ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଚୀନ ନିକଟରୁ ଯୁଦ୍ଧବିମାନ କିଣିବ ଇରାନ; ଅସ୍ତ୍ରବିରତି ପରେ ବଡ ନିଷ୍ପତ୍ତି ନେଲା ଆଇଆରଜିସି

Published By : Bijay Swain | July 1, 2025 5:25 PM

ତେହେରାନ: ଇସ୍ରାଏଲ ଏବଂ ଆମେରିକାର ସାମ୍ପ୍ରତିକ ବିମାନ ଆକ୍ରମଣରେ ଇରାନର ବାୟୁସେନାର ଦୁର୍ବଳତା ପ୍ରକାଶ ପାଇବା ପରେ ଇରାନ ଚୀନରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧବିମାନ କିଣିବାକୁ ନିଷ୍ପତ୍ତି ନେଇଛି। ରୁଷିଆ ଠାରୁ ଏସୟୁ-୩୫ ଯୁଦ୍ଧବିମାନ କିଣିବା ପାଇଁ ପୂର୍ବରୁ ହୋଇଥିବା ଚୁକ୍ତିରେ ବିଳମ୍ବ ହେବା ଯୋଗୁଁ ଇରାନ ଏହି ପଦକ୍ଷେପ ନେଇଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି।

ଗତ ମାସରେ ଇସ୍ରାଏଲ ଏବଂ ଆମେରିକା ଦ୍ୱାରା ପରିଚାଳିତ ବିମାନ ଆକ୍ରମଣରେ ଇରାନର ବାୟୁସେନା ଦେଶକୁ କୌଣସି ପ୍ରକାରର ପ୍ରତିରକ୍ଷା କରିପାରି ନଥିଲା। ଇସ୍ରାଏଲର ଏଫ-୩୫ଆଇ ଆଦିର, ଏଫ-୧୬ଆଇ ସୁଫା ଏବଂ ଏଫ-୧୫ଆଇ ରାମ ଯୁଦ୍ଧବିମାନ ଇରାନର ପାରମାଣୁ ସଂସ୍ଥାନ, ମିସାଇଲ ଘାଟି ଏବଂ ସାମରିକ ଭିତ୍ତିଭୂମି ଉପରେ ଜୋରଦାର ଆକ୍ରମଣ କରିଥିଲେ। ଏହି ହମଲା ଇରାନର ପୁରାତନ ବାୟୁସେନା ବିମାନ ଫ୍ଲିଟର ଦୁର୍ବଳତା ଉପରେ ଆଲୋକପାତ କରିଥିଲା। ଆପଣଙ୍କୁ ଜଣାଇରଖୁ ଯେ, ଇରାନର ବାୟୁସେନାରେ ପ୍ରାୟ ୧୫୦ଟି ଯୁଦ୍ଧବିମାନ ରହିଛି। ଯାହା ମଧ୍ୟରୁ ଅଧିକାଂଶ ହେଉଛି ୧୯୭୯ ଇସଲାମିକ ବିପ୍ଳବ ପୂର୍ବରୁ ଆମେରିକାରୁ କିଣାଯାଇଥିବା ଏଫ-୪ ଫାଣ୍ଟମ, ଏଫ-୫ଇ/ଏଫ ଟାଇଗର, ଏଫ-୧୪ଏ ଟମକ୍ୟାଟ ଏବଂ କିଛି ସୋଭିଏତ-ନିର୍ମିତ ମିଗ-୨୯ ବିମାନ। ଏହି ବିମାନଗୁଡ଼ିକ ମଧ୍ୟରୁ ଅଧିକାଂଶ ବିମାନ ଅପଡେଟେଡ ଟେକ୍ନୋଲୋଜିରୁ ବଞ୍ଚିତ ରହିଛନ୍ତି। ଯାହାଦ୍ୱାରା ଇସ୍ରାଏଲି ବାୟୁସେନାର ଆକ୍ରମଣର ଇରାନ ଉପଯୁକ୍ତ ଯବାବ ଦେଇପାରି ନଥିଲା। 

