ବଲାଙ୍ଗିର,୧।୭ : ବଲାଙ୍ଗିର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସବୁଜ ରଥ ଆରମ୍ଭ ହୋଇଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶି ଏହି ରଥକୁ ଶୁଭାରମ୍ଭ କରିଥିଲେ । ମାଆ ପାଇଁ ଗଛଟିଏ ବାର୍ତ୍ତାର ପ୍ରସାରଣ କରିବାକୁ ଏହି ରଥର ଶୁଭାରମ୍ଭ କରାଯାଇଛି । ସାତ ଦିନ ଧରି ଏହି ରଥ ଟି ଜିଲ୍ଲା ସାରା ବୁଲି ବୁଲି ବୃକ୍ଷରୋପଣ କରିବାକୁ ଲୋକଙ୍କୁ ସଚେତନତା କରିବ ।
ଚଳିତ ବର୍ଷ ବିପୁଳ ପରିମାଣରେ ବୃକ୍ଷରୋପଣ କରିବାକୁ ବନ ବିଭାଗ ତରଫରୁ ଲକ୍ଷ୍ୟ ରଖାଯାଇଛି । ବ୍ୟକ୍ତିଗତ ଭାବରେ ହେଉ କି ସଂଗଠନ ହିସାବରେ ସମସ୍ତେ ଗଛ ନେଇ ଲଗାଇବେ । ଘର ବାଡ଼ିପଟେ, ଜମିରେ ଏବଂ ଖାଲି ପଡ଼ିଥିବା ସ୍ଥାନରେ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ନିଜର ପ୍ରୟାସ କରାଯାଇପାରିବ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ବିଶି ସୂଚନା ଦେଇଥିଲେ । ଏହି ରଥ ୭ ତାରିଖ ପଯ୍ୟନ୍ତ ବୁଲିବ ଏବଂ ଜିଲ୍ଲା ସାରା ଜନସଚେତନତା ସୃଷ୍ଟି କରିବ ବୋଲି ସୂଚନା ଦେଇଥିଲେ ।ଏହି ଅବସରରେ ଏସିଏଫ୍ ମାନସ ରଂଜନ ବେହେରା, ସଦର ରେଞ୍ଜର ନବୀନ ପଣ୍ଡା, ଫରେଷ୍ଟର ବ୍ୟାସ ଦେବ ସାହୁ, ଆନନ୍ଦ ସ୍ଵଇଁ , ଚିନ୍ମୟ ପ୍ରଧାନ ସହିତ ଜିଲ୍ଲା ବନ ଖଣ୍ଡ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ସଦର ରେଞ୍ଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।