ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପୁଣି ବିବାଦରେ ଛନ୍ଦି ହେଲେ ତୁର୍କ ରାଷ୍ଟ୍ରପତି; ଦୁର୍ନୀତି ଅଭିଯୋଗରେ ଅଧିକାରୀ ଓ ବିରୋଧି ଦଳ ନେତାଙ୍କୁ ଅଟକ ରଖିଲା ପୋଲିସ

Published By : Bijay Swain | July 1, 2025 9:29 PM

ଇସ୍ତାନବୁଲ: ତୁର୍କୀର ତୃତୀୟ ବୃହତ୍ତମ ସହର ଇଜମିରରେ ଦୁର୍ନୀତି ଅଭିଯୋଗରେ ପୂର୍ବତନ ମେୟର ତୁନ୍ଚ ସୋୟେର ଏବଂ ଅନ୍ୟ ୧୨୦ ଜଣ ଅଧିକାରୀ ଓ ବିରୋଧୀ ଦଳୀୟ ନେତାଙ୍କୁ ପୋଲିସ ଅଟକ ରଖିଛି। ଏହି ଅଭିଯାନ ଇଜମିର ମେଟ୍ରୋପଲିଟାନ ମ୍ୟୁନିସିପାଲିଟି ଉପରେ କେନ୍ଦ୍ରିତ ଥିଲା। ଯେଉଁଠାରେ ସରକାରୀ ଟେଣ୍ଡରରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଉଠିଛି।

ପ୍ରୋସିକ୍ୟୁଟରଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁସାରେ, ଏହି ଅଭିଯାନରେ ମୋଟ ୧୫୭ ଜଣଙ୍କ ବିରୁଦ୍ଧରେ ଅଟକ ଆଦେଶ ଜାରି ହୋଇଛି। ଯେଉଁମାନଙ୍କ ମଧ୍ୟରେ ପୂର୍ବତନ ମେୟର ତୁନ୍ଚ ସୋୟେର, ରିପବ୍ଲିକାନ ପିପୁଲ୍ସ ପାର୍ଟି (ସିଏଚପି)ର ଇଜମିର ପ୍ରଦେଶ ଅଧ୍ୟକ୍ଷ ସେନୋଲ ଆସଲାନୋଗଲୁ ଏବଂ ମ୍ୟୁନିସିପାଲିଟିର ପୂର୍ବତନ ସେକ୍ରେଟାରୀ ଜେନେରାଲ ବାରୀସ କାର୍ସୀ ଆଦି ରହିଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ବ୍ୟକ୍ତିମାନେ ସରକାରୀ ଟେଣ୍ଡରରେ ଦୁର୍ନୀତି, ଅପରାଧୀ ସଂଗଠନ ଗଠନ, ଲାଞ୍ଚ ଏବଂ ଅନ୍ୟାନ୍ୟ ଆର୍ଥିକ ଅନିୟମିତତାରେ ଜଡିତ ଥିଲେ। ଏଣୁ ପୋଲିସ ସମସ୍ତ ଅବିଯୁକ୍ତଙ୍କୁ ହେପାଜତକୁ ନେଇଛି। 

ଏହି ଘଟଣା ତୁର୍କୀରେ ରାଜନୈତିକ ଉତ୍ତେଜନାକୁ ଆହୁରି ବଢ଼ାଇଛି। ସିଏଚପି ଏହାକୁ ସରକାରଙ୍କ ଦ୍ୱାରା ବିରୋଧୀଙ୍କୁ ଦମନ କରିବାର ଏକ ପ୍ରୟାସ ବୋଲି ଅଭିଯୋଗ କରିଛି। ସିଏଚପି ନେତା ଓଜଗୁର ଓଜେଲ ଏହାକୁ “ରାଜନୈତିକ ଅଭିଯାନ” ବୋଲି ବର୍ଣ୍ଣନା କରି କରିଛନ୍ତି। ଏହା ରାଷ୍ଟ୍ରପତି ରେସେପ ତାୟିପ ଏର୍ଦୋଗାନଙ୍କ ସରକାରଙ୍କ ଏକ ଷଡ଼ଯନ୍ତ୍ର ଯାହା ବିରୋଧୀଙ୍କୁ ନିର୍ବାଚନୀ ପ୍ରତିଯୋଗିତାରୁ ଦୂରେଇ ରଖିବାକୁ ଚାହୁଁଛି ବୋଲି ସେ କହିଛନ୍ତି।।

ସରକାର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଯୁକ୍ତି ରଖି କହିଛନ୍ତି ଯେ ନ୍ୟାୟପାଳିକା ସ୍ୱାଧୀନ ଭାବେ କାର୍ଯ୍ୟ କରୁଛି ଏବଂ ଏହି ଅଭିଯାନ କେବଳ ଦୁର୍ନୀତି ବିରୋଧରେ ସରକାରଙ୍କର ଏକ ପଦକ୍ଷେପ। ତୁର୍କୀରେ ଏହା ପୂର୍ବରୁ ମଧ୍ୟ ଇସ୍ତାନବୁଲର ପୂର୍ବତନ ମେୟର ଏକ୍ରେମ ଇମାମୋଗଲୁଙ୍କ ସମେତ ଅନେକ ବିରୋଧୀ ନେତାଙ୍କୁ ଅଟକ ରଖାଯାଇଥିଲା। ଯାହା ବିଶ୍ୱବ୍ୟାପୀ ସମାଲୋଚନାର କାରଣ ହୋଇଥିଲା।

ଏହି ଅଟକ ଅଭିଯାନ ପରେ ଇଜମିରରେ ବିରୋଧ ପ୍ରଦର୍ଶନ ଆରମ୍ଭ ହେବାର ସମ୍ଭାବନା ରହିଛି। ଯେହେତୁ ସିଏଚପି ଏହାକୁ ଏକ ଅଣ-ଗଣତାନ୍ତ୍ରିକ ପଦକ୍ଷେପ ବୋଲି ଦାବି କରିଛି। ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ଏହି ଘଟଣାକୁ ନିକଟରୁ ନିରୀକ୍ଷଣ କରୁଛି, କାରଣ ଏହା ତୁର୍କୀରେ ଗଣତନ୍ତ୍ର ଓ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.