ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପହଲଗାମ ନରସଂହାରକୁ ନେଇ ଭଡ଼କିଲେ ୪ ଦେଶ; କହିଲେ 'ଦୋଷୀଙ୍କୁ କାଠଗଡ଼ାରେ ଛିଡ଼ା କରାଯାଉ'

Published By : Swapna Ray | July 2, 2025 11:42 AM

ନୂଆଦିଲ୍ଲୀ, ୭।୨: କ୍ବାଡ୍‌ରେ ଉଠିଲା ପହଲଗାମ୍ ଆକ୍ରମଣ ପ୍ରସଂଗ । ଆତଙ୍କବାଦୀ ହମଲାକୁ ନେଇ କଡ଼ା ନିନ୍ଦା କରିଛନ୍ତି କ୍ୱାଡ୍‌ରେ ସାମିଲ ଥିବା ଦେଶ ଆମେରିକା, ଜାପାନ, ଅଷ୍ଟ୍ରେଲିଆ । ଭାରତ ମଧ୍ୟ କ୍ୱାଡ୍‌ର ଅଂଶ । ବିଦେଶ ମନ୍ତ୍ରୀମାନଙ୍କ ବୈଠକ ପରେ ଏକ ବୟାନ ଜାରି କରି କୁହାଯାଇଛି, ଦୋଷୀଙ୍କୁ କାଠଗଡ଼ାରେ ଛିଡ଼ା କରାଯାଉ ଏବଂ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଶଙ୍କୁ ଖୁବ୍‌ଶୀଘ୍ର ନ୍ୟାୟ ମିଳୁ । ୨୨ ଏପ୍ରିଲ୍‌ରେ ଆତଙ୍କବାଦୀମାନେ ପହଲଗାମରେ ଆକ୍ରମଣ କରିଥିଲେ। ଯେଉଁଥିରେ ୨୬ ଜଣଙ୍କର ନୀରିହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ବିଦେଶ ମନ୍ତ୍ରୀମାନଙ୍କ ବୈଠକରେ ଆମେରିକାର ମାର୍କୋ ରୁବିୟୋ, ଜାପାନର ତାକେଶୀ ଇବାୟା, ଭାରତରୁ ଏସ୍‌ ଜୟଶଙ୍କର ଓ ଅଷ୍ଟ୍ରେଲିଆର ପେନି ବଙ୍ଗ ସାମିଲ ଥିଲେ । କ୍ୱାଡ୍ ଦଳ ପହଲଗାମ ହିଂସାକୁ କଡ଼ା ନିନ୍ଦା କରିଛନ୍ତି । ଦଳ ବୟାନ ଜାରି କରି କହିଛି, ପହଲଗାମ ଆକ୍ରମଣର ଷଡ଼ଯନ୍ତ୍ରକାରୀକୁ ଅଦାଲତର କାଠଗଡ଼ାରେ ଛିଡ଼ା କରିବା ଉଚିତ୍ । ସବୁଠୁ ବଡ଼ କଥା ହେଉଛି, ଭାରତ ପହଲଗାମ ହିଂସା ଜବାବରେ ପାକିସ୍ତାନରେ ଆତଙ୍କବାଦୀ ଠିକଣା ଉପରେ ହମଲା କରିଥିଲା । 

କ୍ୱାଡ୍ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି,  “୨୨ ଏପ୍ରିଲ୍‌ ୨୦୨୫ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାକୁ କ୍ବାଡ୍ କଡ଼ା ନିନ୍ଦା କରୁଛି । ଯେଉଁଥିରେ ୨୫ ଭାରତୀୟ ଓ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ଅନେକ ଆହତ ମଧ୍ୟ ହୋଇଥିଲେ । ଆମେ ପୀଡ଼ିତଙ୍କ ପରିବାରକୁ ସମବେଦନା ଦେବା ସହ ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କ ଖୁବ୍‌ଶୀଘ୍ର ସୁସ୍ଥ ହେବା ଲାଗି କାମନା କରୁଛୁ ।” ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଙ୍ଗଳବାର ୱାଶିଂଟନରେ କ୍ୱାଡ୍‌ର ସଦସ୍ୟ ଦେଶର ସହଯୋଗୀ ବିଦେଶ ମନ୍ତ୍ରୀଙ୍କୁ କହିଛନ୍ତି ଯେ, ଭାରତକୁ ଆତଙ୍କବାଦଠୁ ନିଜ ନାଗରିକଙ୍କୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି ଓ ଏଥିପାଇଁ ଦେଶ ତିଳେ ମାତ୍ର ସଙ୍କୋଚ କରିବ ନାହିଁ । ତେବେ କହିରଖୁ କି, ପହଲଗାମ ଉପରେ ହମଲା କରିଥିବା ଆତଙ୍କବାଦୀ ପାକିସ୍ତାନ ସହ ସିଧାସଳଖ ଭାବେ ଜଡ଼ିତ । ଏହି ହମଲାର ଜବାବରେ ଭାରତୀୟ ସେନା ମେ ୭ରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲେ । ଯେଉଁଥିରେ ପଡ଼ୋଶୀ ଦେଶ ପାକିସ୍ତାନରେ ଥିବା ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.