍ତ୍ତମାନ ରାଜ୍ୟ ମଧ୍ୟକୁ ମୌସୁମୀ ବାୟୁ ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ବେଳେ ପାଗ କୋହଲା ସହ ଅପରାହ୍ନରେ ବର୍ଷା ହେବା ନେଇ ମଡେଲ କହିଛି। ଆଜି ଅପରାହ୍ନରେ ଭୁବନେଶ୍ଵର ଓ କଟକରେ ଭାରି ବର୍ଷା ହୋଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.