ଚୀନର ଚେଙ୍ଗଡୁ ଏରୋସ୍ପେସ କର୍ପୋରେସନ ଦ୍ୱାରା ନିର୍ମିତ ଜେ-୧୦ସି, ଯାହାକୁ "ଭିଗୋରସ ଡ୍ରାଗନ" ନାମରେ ମଧ୍ୟ ଜଣାଯାଏ, ଏକ ୪.୫ ପିଢ଼ିର ମଲ୍ଟିରୋଲ ଯୁଦ୍ଧବିମାନ। ଏହା ଏଇଏସଏ (AESA) ରାଡାର ଏବଂ ପିଏଲ-୧୫ ଲଙ୍ଗ-ରେଞ୍ଜ ମିସାଇଲ ସହିତ ସଜ୍ଜିତ। ଯାହାକୁ ପୂର୍ବରୁ ପାକିସ୍ତାନ ବାୟୁସେନା ମଧ୍ୟ ବ୍ୟବହୃତ କରିଆସୁଛି। ତେବେ ଏହି ଯୁଦ୍ଧ ବିମାନକୁ ନେଇ ଏଯାଏ କୌଣସି ସାମରିକ ଅଭ୍ୟାସରେ ଭାଗ ନେଇ ନଥିବାରୁ ଏହାର କାର୍ଯ୍ୟଦକ୍ଷତା ଉପରେ ପୂର୍ବରୁ ମଧ୍ୟ ଅନେକ ବିଶେଷଜ୍ଞମାନେ ଏହା ଉପରେ ପ୍ରଶ୍ନ କରିଛନ୍ତି। ଏହାସହ ଏହି ଜେ-୧୦ସି ଫାଇଟର ଜେଟର ଇଞ୍ଜିନରେ ବାରମ୍ୱାର ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥାଏ। ଏଣୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହାକୁ ବାରମ୍ୱାର ରକ୍ଷଣାବେକ୍ଷଣର ଆବଶ୍ୟକତା ପଡିଥାଏ। ଏହା ସହ ଆମେରିକା ଇରାନ ଉପରେ ଲଗାଇଥିବା ପ୍ରତିବନ୍ଧ ଯୋଗୁଁ ଇରାନ ଋଷ ଓ ଚୀନ ବ୍ୟତିତ ଅନ୍ୟ କୌଣସି ଦେଶ ନିକଟରୁ ଯୁଦ୍ଧାସ୍ତ୍ର କିମ୍ୱା ଯୁଦ୍ଧ ବିମାନ କ୍ରୟ କରିପାରିବ ନାହିଁ। ଏଣୁ ଇରାନ ପାଖରେ ସୀମିତ ବିକଳ୍ପ ରହିଥିବାରୁ ଇରାନ ଚୀନ ମୁହାଁ ହୋଇଛି। 

ସୂଚନା ମୁତାବକ, ଗତ ୨୦୨୩ ମସିହାରେ ଇରାନ ରୁଷିଆ ସହିତ ୫୦ଟି ଏସୟୁ-୩୫ ଯୁଦ୍ଧବିମାନ କିଣିବା ପାଇଁ ଏକ ଚୁକ୍ତି ସ୍ଥିର କରିଥିଲା। କିନ୍ତୁ ଏଯାଏ ଋଷିଆ ଇରାନକୁ ମାତ୍ର ଚାରୋଟି ବିମାନ ହିଁ ପ୍ରଦାନ କରିଛି। ରୁଷିଆର ଦୀର୍ଘଦିନ ଧରି ଚାଲୁ ରହିଥିବା ୟୁକ୍ରେନ ଯୁଦ୍ଧ ଏବଂ ନାଟୋ ସହ ତିକ୍ତତା ଯୋଗୁଁ ଆଗକୁ ବାକି ଥିବା ଡେଲିଭରୀ ଅନିଶ୍ଚିତ ହୋଇପଡ଼ିଛି। ଯେଉଁଥିପାଇଁ ଇରାନ ବାଧ୍ୟ ହୋଇ ଚୀନ ଆଡକୁ ଅଗ୍ରସର ହୋଇଛି। ଯେଉଁଠାରେ ଜେ-୧୦ସି ବିମାନ ଏସୟୁ-୩୫ ତୁଳନାରେ ପ୍ରାୟ ୪୦-୬୦ ମିଲିୟନ ଡଲାର ଶସ୍ତା ତଥା ଅଧିକ ସୁଲଭ ଦରରେ ଇରାନ ପାଇଁ ଉପଲବ୍ଧ ରହିବ।

