ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବାହୁଡ଼ା, ସୁନାବେଶରେ ଭିଡ଼ ରୋକିବାକୁ ପୁଲିସର ବ୍ଲୁ ପ୍ରିଣ୍ଟ, ଭକ୍ତଙ୍କ ମୋବାଇଲ୍‌ରେ ମିଳିବ ଟ୍ରାଫିକ ତଥ୍ୟ

Published By : Prameya | July 4, 2025 11:34 AM

ଭୁବନେଶ୍ୱର, ୦୪/୦୬: ‘ମାଳତିପାଟପୁରଠାରୁ ପୁରୀ ଯାଏଁ ଗାଡିର ଲାଇନ୍‌ ଲମ୍ବିଛି । ଏବେ ପୁରୀକୁ ଆସନ୍ତୁ ନାହିଁ । ଅପେକ୍ଷା କରନ୍ତୁ । ଟ୍ରାଫିକ୍‌  ଭିଡ଼ କମିଲେ, ପୁଣି ଅବଗତ କରାଯିବ ।’ ଚଳିତ ରଥଯାତ୍ରାରେ ବାହୁଡ଼ା  ଓ ସୁନାବେଶ ବେଳେ ଭକ୍ତମାନଙ୍କ  ମୋବାଇଲ୍‌କୁ ଏମିତି କିଛି ବଲ୍କ  ମେସେଜ୍‌ ପଠାଯିବ । ଶ୍ରୀକ୍ଷେତ୍ର ମୁହାଁ ଭକ୍ତମାନେ ଟ୍ରାଫିକ୍‌ ଭିଡ଼ ବାବଦରେ  ଅବଗତ ହୋଇପାରିବେ । ସେହି  ଅନୁସାରେ ସେମାନେ ପୁରୀ ଅଭିମୁଖେ  ଅଗ୍ରସର ହେବେ । ହଜାରେ କି ୧୦  ହଜାର ନୁହେଁ, ଏକାବେଳକେ ଲକ୍ଷଲକ୍ଷ  ଭକ୍ତ ମୋବାଇଲ୍‌କୁ ବଲ୍କ ମେସେଜ  ପଠାଯିବାକୁ ଯୋଜନା ରଖାଯାଇଛି ।  

ଚଳିତ ରଥଯାତ୍ରାରେ ଦଳଚକଟା  ଟ୍ରାଜେଡି ପାଇଁ ରାଜ୍ୟ ପୁଲିସ ଢ଼େର୍‌  ବଦନାମ ମୁଣ୍ଡାଇଥିଲା । ବାହୁଡ଼ା ଓ  ସୁନାବେଶରେ ଟ୍ରାଫିକ୍‌ ସୁପରିଚାଳନା  ପାଇଁ ପୁଲିସ ସବୁ ଜୋର୍‌ ଲଗାଇଛି ।  ବଲ୍କ ମେସେଜ୍‌ ଭଳି ଅଭିନବ ଉପାୟରେ  ଟ୍ରାଫିକ୍‌ ଭିଡ଼ ପରିଚାଳନା ପାଇଁ  ଯୋଜନା କରିଛି । ପୁଲିସ ପକ୍ଷରୁ ପୁରୀ  ସମେତ ଖୋର୍ଦ୍ଧା, କଟକ, ନୟାଗଡ଼,  ଗଞ୍ଜାମ, ଜଗତସିଂହପୁର, ଯାଜପୁର ଓ  ଢ଼େଙ୍କାନାଳ ଭଳି ୮ଟି ନିକଟତମ ଜିଲ୍ଲାକୁ  ବଛାଯାଇଛି । ଏସବୁ ଜିଲ୍ଲାବାସୀଙ୍କୁ  ନିରନ୍ତର ବଲ୍କ ମେସେଜ ପଠାଯିବ । 

ଏଡିଜି(ଯୋଗାଯୋଗ) ଦୟାଲ  ଗଙ୍ଗୱାରଙ୍କ କହିବା ମୁତାବକ, ଗତବର୍ଷ  ଶ୍ରୀଗୁଣ୍ଡିଚା ବେଳେ ପ୍ରାୟ ୫-୬ ହଜାର  କାର ପୁରୀକୁ ଆସିଥିଲା । ସୁନାବେଶରେ  କାର ସଂଖ୍ୟା ୧୫ ହଜାର ଟପିଥିଲା ।  କିନ୍ତୁ ଚଳିତ ଗୁଣ୍ଡିଚା ଯାତ୍ରା ଦେଖିବାକୁ  ୨୫ ହଜାର କାରରେ ଭକ୍ତମାନେ ପୁରୀ  ଆସିଛନ୍ତି । ଯାହାକି, ଗତବର୍ଷଠୁ ୩  ଗୁଣା ଅଧିକ । ଚଳିତ ସୁନାବେଶରେ  ୫୦ ହଜାରରୁ ଅଧିକ କାର ଆସିବା  ସମ୍ଭାବନା ଅଛି । ଭକ୍ତଙ୍କ ସଂଖ୍ୟା ବି  ବଢ଼ିପାରେ । ଏହାକୁ ଦୃଷ୍ଟିରେ ରଖି ବଲ୍କ  ମେସେଜ୍‌ ବ୍ୟବସ୍ଥା କରାଯାଇଛି । ରାଜ୍ୟ  ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ଙ୍କ ସହ ଏନେଇ ଆଲୋଚନା ସରିଛି । 

