ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମଝି ସମୁଦ୍ରରେ ବୁଡ଼ିଲା ଡଙ୍ଗା; ୬୫ ଯାତ୍ରୀଥିଲେ, ୪ ମୃତ ଅନେକ ନିଖୋଜ

Published By : Ankita S | July 3, 2025 8:11 AM

ନୂଆଦିଲ୍ଲୀ,୦୩/୦୭: ଇଣ୍ଡୋନେସିଆର ବାଲି ଦ୍ୱୀପରେ ବଡ଼ ଅଘଟଣ ଘଟିଛି । ୬୫ ଜଣଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି । ନୌକାରେ ୧୨ କ୍ରିଉ ସଦସ୍ୟ, ୫୩ ଯାତ୍ରୀଙ୍କ ସମେତ ମୋଟ ୬୫ ଜଣ ଥିଲେ । ଡଙ୍ଗାରେ ୧୪ ଟ୍ରକକୁ ମିଶାଇ ୨୨ଟି ଗାଡ଼ିଥିଲା ।

ସମସ୍ତେ ଛୁଟି ମନାଇବାକୁ ଯାଉଥିବା ବେଳେ ଅଘଟଣ ଘଟିଛି । ଇଣ୍ଡୋନେସିଆର ରିସର୍ଟ ଦ୍ବୀପ ବାଲି ନିକଟରେ ୬୫ ଲୋକଙ୍କୁ ନେଇ ଯାଉଥିବା ଏକ ଡ଼ଙ୍ଗା ବୁଡି଼ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଛି । ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନେକ ନିଖୋଜ ଅଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମୃତସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ବୁଧବାର ବିଳମ୍ବିତ ରାତିଯାଏ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

୪ ମୃତ, ୨୩ ସୁରକ୍ଷିତ ଉଦ୍ଧାର- ଜାତୀୟ ସନ୍ଧାର ଏବଂ ଉଦ୍ଧାର ସଂସ୍ଥାର ଏକ ବିବୃତ୍ତିରେ କୁହାଯାଇଛି କି, ବୁଧବାର ବିଳମ୍ବିତ ରାତିରେ ପୂର୍ବ ଜାଭାର କେତାପାଙ୍ଗ ବନ୍ଦର ଛାଡିବାର ପ୍ରାୟ ଅଧ ଘଣ୍ଟା ପରେ  କେଏମପି ଟୁନୁ ପ୍ରାତାମା ଜୟା ବୁଡ଼ି ଯାଇଥିଲା । ଏହା ୫୦ କିଲୋମିଟର ଦୂର ବାଲିର ଗିଲିମାନୁକ୍‌ ବନ୍ଦରକୁ ଯାଉଥିଲା । ଡଙ୍ଗାରେ ୧୨ କ୍ରୁ ସଦସ୍ୟଙ୍କ ସମେତ ୫୩ ଯାତ୍ରୀ ଥିଲେ । ୧୪ ଟ୍ରକ ସମେତ ୨୨ ଯାନବାହାନ ଥିଲା । ୪ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ୩୮ଜଣଙ୍କୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଲାଇଫ୍‌ବୋଟରେ ଜୀବନ ବଞ୍ଚାଗଲା- ଲୋକଙ୍କୁ ଉଦ୍ଧାରକରିବାକୁ ତୁରନ୍ତ ଟିମ୍‌ ଓ ଉଦ୍ଧାରକାରୀ ବୋଟ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ଲୋକ ଲାଇଫ୍‌ବୋଟ ଜରିଆରେ ନିଜକୁ ରକ୍ଷା କରିଥିଲେ । ଇଣ୍ଡୋନେସିଆରେ ଡଙ୍ଗାବୁଡି ଘଟଣା ସାଧାରଣ ନୁହେଁ । ୧୭,୦୦୦ରୁ ଅଧିକ ଦ୍ବୀପ ଏକ ଦ୍ବୀପପଞ୍ଜ । ପରିବହନ ଅଧିକାଂଶ ଡଙ୍ଗା ଦ୍ବାରା ହୋଇଥାଏ । ଅନେକ ସମୟରେ ସୁରକ୍ଷା ନିୟମରେ ତ୍ରୁଟି ଦୁର୍ଘଟଣାର କାରଣ ପାଲଟିଥାଏ ।   


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.