ଇରାନର ଜେ-୧୦ ବିମାନ କିଣିବା ପାଇଁ ଆଗ୍ରହ ପ୍ରକାଶ କରିବା ନୂଆ ନୁହେଁ। ଗତ ୨୦୧୫ ମସିହାରେ, ଇରାନ ୧୫୦ଟି ଜେ-୧୦ ବିମାନ କିଣିବା ପାଇଁ ଚୀନ ସହିତ ଆଲୋଚନା ଆରମ୍ଭ କରିଥିଲା। କିନ୍ତୁ ଚୀନର ବିଦେଶୀ ମୁଦ୍ରାରେ ପେମେଣ୍ଟ ଦାବି ଏବଂ ଇରାନର ତୈଳ ଏବଂ ଗ୍ୟାସ ବିନିମୟ ପ୍ରସ୍ତାବ ଯୋଗୁଁ ଏହି ଆଲୋଚନା ବିଫଳ ହୋଇଯାଇଥିଲା। ସେହି ସମୟରେ ଜାତିସଂଘର ଅସ୍ତ୍ର ନିଷେଧାଦେଶ ମଧ୍ୟ ଏହି ଚୁକ୍ତିକୁ ଅଟକାଇବାରେ ସହାୟକ ହୋଇଥିଲା। ୨୦୨୦ରେ ନିଷେଧାଦେଶ ଉଠିଯିବା ପରେ ପୁନର୍ବାର ଉଭୟ ଦେଶ ମଧ୍ୟରେ ୩୬ଟି ବିମାନ ପାଇଁ ଆଲୋଚନା ହୋଇଥିଲା, କିନ୍ତୁ ପେମେଣ୍ଟ ସମସ୍ୟା ଯୋଗୁଁ ତାହା ମଧ୍ୟ ସଫଳ ହୋଇପାରି ନଥିଲା। ତେବେ, ୨୦୨୫ ଜୁନ ୨୪ରେ ଆମେରିକା ଚୀନକୁ ଇରାନୀ ତୈଳ କିଣିବା ପାଇଁ ଅନୁମତି ଦେବା ପରେ ଏହି ଚୁକ୍ତି ସମ୍ଭବ ହେବାର ସମ୍ଭାବନା ରହିଛି।

ଯଦି ଏହି ଚୁକ୍ତି ଚୂଡ଼ାନ୍ତ ହୁଏ, ତେବେ ଏହା ତେହେରାନ-ବେଜିଂ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ସହ ଏବଂ ମଧ୍ୟପ୍ରାଚ୍ୟରେ ଚୀନର ଅସ୍ତ୍ର ବଜାରରେ ପ୍ରଭାବ ବୃଦ୍ଧି କରିବ। ପାକିସ୍ତାନ ଏବଂ ବାଂଲାଦେଶ ପରେ ଇରାନ ଜେ-୧୦ସି ବିମାନର ତୃତୀୟ କ୍ରୟକର୍ତ୍ତା ହେବ। ତେବେ, ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ମାତ୍ର ୩୬ କିମ୍ବା ୪୦ ବିମାନ ଇରାନର ବାୟୁସେନାକୁ ଇସ୍ରାଏଲ କିମ୍ବା ଆମେରିକା ଭଳି ଶକ୍ତିଶାଳୀ ବାୟୁସେନା ସହିତ ମୁକାବିଲା କରିବାକୁ ପର୍ଯ୍ୟାପ୍ତ ନୁହେଁ। ଇରାନକୁ ଏକ ଆଧୁନିକ ଏବଂ ଶକ୍ତିଶାଳୀ ବାୟୁସେନା ଗଠନ ପାଇଁ ୧୦୦-୩୦୦  ନୂତନ ପିଢିର ବିମାନ ଏବଂ ଦଶନ୍ଧି ଦଶନ୍ଧି ସମୟ ଲାଗିପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.