ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ୟୁକ୍ରେନକୁ ମିଳିବ ନୂଆ ରାଇନମେଟାଲ ଅର୍ମାଇନ ଯାନ; ଡଚ ପ୍ରତିରକ୍ଷା ମନ୍ତ୍ରଣାଳୟ ଯୋଗାଇ ଦେବ ଆର୍ଥିକ ସହାୟତା

Published By : Bijay Swain | July 1, 2025 11:31 PM

ନୂଆଦିଲ୍ଲୀ: ଜର୍ମାନ ପ୍ରତିରକ୍ଷା ନିର୍ମାତା ରାଇନମେଟାଲ ଜୁନ ୨୫ ତାରିଖରେ ଘୋଷଣା କରିଛି ଯେ, ନେଦରଲ୍ୟାଣ୍ଡର ଦି ହେଗରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀରେ ଏକ ଚୁକ୍ତି ସ୍ୱାକ୍ଷର ପରେ ୟୁକ୍ରେନକୁ ନୂଆ ରାଇନମେଟାଲ ଅର୍ମାଇନ ଯାନ ଯୋଗାଇ ଦିଆଯିବ। ୟୁକ୍ରେନ ହେଉଛି ଏହି ନୂତନ ପିଢୀର ଟାକ୍ଟିକାଲ ପ୍ଲାଟଫର୍ମ ପାଇଁ ପ୍ରଥମ ଅର୍ଡର ପାଇବାରେ ବିଶ୍ୱରେ ପ୍ରଥମ ଦେଶ।

ରାଇନମେଟାଲ ଡିଫେନ୍ସ ନେଦରଲ୍ୟାଣ୍ଡ ଦ୍ୱାରା ନିର୍ମିତ ଅର୍ମାଇନ ଯାନ ମୁଖ୍ୟତଃ ଯୁଦ୍ଧକ୍ଷେତ୍ରରୁ ଆହତ ସୈନିକମାନଙ୍କୁ ଉଦ୍ଧାର ପାଇଁ ଡିଜାଇନ କରାଯାଇଛି। ଏହି ଯାନଗୁଡିକରେ ହାଲୁକା ବଗି ରଖି ଡିଜାଇନ କରାଯାଇଛି। ଯାହା ଯୁଦ୍ଧକ୍ଷେତ୍ରରେ ଆହତ ବ୍ୟକ୍ତିଙ୍କୁ ଦ୍ରୁତ ପରିବହନ ଯୋଗାଇଦେଇଥାଏ। ଯେଉଁଥିପାଇଁ ଯୁଦ୍ଧ କ୍ଷେତ୍ରରେ ମୃତାହତ ସଂଖ୍ୟା କମ ରହିଥାଏ। 

ରାଇନମେଟାଲ ଅନୁସାରେ, ଅର୍ମାଇନ ହେଉଛି "ଏକ ହାଲୁକା ଟାକ୍ଟିକାଲ ସିଷ୍ଟମ, ଯାହା ଡିଜେଲ ଇଞ୍ଜିନ ସହିତ ଇଲେକ୍ଟ୍ରିକ ମୋଟରକୁ ନେଇ କାମ କରିଥାଏ ଏବଂ ଏହା 'ସାଇଲେଣ୍ଟ ମୁଭ୍ ଓ ସାଇଲେଣ୍ଟ ୱାଚ୍'(ନିଶବ୍ଦ ଚାଲ୍) ସୁବିଧା ପ୍ରଦାନ କରିଥାଏ। ଏହାର ସର୍ବାଧିକ ୧୨୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ରହିଛି ଏବଂ ଏହା ଏକ ଟନ ପର୍ଯ୍ୟନ୍ତ ଭାର ବହନ କରିପାରେ। କମ୍ପାନୀ ଏହି ଯାନ ବିଷୟରେ ଆହୁରି ସୂଚନା ଦେଇ କହିଛି ଯେ, "ଇଲେକ୍ଟ୍ରିକ ପାୱାରଟ୍ରେନ ଅର୍ମାଇନକୁ ପ୍ରାୟ ନିଃଶବ୍ଦ କରିଥାଏ। ଏହା କଠିନ ଭୂଖଣ୍ଡରେ ଘଣ୍ଟା ପ୍ରତି ୫୦ କିଲୋମିଟର ଏବଂ ସାଧାରଣ ରାସ୍ତାରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗ ପର୍ଯ୍ୟନ୍ତ ନିଃଶବ୍ଦରେ ଗତି କରିପାରିବାର କ୍ଷମାତା ରଖିଛି।"

ଏହା ଶତ୍ରୁପକ୍ଷଙ୍କ ଗୁଇନ୍ଦାଗିରିକୁ ଏଡାଇବାରେ ଗୁରୁତ୍ୱପୂର୍ଣ୍ଣ ଟାକ୍ଟିକାଲ ସୁବିଧା ପ୍ରଦାନ କରେ। ଇଲେକ୍ଟ୍ରିକ ଇଞ୍ଜିନ ଯୁଦ୍ଧକ୍ଷେତ୍ରରେ ଥିବା ସୈନିକମାନଙ୍କ ପାଇଁ ଚାର୍ଜିଂ ପଏଣ୍ଟ ମଧ୍ୟ ଯୋଗାଇବାରେ ସହଯୋଗ କରିଥାଏ। ୟୁକ୍ରେନ ଆସନ୍ତା ୨୦୨୬ ବର୍ଷ ଆରମ୍ଭରୁ ଏହା ଗ୍ରହଣ କରିବା ଆରମ୍ଭ କରିବ।

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଡିକ ସ୍କୁଫ ୟୁକ୍ରେନ ପାଇଁ ଏକ ନୂଆ ସାମରିକ ସାହାଯ୍ୟ ପ୍ୟାକେଜ ଘୋଷଣା କରିଛନ୍ତି। ଯେଉଁଥିରେ ୧୦୦ ଡ୍ରୋନ ରାଡାର ସିଷ୍ଟମ, ଫ୍ରଣ୍ଟଲାଇନ ଯାନ ଏବଂ ଡ୍ରୋନ ପହଞ୍ଚ ପାଇଁ ୮୦ ନିୟୁତ ୟୁରୋ (୯୦ ନିୟୁତ ଡଲାରରୁ ଅଧିକ) ଆର୍ଥିକ ରାଶି ଅନ୍ତର୍ଭୁକ୍ତ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.