ସାଲେଭଟା,୦୨/୦୭: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ଅଙ୍ଗ ନଦୀ କୂଳରେ ଏକ ଅଜଣା ଦୁର୍ଘଟଣାଗ୍ରସ୍ତ କାର୍ ପଡ଼ିଛି। ଗାଡ଼ିଟିର ସାମ୍ନା ଭାଗଟି ଭାଙ୍ଗି ଚୂରମାର ହୋଇଯାଇଛି । ସ୍ଥାନୀୟ ଅଙ୍ଗ ନଦୀ ପୁରୁଣା ବ୍ରିଜ୍ ରାସ୍ତାରେ ଏହି ଗାଡ଼ିଟି ପଡ଼ିରହିଛି।
ସୂଚନା ମୁତାବକ, ମଙ୍ଗଳବାର ରାତ୍ରିରେ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଳକ୍ ପହଣ୍ଡି ଗାଁର ପ୍ରତାପ ସିଂଙ୍କ କାର୍ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ତେବେ ସାଲେଭଟା ଅଙ୍ଗ ନଦୀ କୂଳରେ ପଡ଼ିଥିବା ଗାଡ଼ି ତାଙ୍କ କାର୍ ବୋଲି ଅଭିଯୋଗ ହୋଇଛି । ଖବରପାଇ ସାଲେଭଟା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି । ପରେ ଡୁଙ୍ଗୁରିପାଲି ପୁଲିସ ପହଞ୍ଚି ତଦନ୍ତ କରୁଛି।