ଶୁକ୍ରବାର ସନ୍ଧ୍ୟା ଦର୍ଶନ ପାଇଁ  ପରୀକ୍ଷାମୂଳକ ଭାବେ ଉପରୋକ୍ତ  ଜିଲ୍ଲାବାସୀଙ୍କୁ ବଲ୍କ ମେସେଜ୍‌ ପଠାଯିବ ।  ପ୍ରତି ଘଣ୍ଟାଏ କିମ୍ବା ୨ ଘଣ୍ଟା ବ୍ୟବଧାନରେ  ମୋବାଇଲକୁ ମେସେଜ୍‌ ଆସିବ ।  ୧୬୦ରୁ ୨୦୦ ଶଦ୍ଦ ଭିତରେ ଟ୍ରାଫିକ୍‌  ଭିଡ଼ ସମ୍ପର୍କିତ ତଥ୍ୟ ଉଲ୍ଲେଖ ରହିବ ।  ବାହୁଡ଼ା ଓ ସୁନାବେଶ ବେଳେ ପୁରୀ  ଓ ଆଖପାଖ ରାସ୍ତାରେ ଭକ୍ତଙ୍କ ଭିଡ଼  ଅସମ୍ଭାଳ ହେଲେ, ଭୁବନେଶ୍ୱରଠାରୁ  ଗାଡି଼କୁ ଅଟକାଯିବାକୁ ଯୋଜନା କରାଯାଇଛି । ଏନେଇ କମିଶନରେଟ୍‌  ପୁଲିସ ସହ ଆଲୋଚନା କରାଯାଇଛି ।  ପୁରୀ ବାଇପାସ୍‌ ଆରମ୍ଭରୁ ଲିଙ୍ଗିପୁର  ଟ୍ରାଫିକ୍‌ ଓ ସାମନ୍ତରାପୁରଠାରେ ପୁଲିସ  ମୁତୟନ କରାଯିବ । କଟକ, ଖୋର୍ଦ୍ଧା ପଟୁ  ଆସୁଥିବା ଭକ୍ତମାନଙ୍କୁ ପୁରୀ ଅଭିମୁଖେ  ଗାଡି଼ ନ ନେବା ପାଇଁ ସତର୍କ କରାଯିବ ।  

ଚଳିତ ରଥାଯାତ୍ରାରେ ପ୍ରଥମଥର  ଆରମ୍ଭ ହୋଇଥିବା ହ୍ୱାଟସ୍‌ଆପ୍‌ ଚାର୍ଟ  ବଟ୍‌ ବ୍ୟବସ୍ଥାକୁ ଆହୁରି ବ୍ୟାପକ  କରାଯିବ । ଶ୍ରୀଗୁଣ୍ଡିଚା ପରଠୁ ପ୍ରାୟ  ୨ଲକ୍ଷ ଲୋକ ଚାର୍ଟ ବଟ୍‌ରୁ ତଥ୍ୟ  ପାଇଲେଣି । ପୁରୀ ବଡଦାଣ୍ଡରେ ଭିଡ଼  ପରିଚାଳନା ପାଇଁ ୧୨ଟି ଡ୍ରୋନ୍‌ ବ୍ୟବସ୍ଥା  ହୋଇଛି । ଗତଥର ଭଳି ଚଳିତଥର  ଭିଡ଼ ଓ ଦଳାଚକଟା ରୋକିବାରେ ଡ୍ରୋନ୍‌  ସହାୟକ ହେବ । ରଥଯାତ୍ରା ପାଇଁ ଉତ୍ତରା  ଠାରୁ ମାଳତିପାଟପୁର ଓ ପୁରୀ ସହରରେ  ମୋଟ ୨୭୫ଟି କୃତିମ ବୁଦ୍ଧିମତା  (ଏଆଇ) କ୍ୟାମେରା ଖଞ୍ଜାଯାଇଛି ।  ଏସବୁ କ୍ୟାମେରାର ରିଅଲ ଟାଇମ୍‌ ଡାଟା  ଅନୁସାରେ ବାହୁଡ଼ା, ସୁନାବେଶ ବେଳେ  ଟ୍ରାଫିକ୍‌ ଓ ଭିଡ଼ ପରିଚାଳନା କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.