ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସ୍ୱେଜ୍ କେନାଲରେ ପଲଟିଲା ତୈଳ ଖନନକାରୀ ଜାହାଜ; ୪ ଜଣଙ୍କର ମୃତ୍ୟୁ, ୪ ନିଖୋଜ

Published By : Bijay Swain | July 2, 2025 9:45 PM

କାହିରା: ମିଶରର ସ୍ୱେଜ୍ ଉପସାଗର(କେନାଲ)ରେ ମଙ୍ଗଳବାର ରାତିରେ ଏକ ତୈଳ ଖନନକରୀ ଜାହାଜ ଓଲଟିପଡ଼ିବା ଘଟଣାରେ ଅତି କମରେ ୪ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ଏବଂ ୪ ଜଣ ନିଖୋଜ ଥିବା ନେଇ ମିଶର କର୍ତ୍ତୃପକ୍ଷ ବୁଧବାର ଦିନ ସୂଚନା ଦେଇଛନ୍ତି। ଏହି ଜାହାଜର ନାମ 'ଆଡମାରିନ୍ ୧୨' ବୋଲି ଜଣାପଡିଛି। ସାଉଦି ଆରବର ଏଡିଇଏସ୍ ହୋଲଡିଂ କମ୍ପାନୀ ଦ୍ୱାରା ଏହି ଜାହାଜ ପରିଚାଳିତ ହେଉଥିଲା। ଏବଂ ଏହା ଅଫସୋର ଶୁଖେୟାର ଅୟଲ କମ୍ପାନୀ (ଓସୋକୋ) ପାଇଁ କାର୍ଯ୍ୟ କରୁଥିଲା।

ଘଟଣାଟି ରାସ ଘାରେବ ସହର ନିକଟବର୍ତ୍ତୀ ଗାବେଲ ଏଲ-ଜେଇଟ ଅଞ୍ଚଳରେ ଘଟିଛି। ଯାହା ସ୍ୱେଜ୍ କେନାଲଠାରୁ ପ୍ରାୟ ୩୦୦ କିଲୋମିଟର (୧୮୬ ମାଇଲ) ଦକ୍ଷିଣରେ ଅବସ୍ଥିତ ଏକ ପ୍ରମୁଖ ତୈଳ ଉତ୍ପାଦନ କ୍ଷେତ୍ର। ମିଶରର ପେଟ୍ରୋଲିୟମ ମନ୍ତ୍ରଣାଳୟ ଦେଇଥିବା ଅନୁଯାୟୀ, ଜାହାଜଟିକୁ ନୂଆ ଖନନ ସ୍ଥାନକୁ ଟାଣି ନିଆଯାଉଥିବା ସମୟରେ ହଠାତ୍ ଓଲଟିପଡ଼ିଥିଲା। ଜାହାଜରେ ମୋଟ ୩୦ ଜଣ କର୍ମଚାରୀ ଥିଲେ, ଯେଉଁମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚାରି ଜଣଙ୍କୁ ଏୟାରଲିଫ୍ଟ ମାଧ୍ୟମରେ ଏବଂ ଅନ୍ୟ ୧୮ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଛି।

ମିଶରର ନୌସେନା ଜାହାଜ ନିଖୋଜ ଥିବା ଚାରି ଜଣ କର୍ମଚାରୀଙ୍କୁ ଖୋଜିବା ପାଇଁ ସାରା ରାତି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ରେଡ ସୀ ପ୍ରଦେଶର ଗଭର୍ଣ୍ଣର ଅମର ହାନାଫୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି।

ଜାହାଜ ଓଲଟିବାର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ କର୍ତ୍ତୃପକ୍ଷ ଏନେଇ ତଦନ୍ତ ଜାରି ରଖିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଜାହାଜଟି ଅନ୍ୟ ଏକ ଖନନ ସ୍ଥାନକୁ ନେବା ପାଇଁ ଟାଣି ନିଆଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ସ୍ୱେଜ୍ କେନାଲ କର୍ତ୍ତୃପକ୍ଷଙ୍କ ମୁଖ୍ୟ ଆଡମିରାଲ ଓସାମା ରାବିଏ କହିଛନ୍ତି ଯେ ଏହି ଘଟଣା ସ୍ୱେଜ୍ କେନାଲ ମାଧ୍ୟମରେ ହେଉଥିବା ଜାହାଜ ଚଳାଚଳରେ କୌଣସି ବାଧା ସୃଷ୍ଟି କରିନାହିଁ। ବୁଧବାର ଦିନ ୩୩ଟି ଜାହାଜ କେନାଲ ମଧ୍ୟଦେଇ ଯାତ୍ରା କରିଛନ୍ତି। 

ଏହି ଦୁର୍ଘଟଣା ଅଞ୍ଚଳରେ ଅଫସୋର ତୈଳ ଖନନ କାର୍ଯ୍ୟରେ ସୁରକ୍ଷା ନୀତି ଉପରେ ପ୍ରଶ୍ନ ଉଠାଇଛି। ମିଶର ସରକାର ଏବଂ ତୈଳ ଶିଳ୍ପ ଅଧିକାରୀମାନେ ଏହାର କାରଣ ଅନୁସନ୍ଧାନ ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ସୁରକ୍ଷା ପ୍ରୋଟୋକଲ ମୂଲ୍ୟାଙ୍କନ କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.